Advertisment

ଚାଷୀଙ୍କ ଜୀବନ ନେଲେ ଦୁର୍ବୃତ୍ତ, ଟମାଟୋ ବିକ୍ରି କରି ଲକ୍ଷାଧିକ ଟଙ୍କା କମାଇଥିଲେ...

ଟମାଟୋ ବିକ୍ରି କରି ଲକ୍ଷାଧିକ ଟଙ୍କା କମାଇଥିଲେ, ହେଲେ ପରେ ଦୁର୍ବୃତ୍ତମାନେ ଚାଷୀଙ୍କ ଜୀବନ ନେଇଗଲେ।

ଅଦ୍ୟତନ ହୋଇଛି
Robbers kill farmer who made lakhs selling tomatoes

Robbers kill farmer who made lakhs selling tomatoes

Advertisment

ଟମାଟୋ ବିକ୍ରି କରି ଲକ୍ଷାଧିକ ଟଙ୍କା କମାଇଥିଲେ, ହେଲେ ପରେ ଦୁର୍ବୃତ୍ତମାନେ ଚାଷୀଙ୍କ ଜୀବନ ନେଇଗଲେ। ଆଜିକାଲି ଟମାଟୋ ଦର ଏତେ ଅଧିକ ହେଲାଣି ଯେ, ଅଧିକାଂଶ ସ୍ଥାନରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ଟମାଟୋକୁ ବାଉନ୍ସର ଜଗିଲେଣି ତ ଆଉ କେଉଁଠି ଟମାଟୋ ପାଇଁ ଲୋକଙ୍କ ମଧ୍ୟରେ ଝଗଡ଼ା ହେଲାଣି। ଯେଉଁ ଚାଷୀମାନେ ପୂର୍ବରୁ ଟମାଟୋ ଅଧିକ ଚାଷ କରି ଏହାକୁ ଗଚ୍ଛିତ କରି ରଖିଥିଲେ ପରେ ଏହାକୁ ଅଧିକ ଟଙ୍କାରେ ବିକ୍ରି ଲକ୍ଷାଧିକ ଟଙ୍କା କମାଇଛନ୍ତି।  ଏସବୁ ଭିତରେ ଆନ୍ଧ୍ରପ୍ରଦେଶର ଜଣେ ଟମାଟୋ ଚାଷୀଙ୍କ ଜୀବନ ଚାଲି ଯାଇଛି। ମୃତ ଚାଷୀ ହେଲେ ଆନ୍ନାମାୟା ଜିଲ୍ଲାର ମଦନପାଲ୍ଲୀ ମଣ୍ଡଳର ବୋଡୁମାଲ୍ଲାଡାଇନ୍‌ ଗାଁର ନରେମ ରାଜଶେଖର ରେଡ୍ଡୀ(୬୨)।  

Advertisment

ବୁଧବାର ଦିନ ଗାଁ ବାହାରୁ ନରେମ୍‌ଙ୍କ ମୃତଦେହ ମିଳିଥିଲା। ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ୍‌ ସନ୍ଦେହ କରୁଛି। ସ୍ଥାନୀୟ ବଜାରରେ ଟମାଟୋ ବିକ୍ରି କରି ଲକ୍ଷାଧିକ ଟଙ୍କା କମାଇଥିବାରୁ ଏହି ଟଙ୍କାକୁ ନେବା ଲାଗି ଉଦ୍ୟମ କରି ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରିଥିବା ପୋଲିସ୍‌ ସନ୍ଦେହ କରୁଛି। ଟମାଟୋ ବିକ୍ରି କରି ନରେମ୍‌ ୩୦ ଲକ୍ଷ ଟଙ୍କା ଉପାର୍ଜନ କରିଥିବା ଜଣାପଡ଼ିଛି। 

ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ଏହି ଘଟଣା ଘଟିଥିଲା। ନରେମ ଗାଁକୁ ଯାଉଥିବା ବେଳେ କିଛି ଅଜଣା ଦୁର୍ବୃତ୍ତ ତାଙ୍କୁ ଅଟକାଇ ଦଉଡ଼ିରେ ତାଙ୍କର ହାତ, ଗୋଡ଼ ବାନ୍ଧି ଦେଇଥିଲେ। ଏହାପରେ ମୁହଁରେ ଟାୱେଲ୍‌ ଦେଇ ନରେମଙ୍କ ଜୀବନ ନେଇଥିଲେ। ପୋଲିସ୍‌ ଘଟଣାକୁ ନେଇ ଛାନ୍‌ଭିନ୍‌ ଚଳାଇଛି। 

Advertisment

ସୂଚନାଥାଉ କି, ଅଧିକାଂଶ ରାଜ୍ୟରେ ଏବେ ଟମାଟୋ ୧୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି। ଦିନେ ଟମାଟୋ ଯେଉଁଠି ଶସ୍ତାରେ ଲୋକଙ୍କୁ ମିଳୁଥିଲା ଏବେ ଏହା ଆକାଶ ଛୁଆଁ। 

Tomato
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ