professor asks for sexual favour from student video goes viral
ପରୀକ୍ଷାରେ ପାସ୍ କରାଇ ଦେବା ଲାଗି ଛାତ୍ରୀଙ୍କ ଠାରୁ ଯୌନ ତୃପ୍ତି ଆଶା କଲେ କଲେଜ ପ୍ରଫେସର। ଅଶାଳୀନ ଶୈଳୀରେ କହିବା ସହ ଅନୈତିକ ସମ୍ପର୍କ ରଖିବା ପାଇଁ ପ୍ରଫେସର ଜଣକ ଛାତ୍ରୀଙ୍କୁ କହୁଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି। ଯାହାର ଦୃଶ୍ୟ ମୋବାଇଲ୍ କ୍ୟାମେରାରେ କଏଦ ହୋଇଛି। ଉତ୍ତରପ୍ରଦେଶ ଜୌନପୁର କଲେଜ ପ୍ରଫେସରଙ୍କ ଏଭଳି କାରନାମା ଏବେ ସାମ୍ନାକୁ ଆସିଛି। ପ୍ରଫେସର ଜଣକ BEd TET ପରୀକ୍ଷାରେ ପାସ୍ କରାଇ ଦେବା ଲାଗି ଛାତ୍ରୀଙ୍କ ଠାରୁ ଯୌନ ତୃପ୍ତି ଆଶା ରଖିଥିଲେ।
ଭିଡିଓ ଭାଇରାଲ୍ ପରେ, ଶୁକ୍ରବାର ଦିନ ଛାତ୍ରଛାତ୍ରୀମାନେ କଲେଜରେ ହଙ୍ଗାମା କରିଥିଲେ। ବୀର ବାହାଦୂର ସିଂ ପୂର୍ବାଞ୍ଚଳ ୟୁନିଭର୍ସିଟି ସହ ଏହି କଲେଜ ଅନୁବନ୍ଧିତ। ପ୍ରାଚୀନ ଇତିହାସର ପ୍ରଫେସର ଭାବେ ପ୍ରଦୀପ ସିଂ ଛାତ୍ରଛାତ୍ରୀଙ୍କୁ ପାଠପଢ଼ାନ୍ତି। ଘଟଣାକୁ ନେଇ ପୋଲିସ୍ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ସହ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଥିଲା।
ପ୍ରଫେସର ପ୍ରଦୀପଙ୍କ ନାଁରେ ଏକ ନୋଟିସ୍ ଜାରି କରାଯାଇ ଉତ୍ତର ରଖିବା ଲାଗି କୁହାଯାଇଛି। ଏନେଇ କଲେଜ ପ୍ରିନ୍ସପାଲ୍ ଆଲୋକ ସିଂ ସୂଚନା ଦେଇଛନ୍ତି। ଏହାପରେ ଏହି ସ୍ପଷ୍ଟୀକରଣକୁ କଲେଜ ମ୍ୟାନେଜମେଣ୍ଟ କମିଟିକୁ ହସ୍ତାନ୍ତର କରାଯିବ। ତେବେ ତୁରନ୍ତ ପ୍ରଫେସରଙ୍କୁ ନିଲମ୍ବିତ ସହ ଗିରଫ ଲାଗି ଛାତ୍ରଛାତ୍ରୀ ଦାବି କରିଛନ୍ତି।
ଭାଇରାଲ୍ ଭିଡିଓକୁ ନେଇ ପୋଲିସ୍ ତଦନ୍ତ ଆରମ୍ଭ କରିଥିବା ବେଳେ ଖବର ଲେଖାଯିବା ସୁଦ୍ଧା ସମ୍ପୃକ୍ତ ଛାତ୍ରୀଙ୍କ ପକ୍ଷରୁ କିମ୍ବା ଅନ୍ୟ କେହି ଏନେଇ ପୋଲିସ୍ରେ ଅଭିଯୋଗ କରି ନାହାନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1685163000.jpg)