ରୁକସାନା ବାନୋ ମୃତ୍ୟୁ ମାମଲା; ରକ୍ ଷ୍ଟାର ରୁକୁ ସୁନାଙ୍କ ନାଁରେ ଏତଲା

ରୁକୁ ସୁନାଙ୍କ ନାଁରେ ମାମଲା। ଗାୟିକା ତଥା ରିଲ୍ସ କୁଇନ୍ ରୁକସାନା ବାନୋ ମୃତ୍ୟୁ ମାମଲାରେ ଭବାନୀପାଟଣା ଟାଉନ ଥାନାରେ ୫ ଜଣଙ୍କ ନାଁରେ ଏତଲା ।

ଗିରଫ ହେବେ ରୁକୁ ସୁନା !

ରୁକୁ ସୁନାଙ୍କ ନାଁରେ ମାମଲା। ଗାୟିକା ତଥା ରିଲ୍ସ କୁଇନ୍ ରୁକସାନା ବାନୋ ମୃତ୍ୟୁ ମାମଲାରେ ଭବାନୀପାଟଣା ଟାଉନ ଥାନାରେ ୫ ଜଣଙ୍କ ନାଁରେ ଏତଲା । ୩ ଆଲବମ ଅଭିନେତା ରୁକୁ ସୁନା, ଆଲେକ୍ସ ଓ ଜିତଙ୍କ ନାଁରେ ଏତଲା ଦେଇଛନ୍ତି ରୁକସାନାଙ୍କ ମା’ ଓ ଭଉଣୀ।

ଏଥିସହ ଚିକିତ୍ସା ଅବହେଳା ଅଭିଯୋଗ କରି ବରଗଡ଼ର ଏକ ଘରୋଇ ହସ୍ପିଟାଲର ୨ ଡାକ୍ତରଙ୍କ ନାଁରେ ବି ଏତଲା ଦେଇଛନ୍ତି । ସମ୍ବଲପୁରୀ ରକ୍ ଷ୍ଟାର ହେଉଛନ୍ତି ରୁକୁ ସୁନା । ଗତ ସପ୍ତାହରେ ରୁକସାନା ବାନୋଙ୍କ ଭୁବନେଶ୍ବରର ଏକ ଡାକ୍ତରଖାନାରେ ତ୍ୟୁ ହୋଇଥିଲା । ଏହି ମୃତ୍ୟୁ ପାଇଁ ରୁକୁ ସୁନାଙ୍କୁ ଦାୟୀ କରିଛନ୍ତି ପରିବାର ଲୋକେ ।

ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି । ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ । ଏପଟେ ରୁକ୍ସାନାଙ୍କୁ ନ୍ୟାୟ ଦାବିରେ ଭବାନୀପାଟଣା ଗାନ୍ଧି ଛକରେ ବିଭିନ୍ନ ସଂସ୍ଥା ପକ୍ଷରୁ କ୍ୟାଣ୍ଡେଲ ରାଲି ସହ ସିବିଆଇ ତଦନ୍ତ ଦାବି ହୋଇଛି ।