Advertisment

ସ୍ତ୍ରୀ ଓ ପିଲାଙ୍କୁ ନପାଇ ରକ୍ତମୁଖା ଯୁବକ, ଶ୍ୱଶୁରଙ୍କ ଉପରକୁ ଗୁଳି ଚଳାଇଲା ଜ୍ୱାଇଁ

ସୌଭାଗ୍ୟକୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଶ୍ୱଶୁର କୁଞ୍ଜବନ, ଅଭିଯୁକ୍ତ ଜ୍ୱାଇଁକୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ

ଅଦ୍ୟତନ ହୋଇଛି
crime

crime

Advertisment

ଶ୍ୱଶୁର ଘରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ନିଜ ଘରେ ସ୍ତ୍ରୀ ଓ ୨ ପିଲାଙ୍କୁ ନପାଇ ଶେଷରେ ଶ୍ୱଶୁରଙ୍କ ଉପରେ ଗୁଳି ଚଳାଇଛନ୍ତି ଜ୍ୱାଇଁ । ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ବନ୍ଧକାନୀ ଗାଁରେ ଏଭଳି ଘଟିଛି ଅଘଟଣ । ତେବେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ତାଙ୍କ ଶ୍ୱଶୁର । ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

Advertisment

ଅଭିଯୁକ୍ତ ଜ୍ୱାଇଁ ହେଲେ ବାଉରିଗୋଡାର ବେଦବ୍ୟାସ ଶବର । ପତ୍ନୀ ଓ ଦୁଇ ପିଲାଙ୍କୁ ଶ୍ୱଶୁର ଘର ଲୋକ ନେଇଯାଇଥିବା ସନ୍ଦେହ କରି ବନ୍ଧକାନୀକୁ ଯାଇଥିଲେ । ସେଠାରେ ପାଟିତୁଣ୍ଡ ହେବା ପରେ ଶ୍ୱଶୁର କୁଞ୍ଜବନ ରଣାଙ୍କୁ ଦେଶୀ ବନ୍ଧୁକରେ ଗୁଳି ଚଳାଇଥିଲେ । ସୌଭାଗ୍ୟକୁ ଅଳ୍ପକେ ବର୍ତ୍ତିଯାଇଛନ୍ତି କୁଞ୍ଜବନ । ଖବରପାଇ ମହୁଲପାଲି ପୋଲିସ ବେଦବ୍ୟାସଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

ତା’ସହ ତାଙ୍କ ଠାରୁ ଦେଶୀ ବନ୍ଧୁକ ଏବଂ ଗନପାଉଡରକୁ ଜବତ କରିଛି ପୋଲିସ । ...

Firing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ