Advertisment

ପୁଣି ପୁଷ୍ପା ଷ୍ଟାଇଲରେ ସ୍ମଗଲିଂ : ଫିଲ୍ମରେ ଚନ୍ଦନ କାଠ ଆଉ ରିୟଲରେ ମଦ ଚାଲାଣ

ସିନେମା ପରି ମଦ ଚାଲାଣ ଚାଲିଥିଲା, ହେଲେ ପୋଲିସ୍‌ ହାତରେ ଧରାପଡ଼ିଗଲେ . . .

puspa style

puspa style

Advertisment

ପୁଣି ଥରେ ପୁଷ୍କା ଷ୍ଟାଇଲରେ ସ୍ମଗଲିଂ । ଫିଲ୍ମରେ ଚନ୍ଦନ କାଠ ଆଉ ରିୟଲରେ ମଦ । ବାହାରୁ ଦେଖିଲେ ଲାଗିବ ପାଣି ଟ୍ୟାଙ୍କର ହେଲେ ଭିତରେ ଚାଲାଣ ହେଉଛି ହଜାର ହଜାର ବୋତଲ ମଦ । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ହିନ୍ଦୋଳରେ । ରାଜସ୍ଥାନ ନମ୍ବର ବିଶିଷ୍ଟ ଏକ ୱାଟର ଫ୍ଲିଟର ଟ୍ୟାଙ୍କରକୁ ଜବତ କରିଛି ଅବକାରୀ ବିଭାଗ ।

Advertisment

ଯେଉଁଥରେ ଶହ ଶହ ପେଟି ବିଦେଶୀ ମଦକୁ ରଖି ଚୋରା ଚାଲାଣ କରାଯାଉଥିଲା । ବାହାରେ ୱାଟର ଫିଲଟର୍ ଆଉ ଭିତରେ ଥିଲା ବିଦେଶୀ ମଦ । ବେଶ ଚାଲାକର ସହ ଏହାକୁ ଟ୍ୟାଙ୍କର ଭିତରେ ଲୁଚାଇ ଚାଲାଣ କରାଯାଉଥିଲା । କାହାକୁ ଯେପରି ସନ୍ଦେହ ହେବନି ସେ ଦିଗରେ ବି ଧ୍ୟାନ ରଖିଥିଲେ ଅଭିଯୁକ୍ତ ।

ତେବେ ଏତେ ବୋତଲ ମଦ କେଉଁଠୁ ଆସିଲା ଓ କୁଆଡ଼େ ଯାଉଥିଲା ସେ ସମ୍ପର୍କରେ ସୂଚନା ମିଳିପାରିନି । ଅବକାରୀ ବିଭାଗ ୩ ଜଣଙ୍କୁ ଅଟକ ରଖି ଖୋଲତାଡ଼ କରୁଛି ।

Advertisment
Liquor Seized
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ