Advertisment

ପୋଲିସ ଜାଲରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟଯନ୍ତ୍ରୀ ରବିନାରାୟଣ ପୃଷ୍ଟି

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟଯନ୍ତ୍ରୀ ରବିନାରାୟଣ ପୃଷ୍ଟି ଗିରଫ । ରବିନାରାୟଙ୍କ ଘରୁ ସୁନା ଅଳଙ୍କାର ସହ ବିପୁଳ ପରିମାଣର ବ୍ୟାଙ୍କ ଡିପୋଜିଟ୍, ଫ୍ଲାଟ୍ ଓ ପ୍ଲଟ୍ ଠାବ କରାଯାଇଛି।

Viggilance Raid

Viggilance Raid

Advertisment

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟଯନ୍ତ୍ରୀ ରବିନାରାୟଣ ପୃଷ୍ଟି ଗିରଫ । ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ରେଡ୍ କରିଥିଲା ଭିଜିଲାନ୍ସ । ଭୁବନେଶ୍ୱର ସ୍ଥିତ ଘର, ଗଂଜାମ ସ୍ଥିତ ପୈତୃକ ଘର ଓ ଅଫିସରେ ରେଡ୍ ହୋଇଥିଲା । ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରିଥିଲା । ୮ଜଣ ଡେପୁଟି ଏସ୍ପି, ୪ ଜଣ ଇନ୍ସପେର, ୫ ଜଣ ASI ମିଳିତ ଭାବେ ୭ ଟି ସ୍ଥାନରେ ରେଡ୍ କରିଥିଲେ ।

Advertisment

ରେଡ୍ ବେଳେ ତାଙ୍କର ବିପୁଳ ସମ୍ପତ୍ତି ଜବତ ହେବା ପରେ ଆଜି ତାଙ୍କୁ ଗିରଫ କରାଯାଇଛି । ରବିନାରାୟଙ୍କ ଘରୁ ସୁନା ଅଳଙ୍କାର ସହ ବିପୁଳ ପରିମାଣର ବ୍ୟାଙ୍କ ଡିପୋଜିଟ୍, ଫ୍ଲାଟ୍ ଓ ପ୍ଲଟ୍ ଠାବ କରାଯାଇଥିଲା । ତାଙ୍କର ଭୁବନେଶ୍ୱର ପଟିଆରେ ଏକ ଫ୍ଲାଟ୍, ପୁରୀରେ ଏକ ଫ୍ଲାଟ୍, ନଖରା ଗ୍ରାଣ୍ଡ ବଜାରରେ ଏକ ଫ୍ଲାଟ୍, ଖଣ୍ଡଗିରିରେ ଗୋଟିଏ ଦୋକାନ, ଖୋର୍ଦ୍ଧା ଏବଂ ଭୁବନେଶ୍ୱରରେ ୩ଟି ପ୍ଲଟ୍ ଠାବ ହୋଇଛି । ସେହିଭଳି ୭୦ ଲକ୍ଷର ବ୍ୟାଙ୍କ୍ ଡିପୋଜିଟ୍, ପ୍ରାୟ ୩୫୫ ଗ୍ରାମ୍‌ର ସୁନା ଅଳଙ୍କାର ଓ ସହ ଚାରିଚକିଆ ଯାନ ସହ ଓ ଦୁଇ ଚକିଆ ଗାଡ଼ି ଜବତ କରାଯାଇଛି ।

ଭୁବନେଶ୍ୱରର ପଟିଆରେ ରବି ନାରାୟଣ ପୃଷ୍ଟିଙ୍କର ଗୋଟିଏ ଫ୍ଲାଟ୍ ରହିଛି। ପୁରୀ ଶ୍ରୀକ୍ଷେତ୍ର ଭକ୍ତ ନିବାସରେ ତାଙ୍କର ଗୋଟିଏ ଫ୍ଲାଟ ରହିଛି ଓ ଏହାର ବର୍ତ୍ତମାନ ବଜାର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ। ଫୁଲନଖରାର ଗ୍ରାଣ୍ଡ ଆବାସରେ ତାଙ୍କର ଏକ ଫ୍ଲାଟ ରହିଛି ଯାହାର ଦାମ୍‌ ୬୦ ଲକ୍ଷ ଟଙ୍କାରୁ ଅଧିକ।

Advertisment

ଭୁବନେଶ୍ୱରର ଖଣ୍ଡଗିରି ସ୍ଥିତ ବାରଭୂଜା ମାର୍କେଟ କମ୍ପ୍ଲେକ୍ସରେ ତାଙ୍କର ଗୋଟିଏ ଦୋକାନ ଅଛି। ଭୁବନେଶ୍ୱରର ପ୍ରମୁଖ ସ୍ଥାନ ଓ ଏହା ଆଖପାଖରେ ତାଙ୍କର ତିନିଟି ପ୍ଲଟ୍ ରହିଛି। ଏଗୁଡ଼ିକର ବଜାର ମୂଲ୍ୟ କୋଟି କୋଟି ଟଙ୍କା। ଏହି ପ୍ଲଟ ଗୁଡ଼ିକର କିଣାବିକା ବେଳେ ଯାବତୀୟ ଅନିୟମିତତା ହୋଇଥିବା ଭିଜିଲାନ୍ସ ସନ୍ଦେହ କରୁଛି। ସେଥିପାଇଁ ଏ ଦିଗରେ ତଦନ୍ତ ଜାରି ରହିଛି।

Viggilance Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ