ସଂସାର ଉଜାଡ଼ିଦେଲା ସ୍ୱାମୀ ! ପତ୍ନୀ ବାପ ଘରୁ ଆସିଲାନି ବୋଲି ଶାଶୁ-ଶଶୁର-ଦୁଇ କୁନି ଛୁଆଙ୍କୁ ଜିଅନ୍ତା ଜାଳିଦେଲା

ପଞ୍ଜାବ ଲୁଧିଆନା ଖୁର୍ସିଦପୁର ଗାଁର ଅମାନବୀୟ ଘଟଣା । ଅଭିଯୁକ୍ତ ସ୍ୱାମୀ କୁଲଦୀପ ସିଂହଙ୍କୁ ଗିରଫ କଲା ପୋଲିସ ।

Crime

ସ୍ତ୍ରୀ ବାପ ଘରୁ ଆସିଲେନି ବୋଲି ଜାଳିଦେଲେ ସ୍ୱାମୀ । ଖାଲି ସ୍ତ୍ରୀଙ୍କୁ ନୁହେଁ ଦୁଇ ଛୁଆ, ଶ୍ୱଶୁର, ଶାଶୁକୁ ବି ପୋଡ଼ି ମାରିଦେଲେ । ଏଭଳି କିଛି ଲୋମହର୍ଷଣକାରୀ ଘଟଣା ଘଟିଛି ପଞ୍ଜାବ ଲୁଧିଆନାର ଖୁର୍ସିଦପୁର ଗାଁରେ । ମିଳିଥିବା ସୂଚନା ମୁତାବକ, ସ୍ତ୍ରୀ ପରମଜିତଙ୍କୁ ଗାଁରୁ ଆଣିବାକୁ ଯାଇଥିଲେ କୁଲଦୀପ ସିଂହ । ହେଲେ କୌଣସି କାରଣରୁ ସ୍ତ୍ରୀ ବାପ ଘରୁ ଯିବାକୁ ମନା କରିଥିଲେ । ଏହାକୁ ନେଇ କୁଲଦୀପ ଏତେ ରାଗି ଯାଇଥିଲେ ଯେ, ସ୍ତ୍ରୀଙ୍କ ସମେତ ପୁରା ଶ୍ୱଶୁର ଘର ଲୋକଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲେ ।

ସ୍ତ୍ରୀ, ଦୁଇ ନାବାଳକ ପୁଅ, ଶ୍ୱଶୁର, ଶାଶୁକୁ ଶୋଇଥିବା ଅବସ୍ଥାରେ ନିଆଁ ଲଗାଇ ଦେଇଥିଲେ । ଘରକୁ ନିଆଁ ଲଗାଇ ସେ ସେଠୁ ଫେରାର ହୋଇ ଯାଇଥିଲେ । ଅଭିଯୁକ୍ତ କୁଲଦୀପକୁ ଗିରଫ କରି ଏବେ ତଦନ୍ତ କରୁଛି ପୋଲିସ୍ । କୁଲଦୀପ ଓ ପରମଜିତଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା ବୋଲି ଜଣାପଡ଼ିଛି । କାରଣ ପରମଜିତ୍ ପୂର୍ବରୁ ବିବାହ କରିଥିଲେ । କୁଲଦୀପ ତାଙ୍କର ଦ୍ୱିତୀୟ ସ୍ୱାମୀ । ମୃତ ଦୁଇ ଶିଶୁ ପ୍ରଥମ ସ୍ୱାମୀଙ୍କ ପାଖରୁ ଥିଲା । ଯାହାକୁ ନେଇ ଘରେ ଅନେକ ସମୟରେ କଳହ ଲାଗୁଥିଲା ।

କୁଲଦୀପ ପ୍ରଥମେ ଘରେ ନିଆଁ ଲଗାଇ ସେଠୁ ଫେରାର ହୋଇ ଯାଇଥିଲା । ଅଭିଯୁକ୍ତ କୁଲଦୀପକୁ ଗିରଫ କରି ଏବେ ତଦନ୍ତ କରୁଛି ପୁଲିସ ।