Black Mailing
ମହଙ୍ଗା ପଡ଼ିଲା ଯୁବତୀଙ୍କ ନାଁରେ ଫେକ୍ ସୋସିଆଲ ମିଡିଆ ଆକାଉଣ୍ଟ ଖୋଲିବା । ଦୁଇ ନାବାଳିକା ଭଉଣୀଙ୍କ ଫେକ୍ ଆକାଉଣ୍ଟ କରି ଅଶ୍ଲୀଳ ଫଟୋ ପୋଷ୍ଟ, ମେସେଜ୍ କରିବା ଅଭିଯୋଗରେ କାଳିଆ ଦାସ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି ଭୁବନେଶ୍ୱର ସାଇବର ଥାନା ପୋଲିସ ।
ଦୁଇ ଭଉଣୀକୁ ବ୍ଲାକମେଲ କରିବା ସହ ତାଙ୍କ ପରିବାର ଲୋକଙ୍କୁ ଫଟୋ ପଠାଇ ଅଭିଯୁକ୍ତ ବଦନାମ କରୁଥିଲେ । ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ସାଇବର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଏହି ମାମଲାରେ ପୋଲିସ ତାକୁ ଗିରଫ କରିଛି ।
ପୂର୍ବରୁ ଅଭିଯୁକ୍ତ କାଳିଆ ଏକ ପ୍ରତିଷ୍ଠିତ ଧାର୍ମିକ ଅନୁଷ୍ଠାନରେ ରୋଷେୟା ଭାବେ କାମ କରୁଥିବାର ଜଣାପଡ଼ିଛି । ତାଙ୍କ ଘର ଢେଙ୍କାନାଳ । ଏବେ ସେ ଭୁବନେଶ୍ୱରରେ ରହୁଥିବା ପୋଲିସ ପକ୍ଷରୁ କୁହାଯାଇଛି । ସେପଟେ ଅଭିଯୁକ୍ତ ଜଣକଙ୍କ ସହ ସଂପୃକ୍ତ ଧାର୍ମିକ ଅନୁଷ୍ଠାନର ୯ ବର୍ଷ ଧରି କୌଣସି ସମ୍ପର୍କ ନାହିଁ ବୋଲି ଏହାର କର୍ମକର୍ତ୍ତା ପ୍ରତିକ୍ରିୟା ରଖିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662642852.jpg)