Advertisment

କାମ ପାଇଁ ବାହାରକୁ ଚାଲିଗଲା ପ୍ରେମିକ, ପଚାରିଲାନି ପ୍ରେମିକା; ଶେଷରେ ଜଳିଲା ପ୍ରତିଶୋଧର ନିଆଁ...

ପରିତ୍ୟକ୍ତ କୂଅରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ପ୍ରେମିକା ଅଣଦେଖା କରିବା ଯୋଗୁ ପ୍ରତିଶୋଧ ପରାୟଣ ହୋଇ ପ୍ରେମିକ, ପ୍ରେମିକାର ତଣ୍ଟି ଚିପି ହତ୍ୟା କରିଥିବା ପୋଲିସ କହିଛି।

ଅଦ୍ୟତନ ହୋଇଛି
Recovery of woman's body from inside a well

Recovery of woman's body from inside a well

Advertisment

ପରିତ୍ୟକ୍ତ କୂଅରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ପ୍ରେମିକା ଅଣଦେଖା କରିବା ଯୋଗୁ ପ୍ରତିଶୋଧ ପରାୟଣ ହୋଇ ପ୍ରେମିକ, ପ୍ରେମିକାର ତଣ୍ଟି ଚିପି ହତ୍ୟା କରିଥିବା ପୋଲିସ କହିଛି। ପୋଲିସ୍‌ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗଞ୍ଜାମ ଜିଲ୍ଲାରେ ଏହି ଘଟଣା ଘଟିଛି। ଗିରଫ ଯୁବକଙ୍କ ହେଲେ ବରଡାବିଲି ଗାଁର ସହିତ ଗୌଡ଼। ମୃତ ଯୁବତୀ ବଡ଼ଗଡ଼ ଥାନା ଅନ୍ତର୍ଗତ ଖାରୀଗୁମ୍ମା ଗାଁର ବୋଲି ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, ଗତ ମାର୍ଚ୍ଚ ୨୮ ତାରିଖ ରାତିରେ ଯୁବତୀ ଜଣକ କେଉଁଆଡ଼େ ଚାଲି ଯାଇଥିଲେ। ପରିବାର ଲୋକ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିପାରିନଥିଲା। ଶେଷରେ ପରିବାର ଲୋକ ବଡ଼ଗଡ଼ ଥାନାରେ ଏନେଇ ନିଖୋଜ ରିପୋର୍ଟ ଦେଇଥିଲେ। ସହିତ ଗୌଡ଼ ତାଙ୍କ ଝିଅକୁ ନେଇ ଯାଇଥିବା ସନ୍ଦେହ କରୁଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। 

ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ୍‌ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ପ୍ରେମିକ ସହିତ ଗୌଡ଼ଙ୍କୁ ପଚରାଉଚରା ପରେ ଗିରଫ କରିଛି। ପ୍ରେମିକାର ଅଣଦେଖା ପରେ ପ୍ରତିଶୋଧ ପରାୟଣ ହୋଇ ପ୍ରେମିକ ହତ୍ୟା କରିଥିବା ପୋଲିସ କହିଛି। ମୃତ ଯୁବତୀଙ୍କ ସହ ସହିତଙ୍କ ୨ ବର୍ଷ ଧରି ପ୍ରେମ ସଂପର୍କ ଥିଲା। ସହିତ କାମ କରିବାକୁ ସୁରତ ଚାଲିଯିବା ପରେ ଯୁବତୀ ଜଣକ ତାଙ୍କୁ ଅଣଦେଖା କରିଥିଲେ। ଫଳରେ ସହିତ ପ୍ରତିଶୋଧ ପରାୟଣ ହୋଇ ପ୍ରେମିକାକୁ ମର୍ଡର କରିବା ପାଇଁ ପ୍ଲାନ୍‌ କରିଥିଲା। ଦେଖା କରିବା ବାହାନାରେ ପ୍ରେମିକାକୁ ଡାକି ତଣ୍ଟି ଚିପି ହତ୍ୟା କରିଥିଲା। ଏହାପରେ ଘଟଣାକୁ ଲୁଚାଇବା ପାଇଁ ପ୍ରେମିକାର ମୃତଦେହ ଏକ ପରିତ୍ୟକ୍ତ କୂଅରେ ପକାଇଦେଇ ଚାଲି ଯାଇଥିଲା ସହିତ।

Advertisment

ହେଲେ ସହିତ ବେଶୀ ଦିନ ପୋଲିସ୍‌କୁ ଚକ୍‌ମା ଦେଇ ରହି ପାରିଲା ନାହିଁ ଓ ଆଉ ପୋଲିସ୍‌ ହାତରେ ଧରାପଡ଼ିଗଲା। 

Woman Deadbody Recovered
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ