Advertisment

ରାପିଡୋ ଡ୍ରାଇଭରଙ୍କୁ ନିର୍ମମ ହତ୍ୟା...୨୩ଥର ଛୁରି ଭୁସି ନେଇଗଲେ ଜୀବନ

ନରେନ୍ଦ୍ରଙ୍କ ବନ୍ଧୁ ସେଠାକୁ ଆସି ଦେଖିବା ବେଳକୁ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ।ଡକାୟତମାନେ ନରେନ୍ଦ୍ରଙ୍କ ମୋବାଇଲ୍ ଫୋନ୍ ଏବଂ ବ୍ୟାଗ୍ ଛଡ଼ାଇ ନେଇ ସେଠାରୁ ଫେରାର ହୋଇଯାଇଛନ୍ତି।

Rapido driver stabbed 23 times

Rapido driver stabbed 23 times

Advertisment

ରାପିଡୋ ଡ୍ରାଇଭରଙ୍କୁ ନିର୍ମମ ହତ୍ୟା। ଡକାୟତଙ୍କୁ ବିରୋଧ କରିବାରୁ ୨୩ଥର ଛୁରି ଭୁସି ହତ୍ୟାକଲେ। ପୂର୍ବ ଦିଲ୍ଲୀର ମଧୁ ବିହାର ଅଞ୍ଚଳରେ ଥିବା ଏକ ପାର୍କରେ ଘଟିଛି ଏହି ହତ୍ୟାକାଣ୍ଡ। ପୋଲିସ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

Advertisment

ପୋଲିସର ସୂଚନାନୁସାରେ, ମୃତ ବ୍ୟକ୍ତିଙ୍କ ନାଁ ହେଉଛି ନରେନ୍ଦ୍ର। ସେ ରାପିଡୋ ଡ୍ରାଇଭର ଭାବରେ କାର୍ଯ୍ୟ କରନ୍ତି। ଶୁକ୍ରବାର ରାତି ପ୍ରାୟ ୧୨ଟା ୩୦ସମୟରେ ତାଙ୍କ ସାଙ୍ଗମାନଙ୍କ ସହ ଏକ ପାର୍କରେ ମଦ୍ୟପାନ କରୁଥିଲେ। ଏହି ସମୟରେ କିଛି ଲୋକ ତାଙ୍କ ନିକଟକୁ ଆସିଥିଲେ। ସେମାନେ ଲୁଟ କରିବା ଉଦ୍ଦେଶ୍ୟରେ ନରେନ୍ଦ୍ର ଓ ତାଙ୍କ ସାଙ୍ଗମାନଙ୍କୁ ଆକ୍ରମଣ କରିଥିଲେ।

ସେଠାରୁ ନରେନ୍ଦ୍ରଙ୍କ ସାଙ୍ଗ ପଳାଇଯାଇଥିଲେ। ନରେନ୍ଦ୍ର ସେମାନଙ୍କୁ ବିରୋଧ କରିବାରୁ ଡକାୟତମାନେ ତାଙ୍କୁ ୨୩ଥର ଛୁରୀରେ ହତ୍ୟା କରିଥିଲେ। କିଛି ସମୟ ପରେ ନରେନ୍ଦ୍ରଙ୍କ ବନ୍ଧୁ ସେଠାକୁ ଆସି ଦେଖିବା ବେଳକୁ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ।ଡକାୟତମାନେ ନରେନ୍ଦ୍ରଙ୍କ ମୋବାଇଲ୍ ଫୋନ୍ ଏବଂ ବ୍ୟାଗ୍ ଛଡ଼ାଇ ନେଇ ସେଠାରୁ ଫେରାର ହୋଇଯାଇଛନ୍ତି।

Advertisment

ନରେନ୍ଦ୍ରଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ୫ରୁ ୬ଜଣ ଡକାୟତ ମିଳିତ ଆକ୍ରମଣ କରିଥିଲେ। ତେବେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Murder Robbery Stabbed
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ