Advertisment

ଟଙ୍କା ପାଇଁ ପାକିସ୍ତାନକୁ ଶେୟାର କଲେ ଭାରତର ଗୁପ୍ତ ତଥ୍ୟ, ପାକିସ୍ତାନ ଏଜେଣ୍ଟଙ୍କ ସହ ଥିଲେ ଯୋଗାଯୋଗରେ...

ସାମାନ୍ୟ କିଛି ଟଙ୍କା ପାଇଁ ଭାରତର ଗୁପ୍ତ ତଥ୍ୟ ପାକିସ୍ତାନକୁ ପଠାଇ ଦିଆଯାଇଛି । ରିମାଣ୍ଡ ଅବଧି ମଧ୍ୟରେ ଅଭିଯୁକ୍ତ ଇକବାଲ୍‌ ହୁସେନ୍ ସମସ୍ତ ତଥ୍ୟ STF ଆଗରେ ଓଗାଳିଛି।

ଅଦ୍ୟତନ ହୋଇଛି
OTP Sharing Scam

OTP Sharing Scam

Advertisment

ସାମାନ୍ୟ କିଛି ଟଙ୍କା ପାଇଁ ଭାରତର ଗୁପ୍ତ ତଥ୍ୟ ପାକିସ୍ତାନକୁ ପଠାଇ ଦିଆଯାଇଛି । ପାକିସ୍ତାନୀ ଏଜେଣ୍ଟକୁ ଭାରତରୁ ବହୁ ସଙ୍ଗୀନ ତଥ୍ୟ ସବୁ ହସ୍ତାନ୍ତର କରାଯାଇଛି। ଓଟିପି ଶେୟାରିଂ ମାମଲାର ଖୋଳତାଡ଼ ବେଳେ ଏହି ତଥ୍ୟ ସାମ୍ନାକୁ ଆସିଛି।

Advertisment

ରିମାଣ୍ଡ ଅବଧି ମଧ୍ୟରେ ଅଭିଯୁକ୍ତ ଇକବାଲ୍‌ ହୁସେନ୍ ସମସ୍ତ ତଥ୍ୟ STF ଆଗରେ ଓଗାଳିଛି। ଦେଶଦ୍ରୋହ, ମନି ଟ୍ରାଞ୍ଜାକ୍ସନ, ସନ୍ଦିଗ୍ଧ ମହିଳାଙ୍କ ସମ୍ପର୍କରେ ଅଧିକ ତଥ୍ୟ ପାଇଛି STF। ଗୁପ୍ତ ସୂଚନା ଦେବାକୁ ପାକିସ୍ତାନ ଏଜେଣ୍ଟଙ୍କ ଠାରୁ ଇକବାଲ୍ ୮୫ ଲକ୍ଷ ଆଣିଥିବା ସ୍ୱୀକାର କରିଛି।

ଅଭିଯୁକ୍ତ ଇକବାଲର ଆକାଉଣ୍ଟକୁ ପାକିସ୍ତାନରୁ ଏହି ଟଙ୍କା ଆସିଥିଲା। STF ହାତରେ ଅଭିଯୁକ୍ତର ସିଡ଼ିଆର ରିପୋର୍ଟ ଲାଗିଛି। ପାକିସ୍ତାନ ଏଜେଣ୍ଟଙ୍କୁ ଗୋଟିଏ ଦିନରେ ୧୦ରୁ ଅଧିକ କଲ୍‌ ଅଭିଯୁକ୍ତ କରୁଥିଲା । ଏହି କଲ୍‌ ପାଇଁ ପ୍ରତ୍ୟେକ ଦିନ ଫୋନ ଓ ସିମ୍‌ ବଦଳାଉଥିଲା।

Advertisment

ଇକବାଲ୍‌ ହୁସେନ ଘର ଆସାମରେ ହୋଇଥିବାବେଳେ ସେ ବେଙ୍ଗାଲୁରୁରେ ରହୁଥିଲା। ପାକିସ୍ତାନ ଇଣ୍ଟେଲିଜେନ୍ସ ଆର୍ମି ଅଫିସର ଅବଦୁଲ ହମିଦ ଖୁରମ୍‌ଙ୍କ ସହ ଲିଙ୍କ୍‌ ନେଇ ସନ୍ଦେହ କରୁଛି STF। ପଠାଣି ଓ ଅଭିଜିତ ସଞ୍ଜୟକୁ ଗିରଫ ପରେ ଇକବାଲ୍‌ ଅନ୍ୟତ୍ର ଫେରାର ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ