ଆଖି ପିଛୁଳାକେ ଠକେଇ : ଅସଲି ଦେଖାଇ ନକଲି ସୁନା ଦେଇଦେଲେ

ବଲାଙ୍ଗିରରେ ମାତିଛନ୍ତି ସୁନା ଠକେଇ ଗ୍ୟାଙ୍ଗ୍...ଘଟଣାର ପର୍ଦ୍ଦାଫାସ କଲା ସଦର ଥାନା ପୋଲିସ..୨ ଅଭିଯୁକ୍ତ ଗିରଫ, ୮୦ ହଜାର ଟଙ୍କା ଓ ବାଇକ୍ ଜବତ..

ଦୁଇ ଜଣଙ୍କୁ ଗିରଫ ସହ ଘଟଣାର ପର୍ଦ୍ଦାଫାସ କଲା ସଦର ଥାନା ପୋଲିସ..

ବଲାଙ୍ଗିରରେ ମାତିଛନ୍ତି ସୁନା ଠକେଇ ଗ୍ୟାଙ୍ଗ୍। ଅସଲି ସୁନା ଦେଖାଇ ନକଲି ଦେଇ ଟଙ୍କା ଠକେଇ ଅଭିଯୋଗ। ଏଭଳି ଏକ ରାକେଟର ପର୍ଦ୍ଦାଫାସ କରିଛି ବଲାଙ୍ଗିର ସଦର ପୋଲିସ | ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୮୦ ହଜାର ଟଙ୍କା ଏବଂ ଏକ ବାଇକ୍ ଜବତ କରିଛି ପୋଲିସ। ଚନ୍ଦନଭାଟି ଅଞ୍ଚଳର ଜଣେ ବ୍ୟକ୍ତି ଅଭିଯୋଗ ଆଣିବା ପରେ ଠକେଇର ପର୍ଦ୍ଦାଫାସ ହୋଇଛି।

ସୂଚନା ଅନୁଯାୟୀ ଗତ ୪ ତାରିଖ ଦିନ ଦୁଇଜଣ ବ୍ୟକ୍ତି ଚନ୍ଦନଭାଟି ଗାଁର କିଶୋର ମେହେରଙ୍କ ଘରକୁ ଯାଇଥିଲେ। ଗୋଟିଏ ସୁନା ହାର ଓ ଚେନ ବନ୍ଧକ ରଖି ଟଙ୍କା ଦେବାକୁ କହିଥିଲେ । କିଶୋର ସୁନାକୁ ପରୀକ୍ଷା କରିବା ପରେ ସେ ସବୁ ଅରଜିନାଲ ଥିବା କହି, ଟଙ୍କା ଆଣିବାକୁ ଘର ଭିତରକୁ ଯାଇଥିଲେ। ମାତ୍ର ଏହି ସମୟରେ ଅରିଜିନାଲ ସୁନା ହାର ଓ ଚେନକୁ ପକେଟରେ ଭର୍ତ୍ତି କରି ତା ସ୍ଥାନରେ ନକଲି ସୁନା ରଖିଦେଇଥିଲେ ଦୁଇ ଠକ ।

କିଶୋର ତାଙ୍କୁ ଟଙ୍କା ତ ଦେଇ ସାରିଥିଲେ। ମାତ୍ର ଠକେଇର ଶିକାର ହୋଇଥିବା ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ...