Udit Pradhan (Edited Image)
ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ। ଦୁଷ୍କର୍ମ ଅଭିଯୋଗରେ ଉଦିତ ପ୍ରଧାନଙ୍କୁ ବାନ୍ଧିଛି ମଞ୍ଚେଶ୍ବର ପୋଲିସ୍। ଉଦିତଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ କରିଛନ୍ତି ଜଣେ ଯୁବତୀ। ଗତକାଲି ଥାନାରେ ଅଭିଯୋଗ ପରେ ପୋଲିସ ପୀଡ଼ିତାଙ୍କ ବୟାନ ରେକର୍ଡ କରି ଉଦିତଙ୍କୁ ଗିରଫ କରିଛି।
ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ଗତ ମାର୍ଚ୍ଚ ମାସ ୧୮ ତାରିଖରେ ଏକ ହୋଟେଲରେ ଥଣ୍ଡା ପାନୀୟରେ ନିଶା ଦେଇ ଉଦିତ ତାଙ୍କ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ହୋସ୍ ଆସିବା ପରେ ତାଙ୍କୁ ଧମକ ଦେଇଥିଲେ। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ଉଦିତଙ୍କୁ ଗିରଫ କରିଛି। ଉଦିତଙ୍କ ନାଁରେ ଲାଗିଛି ସଂଗୀନ ଦଫା। BNS 64(1) ଦୁଷ୍କର୍ମ, BNS 123- ଅପରାଧ ଘଟାଇବା ପାଇଁ ନିଶା ପାନୀୟ ଦେବା, BNS 296- ଅଶ୍ଳୀଳ ବ୍ୟବହାର ପ୍ରଦର୍ଶନ କରିବା, BNS 74- ବଳପୂର୍ବକ ମହିଳାଙ୍କୁ ଅଶ୍ଳୀଳ ବ୍ୟବହାର ପ୍ରଦର୍ଶନ, BNS 351(2)- ଭୟ ଦେଖାଇ ଖରାପ କାର୍ଯ୍ୟ କରିବା ପାଇଁ ବାଧ୍ୟ କରିବା ଭଳି ସଂଙ୍ଗୀନ ଦଫାରେ ମାମଲା ରୁଜୁ ହୋଇଛି।
ସେପଟେ ଗିରଫ ପରେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ ପ୍ରଧାନ ନିଲମ୍ବିତ ହୋଇଛନ୍ତି। ଏନେଇ NSUI ଜାତୀୟ ସଭାପତି ବରୁଣ ଚୌଧୁରୀ ସୂଚନା ଦେଇଛନ୍ତି। ତେବେ ତମାମ ଘଟଣାକ୍ରମକୁ ନେଇ ଉଦିତ ପ୍ରଧାନ କିମ୍ବା ଛାତ୍ର କଂଗ୍ରେସର ପ୍ରତିକ୍ରିୟା ମିଳିପାରିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753081741.jpg)