Advertisment

’ପୁଅ ଠାରୁ ଜବତ ହୋଇଛି ମାତ୍ର ୨.୪ ଗ୍ରାମ ଗଂଜେଇ, ହାଇଲାଇଟ୍ ହେଲାଭଳି କୌଣସି ଅପରାଧ କରିନି ’

ପୁଅ ଠାରୁ ମାତ୍ର ୨.୪ ଗ୍ରାମ ଗଂଜେଇ ଜବତ ହୋଇଛି । ମୁମ୍ବାଇ ବୁଲିବାକୁ ଯାଇଥିଲା ପୁଅ । ସମୁଦ୍ର ଭିତରେ କ୍ରୁଜରେ ରେଭ୍ ପାର୍ଟି ମାମଲା ଗିରଫ ରାଉରକେଲା ଯୁବକ ମନୀଷ ରାଜଗରିଆଙ୍କ ବାପାଙ୍କ ଏପରି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ମନୀଷ କେବଳ ଗୋଟିଏ ସିଗାରେଟ୍‌ରେ ନିଜେ ଗଞ୍ଜେଇ ନିଜେ ସେବନ ପାଇଁ ରଖିଥିଲା । ସେ କାହାକୁ ବିକ୍ରି କରିନି କି କାହା ସହ ପୁଅର ଲିଙ୍କ୍ ନାହିଁ ।

ଅଦ୍ୟତନ ହୋଇଛି
mumbai-cruise-drugs-bust-

mumbai-cruise-drugs-bust-

Advertisment

ଭୁବନେଶ୍ୱର : ପୁଅ ଠାରୁ ମାତ୍ର ୨.୪ ଗ୍ରାମ ଗଂଜେଇ ଜବତ ହୋଇଛି । ମୁମ୍ବାଇ ବୁଲିବାକୁ ଯାଇଥିଲା ପୁଅ । ସମୁଦ୍ର ଭିତରେ କ୍ରୁଜରେ ରେଭ୍ ପାର୍ଟି ମାମଲା ଗିରଫ ରାଉରକେଲା ଯୁବକ ମନୀଷ ରାଜଗରିଆଙ୍କ ବାପାଙ୍କ ଏପରି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ମନୀଷ କେବଳ ଗୋଟିଏ ସିଗାରେଟ୍‌ରେ ନିଜେ ଗଞ୍ଜେଇ  ସେବନ ପାଇଁ ରଖିଥିଲା । ସେ କାହାକୁ ବିକ୍ରି କରିନି କି କାହା ସହ ତା’ର ଲିଙ୍କ୍ ନାହିଁ । ଘଟଣାକୁ ଯେଉଁଭଳି ଭାବରେ ହାଇଲାଇଟ୍ କରାଯାଉଛି, ସେଭଳି କୌଣସି ଅପରାଧ କରିନି ବୋଲି ସେ କହିଛନ୍ତି । ରାଉରକେଲାରୁ ୩୭ ଜଣ ଯୁବକ ମୁମ୍ବାଇ ବୁଲିବାକୁ ଯାଇଥିଲେ ।  ଗିରଫ ଅନ୍ୟ ଓଡ଼ଇା ଯୁବକ ଅଭିନ ସାହୁ ମନୀଷଙ୍କ ବନ୍ଧୁ ବୋଲି ସେ କହିଛନ୍ତି ।

Advertisment

ସୂଚନାଯୋଗ୍ୟ ଶାହାରୁଖ୍ ଖାନଙ୍କ ପୁଅ ଆର୍ୟନଙ୍କ କ୍ରୁଜ୍ ରେଭ୍ ପାର୍ଟି ଓ ଡ୍ରଗ୍ସ କାରବାର ମାମଲାରେ ଜଣେ ନୁହେଁ, ୨ ଓଡ଼ିଆଙ୍କୁ ଗିରଫ କରିଛି NCB । ମୁମ୍ବାଇ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟରୋର ସୂଚନା ଅନୁଯାୟୀ, ୨ ଯୁବକ ହେଉଛନ୍ତି ରାଉରକେଲା ଟାଉନସିପର ମନୀଷ ରାଜଗରିଆ ଏବଂ ଅଭିନ୍ ସାହୁ । ମନୀଷଙ୍କ ଠାରୁ ୨.୪ ଗ୍ରାମ ଗଂଜେଇ ଜବତ ହୋଇଥିବା ନେଇ କୋର୍ଟଙ୍କୁ ଜଣାଇଛି NCB ।

ସେହିପରି ଅଭିନ କ୍ରୁଜରେ ୨ଥର ଗଂଜେଇ ଟାଣିଥିବା ନେଇ ନିଜେ ମାନିଥିବା NCB କୋର୍ଟଙ୍କୁ ଅବଗତ କରାଇଛନ୍ତି । ତେବେ କ୍ରୁଜରେ ଡ୍ରଗ୍ସ ପାର୍ଟି ସହ କଣ ଥିଲା ଏମାନଙ୍କ ଲିଙ୍କ ? ଓଡ଼ିଶାରୁ ମୁମ୍ବାଇ ଯାଏଁ ଏମାନେ ପହଞ୍ଚିଲେ କେମିତି ? କୌଣସି ଡ୍ରଗ୍ ପେଡଲରଙ୍କ ସହ ଏମାନଙ୍କ ରହିଛି କି ସମ୍ପର୍କ ? ଏସବୁର ଖୋଳତାଡ଼ କରୁଛି NCB ।

Advertisment
Mumbai Cruise Drugs Bust Odisha Link
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ