Advertisment

ଓଲିଉଡ୍‌କୁ କାଷ୍ଟିଂ କାଉଚର ଅଭିଶାପ୍‌ : ବିନା କମ୍ପ୍ରମାଇଜରେ ଅଭିନୟ କରିବା ଅସମ୍ଭବ କି?

କାଷ୍ଟିଂ କାଉଚ୍ ଝଡ଼କୁ ନେଇ ଓଲିଉଡରେ ଲାଗିରହିଛି କମ୍ପନ। ଅଭିନେତ୍ରୀ ପ୍ରକୃତି ମିଶ୍ର ହୁଅନ୍ତୁ ଅବା ଯସ୍ମିନ ରଥ, ରୂପଶ୍ରୀ ପଣ୍ଡା ହୁଅନ୍ତୁ ଅବା ରାଣୀ ପ୍ରିୟଦର୍ଶିନୀ। ନବାଗତା ଅଭିନେତ୍ରୀଙ୍କ କାଷ୍ଟିଂ କାଉଚ୍ ଅଭିଯୋଗର ବଢ଼ିଚାଲିଛି ତାଲିକା। କୌଣସି ଥାନା କି କୋର୍ଟ କଚେରୀରେ ନୁହେଁ, ବରଂ ମିଡ଼ିଆ ଆଗରେ ଅଭିଯୋଗ ଆଣି ବିବାଦ ଛିଡ଼ା କରାଉଛନ୍ତି।

ଅଦ୍ୟତନ ହୋଇଛି
Ollywood casting couch

Ollywood casting couch

Advertisment

କାଷ୍ଟିଂ କାଉଚ୍ ଝଡ଼କୁ ନେଇ ଓଲିଉଡରେ ଲାଗିରହିଛି କମ୍ପନ । ଅଭିନେତ୍ରୀ ପ୍ରକୃତି ମିଶ୍ର ହୁଅନ୍ତୁ ଅବା ଯସ୍ମିନ ରଥ, ରୂପଶ୍ରୀ ପଣ୍ଡା ହୁଅନ୍ତୁ ଅବା ରାଣୀ ପ୍ରିଦଦର୍ଶିନୀ । ନବାଗତା ଅଭିନେତ୍ରୀଙ୍କ କାଷ୍ଟିଂ କାଉଚ୍ ଅଭିଯୋଗର ବଢ଼ିଚାଲିଛି ତାଲିକା । କୌଣସି ଥାନା କି କୋର୍ଟ କଚେରୀରେ ନୁହେଁ, ବରଂ ମିଡ଼ିଆ ଆଗରେ ଅଭିଯୋଗ ଆଣି ବିବାଦ ଛିଡ଼ା କରାଉଛନ୍ତି। ସେ ଯାହା ବି ହେଉ, ଓଲିଉଡରେ କାଷ୍ଟିଂ କାଉଚ୍ ଟ୍ରେଣ୍ଡ ପଛର କାର୍ପଟଦାର କିଏ ଓ କାହିଁକି ଏହାକୁ ରୋକା ଯାଇପାରୁନି, ତାକୁ ନେଇ ଏବେ ମୁଣ୍ଡ ଟେକିଛି ବଡ଼ ବିତର୍କ। 

Advertisment

ଅଭିନୟ ପାଇଁ ପୁଣି ସେହି କମ୍ପ୍ରମାଇଜ କଥା... ପୁଣି ସେହି କାଷ୍ଟିଂ କାଉଚ୍ ଅଭିଯୋଗର ବ୍ୟଥା । ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଧାରାରେ ଆସି ଓଲିଉଡରେ ଶହେରୁ ଶହେ ଏକ୍ ପ୍ରତିଶତ କାଷ୍ଟିଂ କାଉଚର ଅଭିଯୋଗ ଆଣି ବର୍ଷିଛନ୍ତି ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ । କହିଛନ୍ତି, କମ୍ପ୍ରମାଇଜ ନକଲେ ନବାଗତା ଅଭିନେତ୍ରୀଙ୍କୁ ମିଳେନି ଅଭିନୟର ସୁଯୋଗ । ଗତ କିଛି ଦିନ ତଳେ ପ୍ରକୃତି ମିଶ୍ର, ଯସ୍ମିନ ରଥ, ପୁପୁଲ୍ ଭୁୟାଙ୍କ ଭଳି ଅଭିନେତ୍ରୀ ପ୍ରଯୋଜକ ସଞ୍ଜୟ ନାୟକଙ୍କ ବିରୋଧରେ କାଷ୍ଟିଂ କାଉଚ୍ ପ୍ରସଙ୍ଗ ଉଠାଇ କମ୍ପନ ସୃଷ୍ଟି କରିଥିବାବେଳେ ଏବେ ଓଲିଉଡ ମୁଣ୍ଡରେ ଅପବାଦର ପାହାଡ଼ ଛିଡ଼ା କରାଇଛନ୍ତି ଅଭିନେତ୍ରୀ ରାଣୀ । ନିଜ ଅଙ୍ଗେନିଭା କାହାଣୀ ବଖାଣିବା ସହ କହିଛନ୍ତି, ଯିଏ ବି କାଷ୍ଟିଂ କାଉଚ୍ କରିଛି, ବର୍ବାଦ ହୋଇ ଘରେ ବସିଛି । ବିନା କମ୍ପ୍ରମାଇଜରେ କାମ କରିଥିବା ଅଭିନେତ୍ରୀ ଆଜି ଆଗଧାଡ଼ିରେ ରହି ସୁପରହିଟ୍ ହୋଇଛନ୍ତି ।

ତେବେ ଅଭିଯୋଗ ଯଦି ସତ, ତା’ହେଲେ ଓଲିଉଡରେ ଅଭିନୟ ନାଁରେ କାହିଁକି କରାଯାଉଛି କାଷ୍ଟିଂ କାଉଚ୍ ? ଓଲିଉଡରେ ଏହି କଳଙ୍କିିତ ଟ୍ରେଣ୍ଡ ପଛରେ କେଉଁମାନେ କାର୍ପଟଦାର୍ ? କାହିଁକି କାଷ୍ଟିଂ କାଉଚ୍ ଭଳି ଅପବାଦ ମୁଣ୍ଡାଉଛି ଓଲିଉଡ୍ ? ସିନେ ପ୍ରଯୋଜକ ଓ ନିର୍ଦ୍ଦେଶକ ଯଦି ଦାୟୀ, ତେବେ ସେମାନଙ୍କ ବିରୋଧରେ କାହିଁକି ବିଧିବଦ୍ଧ ଆଇନର ଆଶ୍ରୟ ନିଆଯାଉନି ? ସିନେ ପ୍ରଯୋଜକ ଏବଂ ନିର୍ଦ୍ଦେଶକ ମାନଙ୍କୁ କାଷ୍ଟିଂ କାଉଚ୍ ପାଇଁ କିଏ ଓ କାହିଁକି ଦେଉଛନ୍ତି ପ୍ରଶ୍ରୟ ?

Advertisment

କାଷ୍ଟିଂ କାଉଚର ଶୀକାର ନବାଗତା ଅଭିନେତ୍ରୀ ମାନେ ଦୃଢ଼ ହସ୍ତରେ ଦମନ ନ କରି ସୋସିଆଲ୍ ମିଡ଼ିଆ କିମ୍ବା ମେନଷ୍ଟ୍ରିମ୍ ମିଡ଼ିଆରେ ମୁହଁ ଖୋଲି ନୀରବ ରହୁଛନ୍ତି କାହିଁକି ? ଏଭଳି ନାନା ପ୍ରଶ୍ନ ଏବଂ ନାନା ଚର୍ଚ୍ଚା ଭିତରେ କାଷ୍ଟିଂ କାଉଚ ଅଭିଯୋଗ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ରୂପଶ୍ରୀ ପଣ୍ଡା। କହିଛନ୍ତି, କାଷ୍ଟିଂ କାଉଚ ପାଇଁ କେବଳ ପ୍ରଯୋଜକ କିମ୍ବା ନିର୍ଦ୍ଦେଶକ ଦାୟୀ ନୁହଁନ୍ତି । ଝିଅମାନେ ବି ସମପରିମାଣରେ ଦାୟୀ । ଝିଅମାନେ ନ ଚାହିଁଲେ, କାଷ୍ଟିଂ କାଉଚ୍ ଅସମ୍ଭବ । କାଷ୍ଟିଂ କାଉଚର ବାହାନା ନେଇ ଝିଅମାନେ ବି ପ୍ରଡ୍ୟୁସରଙ୍କୁ ଫସାନ୍ତି ।

ଓଲିଉଡ ଜଗତରେ ନିଜ ଅଭିନୟରେ ପରାକାଷ୍ଠା, ସଂଯମତା ଆଉ ସହନଶୀଳତା ପାଇଁ ଅନେକ ଅଭିନେତ୍ରୀ ମାଇଲଖୁଣ୍ଟ ଛିଡ଼ା କରାଇଛନ୍ତି । ସେତେବେଳେ ନା ସେଭଳି କୌଣସି କାଷ୍ଟିଂ କାଉଚ୍ ଅଭିଯୋଗ ଆସୁଥିଲା ନା ପ୍ରସଙ୍ଗ ଉଠୁଥିଲା । ଏବେ କିନ୍ତୁ ସେଥିରେ ବ୍ୟତିକ୍ରମ ଘଟୁଥିବାବେଳେ କାଷ୍ଟିଂ କାଉଚ୍ ଅଭିଯୋଗ ଏକ ଖରାପ ପରମ୍ପରା ସୃଷ୍ଟି କରୁଥିବା କହିଛନ୍ତି ସିନେ ସମୀକ୍ଷକ । ଅଭିନେତ୍ରୀ ମୌସୁମୀ ବି ଏ ନେଇ ମୁହଁ ଖୋଲଛନ୍ତି ।  ଅପେକ୍ଷା, ଜାରି ରହିଥିବା କାଷ୍ଟିଂ କାଉଚ୍ ଅଭିଯୋଗର ଟ୍ରେଣ୍ଡ ଆଗକୁ କି ରୂପ ନେଉଛି ଏବଂ ଅଭିଯୋଗର ଅଭିଶାପରୁ କେବେ ମୁକୁଳୁଛି ଓଲିଉଡ ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ