ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ବ୍ରହ୍ମପୁର MKCG ପିଜି ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି

medical student dies

ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ବ୍ରହ୍ମପୁର MKCG ପିଜି ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ତାଙ୍କୁ ହଷ୍ଟେଲରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କୁ ମେଡିକାଲକୁ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତ ଡାକ୍ତରୀ ଛାତ୍ରୀ ପିଜି ପ୍ରଥମ ବର୍ଷର ଚର୍ମ ବିଭାଗରେ ପଢୁଥିବା ସୂଚନା ମିଳିଛି । ହେଲେ ସେ କିଭଳି ଓ କେଉଁ ପରିସ୍ଥିତିରେ ଗୁରୁତର ହୋଇପଡିଲେ ତାହା ସ୍ପଷ୍ଟ ହୋଇନି ।

ସୂଚନା ଅନୁସାରେ, ମୃତକଙ୍କ ନାଁ ସୁଭାନୀ ପଟ୍ଟନାୟକ । ତାଙ୍କ ଘର ପୁରୁଷୋତ୍ତମପୁରରେ, ସେ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ। ଆଜି ସକାଳେ ତାଙ୍କର ସାଙ୍ଗମାନେ ହସ୍ପିଟାଲ ଯିବା ପାଇଁ ବାହାରିବା ବେଳେ ତାଙ୍କ ରୁମ୍ ବନ୍ଦ ଥିଲା । ପରେ ଜଣାପଡ଼ିଲା ତାଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ଦେଖନ୍ତୁ ଭିଡିଓ -

 

ବର୍ତ୍ତମାନ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି । ତା’ସହିତ ସୁଭାନୀଙ୍କ ହଷ୍ଟେଲ ରୁମ୍‌ରେ ପହଞ୍ଚି ଯାଞ୍ଚ କରୁଛି ପୋଲିସ୍‌ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସୁଭାନୀଙ୍କ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।