Advertisment

ଫାର୍ମ ହାଉସ୍‌ରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣାର ଖୋଲିବ କି ରହସ୍ୟ ?

ଭୁବନେଶ୍ୱର ରଘୁନାଥପୁର ଅଞ୍ଚଳରେ ଏକ ଫାର୍ମ ହାଉସ୍‌ର ପୋଖରୀ ଭିତରୁ ମିଳିଥିବା ମୃତ ଛାତ୍ରୀଙ୍କ ଠାରୁ ସଂଗୃହୀତ ନମୁନାର ଡାଇଟମ୍ ଟେଷ୍ଟ କରାଯିବ। ଏଥିଲାଗି ନମୁନା ଫୋରେନସିକ ଲାବକୁ ପଠାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ଅଦ୍ୟତନ ହୋଇଛି
ଫାର୍ମ ହାଉସ୍‌ରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣାର ଖୋଲିବ କି ରହସ୍ୟ ?

Recovery of girl student's body from a farmhouse

Advertisment

ଭୁବନେଶ୍ୱର: ଭୁବନେଶ୍ୱର ରଘୁନାଥପୁର ଅଞ୍ଚଳରେ ଏକ ଫାର୍ମ ହାଉସ୍‌ର ପୋଖରୀ ଭିତରୁ ମିଳିଥିବା ମୃତ ଛାତ୍ରୀଙ୍କ ଠାରୁ ସଂଗୃହୀତ ନମୁନାର ଡାଇଟମ୍ ଟେଷ୍ଟ କରାଯିବ। ଏଥିଲାଗି ନମୁନା ଫୋରେନସିକ ଲାବକୁ ପଠାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଛାତ୍ରୀଙ୍କର ମୃତ୍ୟୁ ଫାର୍ମ ହାଉସ ପୋଖରୀ ବୁଡ଼ି ହୋଇଛି କି ଅନ୍ୟ କେଉଁଠି ହୋଇଛି, ତାହା ଡାଇଟମ୍ ଟେଷ୍ଟରୁ ଜଣାପଡ଼ିବ।

Advertisment

ମୃତଦେହ ଉଦ୍ଧାର ପରେ ସମ୍ପୃକ୍ତ ଛାତ୍ରୀଙ୍କ ବାପା ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, ସିସିଟିଭିରୁ ଜଣାପଡୁଛି ରାତି ୨ଟାରେ ସେ ଫାର୍ମ ହାଉସ୍‌କୁ ପଶିଛି।  ଏତେ ଅନ୍ଧାର ରାତିରେ, ଉଚ୍ଚ ପାଚେରୀ ଡେଇଁ ଆସିଲା କେମିତି ? ସେ ଆତ୍ମହତ୍ୟା କରିଥିବ ବୋଲି ମୁଁ ଭାବି ପାରୁନାହିଁ। ମନକୁ ମନ ସେ ଫାର୍ମ ହାଉସକୁ ଆସିଥିବ ବୋଲି ଭାବିପାରୁନି।  କୌଣସି ଲୋକ ହୁଏତ ତାକୁ ପ୍ରଲୋଭିତ କରି ଆଣିଥାଇପାରନ୍ତି ବୋଲି ମୃତ ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି। ସେ ଆହୁରି କହିଛନ୍ତି, JEE ପରୀକ୍ଷାରେ ଝିଅର ଟିକେ ଖରାପ ହୋଇଥିଲା। ସେ ବହୁତ ମେଧାବୀ ଥିଲା ଏବଂ ଭଲ ଆର୍ଟ ମଧ୍ୟ କରୁଥିଲା। ପାଠପଢ଼ା ନେଇ ଘର ପକ୍ଷରୁ ତା’ ଉପରେ କୌଣସି ପ୍ରକାର ଚାପ ନଥିଲା।  

Advertisment

ସୂଚନାଥାଉ କି, ଗତକାଲି ସକାଳେ ଛାତ୍ରୀଙ୍କ ମୃତଦେହ ଫାର୍ମ ହାଉସର ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା। ଏନେଇ ଖବର ପାଇବା ପରେ ନନ୍ଦନକାନନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି  ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା। ଛାତ୍ରୀ ଜଣକ ଗୁରୁବାର ରାତି ୨ଟାରେ ଘରୁ ବାହାରି ପଳାଇ ଆସିଥିଲେ। ଘରଠାରୁ ୫୦୦ ମିଟର ଦୂରରେ ଫାର୍ମ ହାଉସରୁ ତାଙ୍କ ମୃତଦେହ ମିଳିଥିଲା।

Bhubaneswar Girl Student Dead Body Found Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ