ISIS Suspects Arrested
ଦେଶରେ ISIS ଷ୍ଟାଇଲରେ ବିସ୍ଫୋରଣ ପାଇଁ ଥିଲା ଯୋଜନା । ପଣ୍ଡ କଲା ଗୁଇନ୍ଦା ଓ ଦିଲ୍ଲୀ ପୋଲିସ । ISIS ସଂଗଠନ ସହ ସଂପୃକ୍ତ ଥିବା ୫ ଜଣ ସଂଦିଗ୍ଧକୁ ଗିରଫ କରାଯାଇଛି । ଦେଶର ବିଭିନ୍ନ ରାଜ୍ୟରେ ଚଢ଼ାଉ କରି ୫ ଜଣଙ୍କୁ ଧରିଛି ପୋଲିସ । ଏମାନେ କେମିକାଲ ଅସ୍ତ୍ରଶସ୍ତ୍ର ନିର୍ମାଣରେ ମାହିର ଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ବିଭିନ୍ନ ରାଜ୍ୟରେ ଯୁବପିଢ଼ିଙ୍କୁ ସଂଗଠନରେ ସାମିଲ ପାଇଁ ଏମାନେ ଉଦ୍ୟମ କରୁଥିଲେ ।
ଗିରଫ ଅଭିଯୁକ୍ତ ମାନେ ISIS ସଂଗଠନ ପାଇଁ ସ୍ଲିପର ସେଲ୍ ଭାବେ କାର୍ଯ୍ୟ କରୁଥିଲେ । ଏମାନେ ବୋମା ତିଆରି ସହ ଅସ୍ତ୍ରଶସ୍ତ୍ର ଏକାଠି କରି ସଂଗଠନର ଶକ୍ତି ବଢ଼ାଇବାକୁ ଉଦ୍ୟମ କରୁଥିଲେ । ପାକିସ୍ତାନରୁ ଏମାନଙ୍କୁ ନିୟନ୍ତ୍ରଣ କରାଯାଉଥିଲା । ଦେଶରେ ଜିହାଦ ପାଇଁ ଏମାନେ ପ୍ଲଟ୍ ପ୍ରସ୍ତୁତ କରୁଥିଲେ । ଦିଲ୍ଲୀ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଓ ତେଲେଙ୍ଗାନାରେ ଚଢ଼ାଉ କରି ଏମାନଙ୍କୁ ଗିରଫ କରାଯାଇଛି । ଏମାନଙ୍କ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି । ଘଟଣାରେ ଆଉ କିଏ ସଂପୃକ୍ତ ସେନେଇ ଚାଲିଛି ଖୋଳତାଡ଼ ।
ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ଗିରଫ ୫ ସଂଦିଗ୍ଧଙ୍କ ମଧ୍ୟରୁ ୨ ଜଣ ଦିଲ୍ଲୀର ହୋଇଥିବାବେଳେ ଜଣେ ମଧ୍ୟପ୍ରଦେଶର ରାଜଗଡ଼, ଜଣେ ହାଇଦ୍ରାବାଦ, ଏବଂ ଜଣେ ଝାଡ଼ଖଣ୍ଡ ରାଞ୍ଚିର । ଏହି ଗୋଷ୍ଠୀର ମୁଖ୍ୟ ଆସରଫ ଦାନିଶକୁ ରାଞ୍ଚିର ଏକ ଲଜରୁ ଗିରଫ କରାଯାଇଛି। ଦାନିସର ପ୍ରକୃତ ଘର ବୋକାରୋ ଜିଲ୍ଲା ପେଟୱାରରେ । ରାଞ୍ଚିସ୍ଥିତ ଇସଲାମ ନଗର ଅଞ୍ଚଳରୁ ତାକୁ ଧରିଥିଲା ଦିଲ୍ଲୀର ସ୍ବତନ୍ତ୍ର ସେଲ୍, ଝାଡଖଣ୍ଡ ଏଟିଏସ ଓ ରାଞ୍ଚି ପୋଲିସ । ଦାନିସ ନାମରେ ଦିଲ୍ଲୀରେ ଏକ ମାମଲା ରୁଜୁ ହୋଇଥିଲା । ଏହାକୁ ନେଇ ତାକୁ ଦୀର୍ଘ ଦିନ ଧରି ଖୋଜୁଥିଲେ ଟିମ୍। ଆଇଏସ୍ଆଇଏସ୍ ଲାଗି ସେ କାମ କରୁଥିବା ନେଇ ଅଭିଯୋଗ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1757590706.jpg)