Advertisment

Gold Robbery: ଏକୁଟିଆର ସୁଯୋଗ ନେଇ ହାତ ଗୋଡ ବାନ୍ଧି ଲୁଟିନେଲେ ସୁନା ଅଳଙ୍କାର

ପୁରୀ ଜିଲ୍ଲାର ଗୋପ ଥାନା ଅନ୍ତର୍ଗତ କୁଣ୍ଡିସ ଗାଁରେ ଜଣେ ମହିଳାଙ୍କ ହାତ, ଗୋଡ଼ ବାନ୍ଧି ସୁନା ଓ ରୁପା ଅଳଙ୍କାର ସହ ନଗଦ ୧୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ଦେଇଛନ୍ତି ଲୁଟେରା।

ଅଦ୍ୟତନ ହୋଇଛି
Woman Tied Up and Robbed of Gold Jewellery

Woman Tied Up and Robbed of Gold Jewellery

Advertisment

ମହିଳାଙ୍କ ହାତ ଗୋଡ଼ ବାନ୍ଧି ସୁନା ଅଳଙ୍କାର ଲୁଟ୍ କରିଛନ୍ତି ଲୁଟେରା। ଚାଞ୍ଚଲ୍ୟକର ଘଟଣା ଘଟିଛି ପୁରୀ ଜିଲ୍ଲାର ଗୋପ ଥାନା ଅଞ୍ଚଳରେ। ଗୋପ ଥାନା ଅନ୍ତର୍ଗତ କୁଣ୍ଡିସ ଗାଁରେ ଘରେ ଏକୁଟିଆ ରହୁଥିବା ବେଳେ ଝୁମୁରି ଦାସଙ୍କ ହାତ ଗୋଡ଼ ବାନ୍ଧି ଲୁଟ କରିଛନ୍ତି ଲୁଟେରା। ଆଲମୀରା ଭାଙ୍ଗି ସୁନା ଓ ରୁପା ଅଳଙ୍କାର ସହ ନଗଦ ୧୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସୋମବାର ବିଳମ୍ବିତ ରାତିରେ ଏହି ଲୁଟ୍‌ ହୋଇଛି।

Advertisment

ଅଧିକ ପଢନ୍ତୁ: ମାତିଛନ୍ତି ଲୁଟେରା; ଲୁଟିନେଲେ ୪ ଶହ ମୋବାଇଲ, ଛାଡିଗଲେ ଚାର୍ଜର!

ମିଳିଥିବା ସୂଚନା ମୁତାବକ, ଝୁମୁରୀଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ଦେଢଶୁର ଗୌରାଙ୍ଗ ଦାସ ଓ ତାଙ୍କ ପିଲା ମାନେ ବାହାରେ ରୁହନ୍ତ। ଝୁମୁରୀଙ୍କ ପୁଅ ମଧ୍ୟ ବାହାରେ ରୁହନ୍ତି। ଏଣୁ ଝୁମୁରୀ ଏକୁଟିଆ ରହୁଥିବାର ସୁଯୋଗ ନେଇଛନ୍ତି ଦୁର୍ବୃତ୍ତ। ସେ ଏକୁଟିଆ ରହୁଥିବା ଜାଣି ଦୁର୍ବୁତ୍ତ ମାନେ ବିଳମ୍ବିତ ରାତ୍ରିରେ ତାଙ୍କ ଘର ଗ୍ରୀଲ ଓ କବାଟ ଭାଙ୍ଗି ଘରେ ପଶିବାକୁ ଉଦ୍ୟମ କରିଥିଲେ। ହେଲେ ଝୁମୁରି ସେ ସମୟରେ ଉଠି ଯାଇଥିଲେ। ତେଣୁ ଦୁଇରୁ ତିନି ଜଣ ଦୁର୍ବୁତ୍ତ ଝୁମୁରୀଙ୍କ ହାତ ଗୋଡ଼ ବାନ୍ଧି ଘର ଆଲମୀରା ଭାଙ୍ଗି ସୁନା ଓ ରୁପା ଅଳଙ୍କାର ସହ ନଗଦ ୧୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଇଥିଲେ। ସକାଳେ ଗାଁ ଲୋକେ ଝୁମୁରୀଙ୍କୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଗୋପ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଏହି ଘଟଣା ସମ୍ପର୍କରେ ଝୁମୁରୀ କହିଛନ୍ତି, ‘‘ମୁଁ ଏକୁଟିଆ ରହୁଥିବାରୁ ମୋତେ ଛାଡି ଦେବାକୁ ଲୁଟେରା ମାନଙ୍କୁ ଅନୁରୋଧ କରିଥିଲି । ମୁଁ ତାଙ୍କ ଗୋଡ ହାତ ଧରିଲି । ହେଲେ ସେ ମୋତେ ବାନ୍ଧିକି ଚୋରି କରିବା ସହ ଘରର ବାରିପଟ ଦ୍ୱାର ଦେଇ ଚାଲିଗଲେ । ମୋ ପାଟିରେ ଲୁଗା ଦେବା ସହ ମୋତେ ବାଡେଇଛନ୍ତି।’’ ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି ।

Advertisment

ଅଧିକ ପଢନ୍ତୁ:ଚଇନି ଚିକ୍କଣ ହୋଇ ଆସିଲେ; ଗିଫ୍ଟ ସୁନା ଗହଣା ଧରି ଛୁ ମାରିଲେ..

Puri Robbed
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ