Advertisment

ମାଛ ମୁଣ୍ତ ନା ମଣିଷ ମୁଣ୍ତ ! ଜେଲର୍‌ ମାଡାମ୍‌ଙ୍କୁ କ’ଣ ପସନ୍ଦ ?

ମୁଣ୍ଡ ମାଗୁଛନ୍ତି ଜେଲର ମ୍ୟାଡାମ୍ । ତା’ପୁଣି ଜୀବନ୍ତ କିମ୍ବା ମୃତ । କଣ୍ଟାବାଞ୍ଜି ଜେଲ୍ ମୁଖିଆଙ୍କ ସହ ଜଣେ ଦଲାଲର ଏଭଳି ବାର୍ତ୍ତାଳପର ଅଡ଼ିଓ, ସୋସିଆଲ୍ ମିଡିଆରେ ଘୂରି ବୁଲୁଛି । ଯାହାକୁ ନେଇ ଡୋରଦାର ଚର୍ଚ୍ଚା ହୋଉଛି ।

undefined

Lady Jailer

Advertisment

କଣ୍ଟାବାଞ୍ଜି ଜେଲରଙ୍କ ଭାଇରାଲ୍ ଅଡ଼ିଓକୁ ନେଇ ହଇଚଇ । ସ୍ଥାନୀୟ ଅଞ୍ଚଳର ଜଣେ ସାମ୍ବାଦିକଙ୍କ ମୁଣ୍ଡ ଜୀବନ୍ତ ବା ମୃତ ଅବସ୍ଥାରେ ଆଣି ଦେବାକୁ ଜଣେ ଦଲାଲକୁ କହୁଛନ୍ତି ମହିଳା ଜେଲର । ଏହା ପରେ ସାମ୍ବାଦିକ ଜଣକ ଥାନାରେ ଏତଲା ଦେବା ସହ ନିଜ ସୁରକ୍ଷା ମାଗିଛନ୍ତି । ତେଣେ ଲେଡି ଜେଲର ନିଜ ଅଡିଓ ବାର୍ତ୍ତାଳପକୁ ସ୍ୱୀକାର କରିଥିବାବେଳେ ଏହା ଥଟ୍ଟା-ମଜା ବୋଲି କହିଛନ୍ତି । ଏଣେ ଘଟଣାର ତଦନ୍ତ କରି ଦୁଇ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଆସିବା ପରେ ଆଜି କଣ୍ଟାବାଞ୍ଜି ଜେଲକୁ ଯାଇ ଅନୁଧ୍ୟାନ କରିଛନ୍ତି ସମ୍ବଲପୁର ଜେଲ୍ ଡିଆଇଜି ।

Advertisment

ମୁଣ୍ଡ ମାଗୁଛନ୍ତି ଜେଲର ମ୍ୟାଡାମ୍ । ତା’ପୁଣି ଜୀବନ୍ତ କିମ୍ବା ମୃତ । କଣ୍ଟାବାଞ୍ଜି ଜେଲ୍ ମୁଖିଆଙ୍କ ସହ ଜଣେ ଦଲାଲର ଏଭଳି ବାର୍ତ୍ତାଳପର ଅଡ଼ିଓ, ସୋସିଆଲ୍ ମିଡିଆରେ ଘୂରି ବୁଲୁଛି । ଯାହାକୁ ନେଇ ଡୋରଦାର ଚର୍ଚ୍ଚା ହୋଉଛି । ପାଞ୍ଚ ମିନିଟ୍‌ରୁ ଅଧିକ ସମୟ ଧରି ଚାଲିଥିବା କଥାବାର୍ତ୍ତାରୁ ସ୍ପଷ୍ଟ ଜଣାପଡୁଛି କଣ୍ଟାବାଂଝି ଜେଲର ବିକାଶଲତା ବାରୁ ଓ ଦଲାଲ ପ୍ରମୋଦ ବେହେରା ମଧ୍ୟରେ ସଂପର୍କ କେତେ ଘନିଷ୍ଠ ।

ତେବେ ମ୍ୟାଡାମ୍ ଯାହାଙ୍କ ମୁଣ୍ଡ ମାଗୁଛନ୍ତି ସେ କୁଆଡ଼େ ତୁରେକେଲା ଅଞ୍ଚଳର ଏକ ଦୈନିକ ଖବରକାଗଜର ସ୍ଥାନୀୟ ପ୍ରତିନିଧି ନିମାଇଁ ଚରଣ ମହତ ବୋଲି ଜଣାପଡ଼ିଛି। ଆଉ ତାହା ଅଧିକ ସ୍ପଷ୍ଟ ହୋଇଛି, ଗତକାଲି ସନ୍ଧ୍ୟାରେ କଣ୍ଟାବାଂଝି ଥାନାରେ ଖୋଦ୍ ନିମାଇଁ ମହାନ୍ତ ଲିଖିତ ଅଭିଯୋଗ କରିବା ସହ ନିଜ ପାଇଁ ସୁରକ୍ଷା ମାଗିବା ପରେ । ଏଣେ ତାଙ୍କ ଏତଲା ଆଧାରରେ ଜେଲରଙ୍କ ବିରୋଧରେ ମାମଲା ବି ରୁଜୁ ହୋଇଛି ।

Advertisment

ତେବେ କାହିଁକି ଜେଲର ମାଗୁଛନ୍ତି ଜଣେ ସାମ୍ବାଦିକଙ୍କ ମୁଣ୍ଡ ? କଣ ପାଇଁ ଜଣେ ଦଲାଲ ସହ କରିଛନ୍ତି ଏଥିପାଇଁ ମୂଲଚାଲ ? ଘଟଣାର ଖିଅ ମିଳିଯାଇଛି- ଅଭିଯୋଗକାରୀ ସାମ୍ବାଦିକ ନିମାଇଁ ମହତ କଣ୍ଟାବାଞ୍ଜି ଥାନାରେ ଦେଇଥିବା ଏତଲାର ନକଲରୁ। ନିମାଇଁ ଅଭିଯୋଗ କରିଛନ୍ତି- କଣ୍ଟାବାଞ୍ଜି ଜେଲରେ ଅନ୍ତେବାସୀ ଅସୁରକ୍ଷିତ ଓ ବାହାର ଖାଦ୍ୟ ଜେଲ୍ ଭିତରକୁ ଯାଉଥିବା ନେଇ ଗତମାସରେ ସେ ଏକ ଖବର ପ୍ରକାଶନ କରିଥିଲେ । ତା’ପରଠୁ ଜେଲର ବିକାଶଲତା ବାରୁ ତାଙ୍କ ଉପରେ କ୍ଷୁବ୍ଧ ହେବା ସହ ଟାର୍ଗେଟ୍ କରିଥିଲେ। ଏମିତିକି ପ୍ରମୋଦ ବେହେରା ନାମକ ଜଣେ ଦଲାଲ ଦ୍ୱାରା ତାଙ୍କୁ ଜେଲ୍ କୁ ବି ଡକାଇ ନେବାକୁ ଚେଷ୍ଟା  କରିଥିଲେ। ହେଲେ ସେ ଯାଇନଥିଲେ। ପରେ ତାଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ଚାଲିଥିବା ନେଇ ଭାଇରାଲ୍ ଅଡ଼ିଓରୁ ଜାଣିବା ପରେ ଭୟଭୀତ ହୋଇ ଥାନାରେ ଲିଖିତ ଏତଲା ଦେଇଛନ୍ତି ନିମାଇଁ ।

ସେପଟେ ଏ ଘଟଣାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହେବା ପରେ ଉକ୍ତ ଅଡ଼ିଓ ବାର୍ତ୍ତାଳାପ ତାଙ୍କର ବୋଲି ନିଜେ ସ୍ୱୀକାର କରିଛନ୍ତି ଜେଲର ବିକାଶଲତା ବାରୁ । ସେ କହିଛନ୍ତି- ଥଟ୍ଟା ମଜାରେ ଏମିତି କଥା ହୋଇଥିଲୁ । ପ୍ରମୋଦ ବେହେରା ନାମକ ଯେଉଁ ବ୍ୟକ୍ତିଙ୍କ ସହ ସେ କଥା ହେଉଛନ୍ତି, ତାଙ୍କର ସେ ଜଣେ ସମ୍ପର୍କୀୟ ଭାଇ । ପ୍ରମୋଦଙ୍କୁ ସେ ବଜାରରୁ ମାଛ ମୁଣ୍ଡ କିଣି ଆଣିବାକୁ କହିଥିଲେ । ତା’ସହ ଓଲଟା ନିମାଇଁ ମହତ, ପ୍ରମୋଦ ଜରିଆରେ ତାଙ୍କୁ ୨ଲକ୍ଷ ଟଙ୍କା ମାଗିଥିବା ବି ଅଭିଯୋଗ ଆଣିଛନ୍ତି ବିକାଶଲତା । ତେଣେ ପ୍ରମୋଦ ବେହେରା କିନ୍ତୁ କହିଛି, ଜେଲର ବିକାଶଲତାଙ୍କ ସହ ତାଙ୍କର କୌଣସି ସଂପର୍କ ନାହିଁ । ବରଂ ତାଙ୍କୁ ଫସାଇବାକୁ ଷଡ଼ଯନ୍ତ୍ର ହୋଇଛି ।

Advertisment

ଏଣେ କଣ୍ଟାବଂଝି ଜେଲର ଓ ଜଣେ ଦଲାଲ ମଧ୍ୟରେ ଭାଇରାଲ୍ ବାର୍ତ୍ତାଳପକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା । ବହୁଚର୍ଚ୍ଚିତ ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାକାରୀ ଗୋବିନ୍ଦ ସାହୁର ଏହି ଜେଲ୍‌ରେ ଆତ୍ମହତ୍ୟା ଘଟଣା ମନରୁ ନଯାଉଣୁ, ଏବେ ସେହି ଜେଲରଙ୍କ ଭାଇରାଲ୍ ଅଡ଼ିଓ ପଛର ସତ୍ୟାସତ୍ୟ ଅନୁଧ୍ୟାନ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

ତେଣେ ସମ୍ବଲପୁର ଜେଲ୍ ଡିଆଇଜିଙ୍କୁ ଘଟଣାର ତଦନ୍ତ କରି ଦୁଇ ଦିନ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ । ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଜେଲ୍ ବିଭାଗ ଡିଆଇଜି ।

Kantabanji Police Viral Audio
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ