Advertisment

ପୁଅ ହତ୍ୟାର ପ୍ରତିଶୋଧ ନେଲା ବାପା: ହତ୍ୟାକାରୀକୁ ଜେଲ୍‌ରୁ ବାହାର କଲେ, ପରେ ଜୀବନ ନେଲେ...

ପୁଅ ହତ୍ୟାର ପ୍ରତିଶୋଧ ନେଲା ବାପା। ହତ୍ୟାକାରୀକୁ ଜାମିନରେ ଆଣି ପରେ ତା’ର ଜୀବନ ନେଲେ। ଉତ୍ତରପ୍ରଦେଶ ଖେରି ଜିଲ୍ଲାର ମିତାଉଲି ଅଞ୍ଚଳରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି।

ଅଦ୍ୟତନ ହୋଇଛି
UP Crime

Revenge son's death man bail for killer then Killed

Advertisment

ପୁଅ ହତ୍ୟାର ପ୍ରତିଶୋଧ ନେଲା ବାପା। ହତ୍ୟାକାରୀକୁ ଜାମିନରେ ଆଣି ପରେ ତା’ର ଜୀବନ ନେଲେ। ଉତ୍ତରପ୍ରଦେଶ ଖେରି ଜିଲ୍ଲାର ମିତାଉଲି ଅଞ୍ଚଳରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି। ନିଜର ୧୪ ବର୍ଷୀୟ ପୁଅକୁ ସ୍ତ୍ରୀ ଓ ଜଣେ ସମ୍ପର୍କୀୟ ହତ୍ୟା କରିବା ପରେ ପ୍ରତିଶୋଧର ନିଆଁରେ ଜଳୁଥିଲେ ସମ୍ପୃକ୍ତ ବ୍ୟକ୍ତି। ଶୁକ୍ରବାର ରାତିରେ ଶତ୍ରୁଧନ ଲାଲା(୪୭)ଙ୍କ ମୁଣ୍ଡକୁ ୩ଥର ଗୁଳି କରାଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କୁ ଗୁଳି କରିଥିବା ବ୍ୟକ୍ତି ଜଣକ ହେଲେ କାଶୀ କାଶ୍ୟପ(୫୦)।

Advertisment

ପୋଲିସ୍‌ ସୂଚନା ଅନୁସାରେ, ୨୦୨୧ ମସିହାରେ ଲାଲାର ସହାୟତାରେ କାଶୀଙ୍କ ପତ୍ନୀ ନିଜ ପୁଅ ଜିତେନ୍ଦ୍ରଙ୍କୁ ହତ୍ୟା କରିଥିଲେ। ସେହି ସମୟରେ କାଶୀ ଅନ୍ୟ ଏକ ମାମଲାରେ ଜେଲ୍‌ରେ ଥିଲେ। ପୁଅକୁ ହତ୍ୟା ଅଭିଯୋଗରେ କାଶୀଙ୍କ ପତ୍ନୀ ଓ ଲାଲାକୁ ଗିରଫ କରାଯାଇ ଜେଲ୍‌ ପଠା ଯାଇଥିଲା। ହେଲେ ପୁଅ ହତ୍ୟାର ପ୍ରତିଶୋଧ ନେବା ପାଇଁ କାଶୀ ସବୁବେଳେ ଚାହୁଁଥିଲେ।

୨୦୨୨ ମସିହା ଡିସେମ୍ବରରେ କାଶୀ ଜେଲ୍‌ରୁ ବାହାରି ଥିଲେ। ଏହାପରେ ଲାଲାକୁ ଜେଲ୍‌ରୁ ମୁକୁଳାଇବା ପାଇଁ ସେ ଓକିଲ ଠିକ୍‌ କରିଥିଲେ ବୋଲି ଜଣାପଡ଼ିଛି। ଏପ୍ରିଲ ପ୍ରଥମ ସପ୍ତାହରେ ଲାଲାକୁ ଜାମିନ ମିଳିଥିଲା ଓ ସେବେଠୁ ତାକୁ ଜୀବନରୁ ମାରିବା ପାଇଁ କାଶୀ ସୁଯୋଗ ଅପେକ୍ଷାରେ ଥିଲା। ପରେ ଲାଲାର ଜୀବନ ନେଇଥିଲା କାଶୀ।

Advertisment

ଏହି ମାମଲାରେ ପୋଲିସ କାଶୀ ବିରୋଧରେ ପ୍ରମାଣ ଯୋଗାଡ଼ କରିଥିଲା। ସୂଚନାଥାଉ କି, ୨୦୨୦ ମସିହାରେ ଏକ ହତ୍ୟା ମାମଲାରେ କାଶୀ ଜେଲ୍‌ ଯାଇଥିଲା। ୨୦୨୧ ମସିହାରେ ଜିତେନ୍ଦ୍ର ହଠାତ୍‌ ଗାଏବ ହୋଇ ଯାଇଥିଲେ। କିଛିଦିନ ପରେ ନଦୀ କୂଳରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହାପରେ ପୋଲିସ୍‌ ତଦନ୍ତ କରି କାଶୀଙ୍କ ପତ୍ନୀ ଓ ଲାଲାଙ୍କୁ ଗିରଫ କରିଥିଲା। 

Murder Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ