Advertisment

Ganja Seized: ଭୁବନେଶ୍ୱର ବିମାନବନ୍ଦରରୁ ଥାଇଲାଣ୍ଡ ଗଞ୍ଜେଇ ଜବତ

ଥାଇଲାଣ୍ଡରୁ ଓଡ଼ିଶା ଆସୁଥିଲା ବିଦେଶୀ ଗଞ୍ଜେଇ। ଭୁବନେଶ୍ବର ଏୟାରପୋର୍ଟରୁ ୮ କୋଟି ଟଙ୍କାର ବିଦେଶୀ ଗଞ୍ଜେଇ ଜବତ।

ଅଦ୍ୟତନ ହୋଇଛି
Ganja Seized

Ganja Seized

Advertisment

ପୁଣି ବିମାନ ବନ୍ଦରରୁ ଧରାପଡ଼ିଲା ବିଦେଶୀ ଗଞ୍ଜେଇ। ଥାଇଲାଣ୍ଡରୁ ଭୁବନେଶ୍ବର ଆସୁଥିବାବେଳେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୮ କୋଟି ଟଙ୍କାର ବିଦେଶୀ ଗଞ୍ଜେଇ ଜବତ ହୋଇଛି। ଥାଇଲାଣ୍ଡରୁ ଇଣ୍ଡିଗୋ ଫ୍ଲାଇଟରେ ଆସୁଥିବା ବେଳେ ଧରିଲା DRI। ଏହି ଘଟଣାରେ ଅହମ୍ମଦାବାଦର ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି।

Advertisment

ଦୁଇଦିନ ତଳେ ରାଜଧାନୀରୁ ମିଳିଥିଲା ୩୦ କୋଟିର ମାରିଜୁଆନା। ଭୁବନେଶ୍ୱର ଏୟାରପୋର୍ଟରୁ ମିଳିଥିଲା ହାଇଡ୍ରୋଫୋନିକ ୱିଡ ବା ମାରିଜୁଆନା। ବିମାନରେ ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିବାବେଳେ କଷ୍ଟମ୍ସ ବିଭାଗ ମାରିଜୁଆନା ଜବତ କରିଥିଲା। ଜବତ ମାରିଜୁଆନାର ବଜାର ମୂଲ୍ୟ କିଲୋ ପିଛା ୧ କୋଟି ଟଙ୍କା ହେବ ବୋଲି କୁହଯାଉଛି। ୬ଟି ବ୍ୟାଗ ଭର୍ତ୍ତି ଥିବା ହାଇଡ୍ରୋଫୋନିକ ୱିଡର ଆନୁମାନିକ ମୂଲ୍ୟ ୩୦ କୋଟିରୁ ଅଧିକ ହେବ ବୋଲି ଅନୁମାନ କରିଛି କଷ୍ଟମ୍ସ ବିଭାଗ।

ଏହା ପୂର୍ବରୁ ମଧ୍ୟ ବିଦେଶରୁ ସିନ୍ଥେଟିକ୍ ଡ୍ରଗ୍ସ ସହ କୋକେନ୍ ଜବତ ହୋଇଥିଲା ଓଡ଼ିଶାରେ। ତେବେ ବାରମ୍ବାର ଏଭଳି ବିଦେଶୀ ନିଶାଦ୍ରବ୍ୟ ଜବତ ହେବାପରେ ଏବେ ବିଦେଶୀ ନିଶା ମାଫିଆଙ୍କ ଟାର୍ଗେଟରେ ଓଡ଼ିଶା ବଜାର ବୋଲି ଚର୍ଚ୍ଚା ହେଉଛି।

Advertisment
Ganja Seized Bhubaneswar Airport Crime News International Drug Cartel
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ