Advertisment

କଲେଜ ପରେ ଏବେ ସ୍କୁଲ୍‌ରେ ରାଗିଂ, ଅଶ୍ଲୀଳ ଭିଡିଓ ନଦେଖିବାରୁ ମାଡ଼ ମାରି ପିଆଇଲେ ପରିଶ୍ରା !

ନବରଙ୍ଗପୁର ଉମରକୋଟର ଗୁରୁକୃପା ଆବାସିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ରକୁ ରାଗିଂ ଅଭିଯୋଗ । ୫ ସହପାଠୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ଅଷ୍ଟମ ଶ୍ରେଣୀ ଛାତ୍ର ।

ଅଦ୍ୟତନ ହୋଇଛି
Ragging Allegations

Ragging Allegations

Advertisment

ଶିକ୍ଷାନୁଷ୍ଠାନରେ ପୁଣି ରାଗିଂ ଅଭିଯୋଗ । ପୂର୍ବରୁ ଅନେକ କଲେଜ ମାନଙ୍କରେ ରାଗିଂ ଅଭିଯୋଗ ଆସୁଥିବା ବେଳେ ଏବେ ବିଦ୍ୟାଳୟରୁ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆସିବାରେ ଲାଗିଛି । ଏବେ ନବରଙ୍ଗପୁର ଉମରକୋଟ ଗୁରୁକୃପା ଆବାସିକ ବିଦ୍ୟାଳୟରୁ ସଙ୍ଗୀନ ଅଭିଯୋଗ ଆସିଛି ।

Advertisment

ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ଅଶ୍ଳୀଳ ଭିଡିଓ ଦେଖିବା ପାଇଁ ବାଧ୍ୟ କରିବା ଏବଂ ଭିଡିଓ ନ ଦେଖିଲେ ମାଡ଼ ମାରିବା ସହ ପରିଶ୍ରା ପିଆଇବା ନେଇ ଅଭିଯୋଗ ହୋଇଛି । ଛାତ୍ର ଜଣକ ମୁହଁ ଖୋଲିବା ପରେ ପରିବାର ଲୋକେ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ଉମରକୋଟ ଥାନାରେ ଛାତ୍ରଙ୍କ ବାପା ଏନେଇ ଏତଲା ଦେଇଛନ୍ତି ।

ଅଭିଯୋଗ ଅନୁଯାୟୀ ବିଦ୍ୟାଳୟର ୫ ସହପାଠୀ ତାଙ୍କୁ ରାଗିଂ କରିବା ସହ କାହାକୁ କହିଲେ ମାଡ଼ ମାରିବା ପାଇଁ ଧମକ ଦେଉଥିଲେ । ଛାତ୍ର ଜଣକ ବିଦ୍ୟାଳୟରେ ୩ ମାସ ହେଲା ଯୋଗ ଦେଇଥିବା ବେଳେ ଭୟରେ କାହାକୁ କିଛି କହିପାରୁନଥିଲେ । ଘରକୁ ଆସି ମଧ୍ୟ ବହୁତ ଡିପ୍ରେସନରେ ରହୁଥିବାର ପରିବାର ଲୋକ ଅଭିଯୋଗ କରିଛନ୍ତି । ପରେ ପରିବାର ଲୋକଙ୍କ ବୁଝାସୁଝା ପରେ ଛାତ୍ର ଜଣକ ସବୁ କଥା କହିଥିଲେ । ଅନ୍ୟପଟେ ଅଭିଯୋଗ ନେଇ ସଂପୃକ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷ କି ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment

(ରିପୋର୍ଟ-ନବଘନବିଷୋୟୀ ,ନବରଙ୍ଗପୁର)

Ragging Allegations Gurukrupa Abasika Vidyalaya
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ