Advertisment

ସେବାୟତଙ୍କୁ ହତ୍ୟା ପାଇଁ ଡିଲ୍‌ ହୋଇଥିଲା ୩୦ ଲକ୍ଷ ଟଙ୍କା

ଗୁନ ସିଂହାରୀ ହତ୍ୟାର ପ୍ରତିଶୋଧ ପାଇଁ ସେବାୟତଙ୍କୁ କରାଯାଇଥିଲା ହତ୍ୟା ! ଏଥିପାଇଁ ହୋଇଥିଲା ୩୦ ଲକ୍ଷ ଟଙ୍କାର ଡିଲ୍। ପୁରୀ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲାରେ ୬ ଅଭିଯୁକ୍ତ ଗିରଫ ପରେ ଏସ୍‌ପି କନଓ୍ୱର ବିଶାଲ ସିଂହ ଏହି ସୂଚନା ଦେଇଛନ୍ତି।

Murder of Puri Jagannath Temple Servitor

Murder of Puri Jagannath Temple Servitor

Advertisment

ଗୁନ ସିଂହାରୀ ହତ୍ୟାର ପ୍ରତିଶୋଧ ପାଇଁ ସେବାୟତଙ୍କୁ କରାଯାଇଥିଲା ହତ୍ୟା ! ଏଥିପାଇଁ ହୋଇଥିଲା ୩୦ ଲକ୍ଷ ଟଙ୍କାର ଡିଲ୍। ପୁରୀ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲାରେ ୬ ଅଭିଯୁକ୍ତ ଗିରଫ ପରେ ଏସ୍‌ପି କନଓ୍ୱର ବିଶାଲ ସିଂହ ଏହି ସୂଚନା ଦେଇଛନ୍ତି। ଏହାସହ ପୁରା ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛନ୍ତି ଏସ୍‌ପି। 

Advertisment

ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ଘଟଣାରେ ଗିରଫ ୬ ଜଣଙ୍କ ମଧ୍ୟରେ ୨ ଜଣ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅଛନ୍ତି। ଏହି ଦୁଇ ମୁଖ୍ୟ ଷଡ଼ଯନ୍ତ୍ରକାରୀ ହେଲେ କାଳିଆ ସିଂହାରୀ ଓ ଦୋଳଗୋବିନ୍ଦ ସିଂହାରୀ। ଗିରଫ ଅନ୍ୟ ଅଭିଯୁକ୍ତ ହେଲେ ମୁନା ପାତ୍ର, ସନ୍ଦୀପ ଜେନା, କାଳୁ ପାଣିଗ୍ରାହୀ, ବାବା ମହାପାତ୍ର। ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବା ପରେ କ୍ରାଇମ ସିନ୍ ରିକ୍ରିଏଟ କରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। 

ହତ୍ୟା ଘଟଣା ସମ୍ପର୍କରେ ସୂଚନା ଦେଇ ଏସ୍‌ପି କହିଛନ୍ତି, ଗିରଫ କାଳୁଠାରୁ ଦେଢ଼ ଲକ୍ଷ ଟଙ୍କା ଜବତ ହୋଇଛି। ତେବେ ଏତଲାରେ ନାଁ ଥିବା ଆଉ ୩ ଜଣଙ୍କୁ ଗିରଫ କରାଯିବ। ସେଥିପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ପୋଲିସ। ଏମାନେ ପୂର୍ବରୁ ଥରେ ସେବାୟତ କୃଷ୍ଣ ପ୍ରତିହାରୀଙ୍କୁ ହତ୍ୟା ଉଦ୍ୟମ କରି ବିଫଳ ହୋଇଥିଲେ। ତେବେ ପ୍ରତିଶୋଧ ପାଇଁ କିମ୍ବା ହତ୍ୟାର ଅନ୍ୟ କିଛି କାରଣ ଥାଇପାରେ ବୋଲି ଏସ୍‌ପି କହିଛନ୍ତି।  ହତ୍ୟାକାଣ୍ଡ ପାଇଁ ୨ ମୁଖ୍ୟ ଷଡ଼ଯନ୍ତ୍ରକାରୀ କାଳୁକୁ ଯୋଜନା ପ୍ରସ୍ତୁତ ପାଇଁ କହିଥିଲେ। ଅଭିଯୁକ୍ତଙ୍କୁ ଫେରାର କରାଇବାରେ ସନ୍ଦୀପ ଜେନାର ଭୂମିକା ରହିଛି। ସେହିପରି ଗିରଫ ମୁନା ପାତ୍ର ହତ୍ୟାକାଣ୍ଡ ପାଇଁ ପିସ୍ତଲ ଯୋଗାଇଥିଲା। 

Advertisment

ଏତଲା ଅନୁସାରେ ବାବା ମହାପାତ୍ର ଘଟଣାସ୍ଥଳରେ ଥିବାରୁ ତାକୁ ଗିରଫ କରାଯାଇଛି। ବର୍ତ୍ତମାନ ସୁଦ୍ଧା ମୋଟ୍ ୯ ଜଣଙ୍କ ବିରୋଧରେ ପ୍ରମାଣ ମିଳିଛି। ହତ୍ୟାକାଣ୍ଡ ପାଇଁ ଟଙ୍କା ଡିଲ୍ ହୋଇଥିବା ପୁରୀ ଏସ୍‌ପି ସୂଚନା ଦେଇଛନ୍ତି। ଫାୟାରିଂ କରିଥିବା ୩ ଜଣଙ୍କ ମଧ୍ୟରୁ ଜଣଙ୍କୁ ଧରାଯାଇଛି। ପ୍ରାଥମିକ ତଦନ୍ତରୁ ଗୁନ ସିଂହାରୀ ହତ୍ୟା ଲିଙ୍କ୍‌ର ସୂଚନା ମିଳିଥିବା ପୁରୀ ଏସ୍‌ପି କହିଛନ୍ତି। ଗତ ୧୬ ତାରିଖରେ ସେବାୟତ କୃଷ୍ଣ ପ୍ରତିହାରୀଙ୍କୁ ହତ୍ୟା କରାଯାଇଥିଲା।   

Krushna Chandra Pratihari Murder Puri Srimandir Servitor Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ