Advertisment

ଏତେ ତଳକୁ ଖସିଗଲା ସ୍ୱାମୀ ! ଅଘୋରୀ ପୂଜା ପାଇଁ ସ୍ତ୍ରୀର ଋତୁସ୍ରାବ ରକ୍ତକୁ ୫୦ ହଜାରରେ ବିକ୍ରି କଲା

ମହିଳାଙ୍କ ପାଇଁ ଋତୁସ୍ରାବ ସମୟଟି ବେଶ କଷ୍ଟଦାୟକ ହୋଇଥାଏ । ଏହି ସମୟରେ ସ୍ତ୍ରୀ ହେଉ ବା ଝିଅର ଯତ୍ନ ନେବା ପରିବର୍ତ୍ତେ ଏଭଳି ନୃଶଂସ ଅପରାଧ ଘଟାଇବା ବେଶ୍ ନିନ୍ଦନୀୟ । ଋତୁସ୍ରାବ ରକ୍ତକୁ ବିକ୍ରି କରିବା ଘଟଣା ଏବେ ମହାରାଷ୍ଟ୍ରରେ ଚହଳ ସୃଷ୍ଟି କରିଛି ।

ଅଦ୍ୟତନ ହୋଇଛି
 Crime Against Women

Crime Against Women

Advertisment

ଦେଶ ହେଉ କିମ୍ବା ଦେଶ ବାହାରେ ପ୍ରତିଦିନ କେଉଁଠି ନା କେଉଁଠି ନାରୀ ନିର୍ଯାତନା ଘଟଣା ସାମ୍ନାକୁ ଆସୁଛି । କେତେବେଳେ ନାରୀ ସହ ଦୁଷ୍କର୍ମ ତ ଆଉ କେତେବେଳେ ଶାରିରୀକ ନିର୍ଯାତନା । ଏପରିକି ଜୀବନ ନେବାକୁ ମଧ୍ୟ ପଛାଉ ନାହାନ୍ତି । କିନ୍ତୁ ମହାରାଷ୍ଟ୍ର ପୁଣେର ବିଡ୍ ଜିଲ୍ଲାରେ ଏପରି ଏକ ଲୋମ ଟାଙ୍କୁରା ଘଟଣା ସାମ୍ନାକୁ ଆସିଛି, ଯାହା ନାରୀ ନିର୍ଯାତନା ଘଟଣାକୁ ଚରମ ସୀମାରେ ପହଞ୍ଚାଇଛି । ୨୭ ବର୍ଷୀୟ ମହିଳାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ସ୍ୱାମୀ ଓ ଶ୍ୱଶୁର ଘର ଲୋକେ ତାଙ୍କୁ ନିର୍ଯାତନା ଦେବା ସହ ତାଙ୍କ ଋତୁସ୍ରାବ ରକ୍ତକୁ ଅଘୋରୀ ପୂଜା ପାଇଁ ୫୦ ହଜାର ଟଙ୍କାରେ ବିକ୍ରି କରିଛନ୍ତି । ଏନେଇ ମହିଳା ଜଣକ ନିଜ ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଥାନାରେ ମଧ୍ୟ ସେ ମାମଲା ଦାଏର୍ କରିଛନ୍ତି ।

Advertisment

ମହିଳାଙ୍କ ପାଇଁ ଋତୁସ୍ରାବ ସମୟଟି ବେଶ୍‌ କଷ୍ଟଦାୟକ ହୋଇଥାଏ । ଏହି ସମୟରେ ସ୍ତ୍ରୀ ହେଉ କିମ୍ବା ଝିଅର ଯତ୍ନ ନେବା ପରିବର୍ତ୍ତେ ଏଭଳି ନୃଶଂସ ଅପରାଧ ଘଟାଇବା ବେଶ୍ ନିନ୍ଦନୀୟ। ଋତୁସ୍ରାବ ରକ୍ତକୁ ବିକ୍ରି କରିବା ଘଟଣା ଏବେ ମହାରାଷ୍ଟ୍ରରେ ଚହଳ ସୃଷ୍ଟି କରିଛି । ସମ୍ପୃକ୍ତ ମହିଳାଙ୍କ ଅଭିଯୋଗ ‌ଯେ, ତାଙ୍କ ସ୍ୱାମୀ ଓ ଶ୍ୱଶୁର ଘର ଲୋକ ତାଙ୍କୁ ୨୦୧୯ରୁ କ୍ରମାଗତ ଭାବେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଛନ୍ତି । ଖାଲି ଏତିକି ନୁହେଁ ଗଣେଶ ପୂଜା ବେଳେ ତାଙ୍କ ଋତୁସ୍ରାବ ରକ୍ତକୁ ମଧ୍ୟ ଅଘୋରୀ ପୂଜା ପାଇଁ ୫୦ ହଜାର ଟଙ୍କାରେ ପରିବାର ଲୋକେ ବିକ୍ରି କରିଛନ୍ତି । ମହିଳା ଜଣକ ନିଜ ଘରକୁ ଆସିବା ପରେ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିବା ସହ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି।

ମହାରାଷ୍ଟ୍ର ମହିଳା ଆୟୋଗ ଏହି ଅପରାଧକୁ ଘୋର ନିନ୍ଦା କରିବା ସହ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି । ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ରୁପାଲି ଚକନ୍‌କର କହିଛନ୍ତି ଯେ, “ଅଭିଯୁକ୍ତ ପୀଡ଼ିତାଙ୍କ ଋତୁସ୍ରାବକୁ ଆଘୋରୀ ପୂଜା ପାଇଁ ୫୦,୦୦୦ଟଙ୍କାରେ ବିକ୍ରି କରିଥିଲା । ଯାହାକି ଏକ ଲଜ୍ଜାଜନକ ଘଟଣା ଓ ଏହା ମାନବିକତାକୁ କ୍ଷୁର୍ଣ୍ଣ କରିଛି । ଏହି ଘଟଣା ଆଶ୍ଚର୍ଯ୍ୟଜନକ। କାହିଁକି ନା ପୁଣେ ଭଳି ପ୍ରଗତିଶୀଳ ସହରରେ ମହିଳାମାନେ ଏଭଳି ଅପରାଧର ଶିକାର ହେଉଛନ୍ତି ।

Advertisment

ଏବେ ପ୍ରଶ୍ନ ଉଠୁଛି ଯେ, ମହିଳାମାନଙ୍କୁ ଏଭଳି ଅପରାଧରୁ ରକ୍ଷା କରିବା ଏବଂ ସମାଜରେ ସେମାନଙ୍କୁ ଅଧିକ ଶକ୍ତିଶାଳୀ କରିବା ପାଇଁ କେତେ ସଂଘର୍ଷ ଆବଶ୍ୟକ । ମହାରାଷ୍ଟ୍ର ମହିଳା ଆୟୋଗ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୭ ଜଣ ଅଭିଯୁକ୍ତଙ୍କ ବିରୋଧରେ ଧାରା ୩୭୭ (ଅସ୍ୱାଭାବିକ ଅପରାଧ), ୩୫୪ (କ) (ଯୌନ ଉତ୍ପୀଡ଼ନ), ୪୯୮ (କ) (ମହିଳାଙ୍କ ପ୍ରତି ନିର୍ଦ୍ଦୟତା), ୫୦୪, ୩୨୩ ଅନୁଯାୟୀ ମାମଲା ଦାଏର ହୋଇଛି ।

Advertisment

ଏଠି ପ୍ରଶ୍ନ ଉଠୁଛି, ନାରୀ ସଶକ୍ତୀକରଣ ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଲୋକେ ଦିନକୁ ଦିନ କାହିଁକି ରାକ୍ଷସ ପାଲଟି ଯାଉଛନ୍ତି । ମହିଳାଙ୍କ ସୁରକ୍ଷା ପ୍ରତି ସଚେତନ କରାଯାଉଥିଲେ ମଧ୍ୟ ସୁରକ୍ଷା ବଦଳରେ ଅପରାଧ ଘଟାଇଚାଲିଛନ୍ତି। 

Crime Against Women Harassment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ