Advertisment

Wife Pushed Husband Into River: ନଦୀକୁ ଠେଲିଦେଲା ପତ୍ନୀ, ମରୁ ମରୁ ବଞ୍ଚିଗଲେ ସ୍ୱାମୀ

ମେଘାଳୟକୁ ହନିମୁନ୍ କରିବାକୁ ଯାଇ ସ୍ୱାମୀଙ୍କୁ ପତ୍ନୀ ହତ୍ୟା କରିବା ଘଟଣା ଏଯାଏଁ ଲୋକଙ୍କ ମନରୁ ଲିଭିନଥିବା ବେଳେ ପୁଣି ଏକ ଘଟଣାରେ ପତ୍ନୀ ସ୍ୱାମୀଙ୍କୁ ନଦୀକୁ ଠେଲି ହତ୍ୟା ଉଦ୍ୟମ କରିବା ଘଟଣା ସାମନାକୁ ଆସିଛି । ତେବେ ସୌଭାଗ୍ୟକ୍ରମେ ସ୍ୱାମୀ ମରଣମୁହଁରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

Husband

Husband

Advertisment

କର୍ଣ୍ଣାଟକର ରାୟଚୁର ଜିଲ୍ଲାର ଗୁର୍ଜାପୁର ବ୍ରିଜ୍‌ ନିକଟରେ କ୍ରିଷ୍ଣା ନଦୀରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଯେଉଁଥିରେ ଜଣେ ନବବିବାହିତା ତାଙ୍କ ସ୍ୱାମୀଙ୍କୁ ଫଟୋ ଉଠାଇବାକୁ କହି ଭରା ନଦୀକୁ ଠେଲି ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଗତ ୧୨ ତାରିଖରେ ଘଟିଛି । ଏହାର ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ।

Advertisment

ଏହି ପତିପତ୍ନୀଙ୍କର ୩ ମାସ ତଳେ ବିବାହ ହୋଇଛି । ସେମାନେ ଏକ ବାଇକରେ ଯାଉଥିଲେ । ଗୁର୍ଜାପୁର ବ୍ରିଜ୍‌ ନିକଟରେ ପତ୍ନୀ ଗାଡି ଅଟକାଇ ଫଟୋ ଉଠାଇବାକୁ କହିଥିଲେ । ସ୍ୱାମୀ ରାଜି ହୋଇ ପତ୍ନୀଙ୍କ ଫଟୋ ଉଠାଇଥିଲେ । ଏହା ପରେ ସ୍ୱାମୀ କହିଥିଲେ, ମୋର ବି ଫଟୋ ଉଠାଅ । ପତ୍ନୀ ବ୍ରିଜରେ ସ୍ୱାମୀଙ୍କ ଫଟୋ ଉଠାଇବାକୁ ପ୍ରସ୍ତୁତ ହୋଇଥିଲେ । ସ୍ୱାମୀ ଫଟୋ ପାଇଁ ପୋଜ୍ ଦେବା ପରେ ପତ୍ନୀ କହିଥିଲେ, ଆଉ ଟିକିଏ ପଛକୁ ଯାଅ । ଏହା ପରେ ସ୍ୱାମୀଙ୍କ ପାଖକୁ ଯାଇ ପତ୍ନୀ ନଦୀ ଭିତରକୁ ତାଙ୍କୁ ଠେଲି ଦେଇଥିଲେ । ସ୍ୱାମୀ ନଦୀ ଭିତରକୁ ଖସି ପଡିଥିଲେ ।

ନଦୀରେ ଏବେ ବହୁତ ପାଣି ଅଛି । ପ୍ରବଳ ବର୍ଷା ପରେ କ୍ରିଷ୍ଣା ନଦୀ ଏବେ ଫୁଲିଯାଇଛି । ନଦୀରେ ସୁଅ ବି ଜୋର୍ ଅଛି । ଏଭଳି ସ୍ଥିତିରେ ସ୍ୱାମୀ ନଦୀରେ କିଛି ବାଟ ଭାସି ଯାଇଥିଲେ । କିନ୍ତୁ ସୌଭାଗ୍ୟ କ୍ରମେ ଏକ ପଥରରେ ତାଙ୍କ ହାତ ଲାଗି ଯାଇଥିଲା । ସେ ପଥରକୁ ଜାବୁଡି ଧରି ବଞ୍ଚାଇବାକୁ ଚିତ୍କାର କରିଥିଲେ । ସ୍ଥାନୀୟ ଲୋକମାନେ ଆସି ବ୍ରିଜ ପାଥରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ନଦୀରେ ଅଧିକ ପାଣିଥିବାରୁ ଉଦ୍ଧାରକାର୍ଯ୍ୟ ସହଜରେ ହୋଇପାରିନଥିଲା । ସ୍ଥାନୀୟ ଲୋକମାନେ ପ୍ରାୟ ଦୁଇ ଘଣ୍ଟା ପରିଶ୍ରମ କରି ଦଉଡି ସାହାଯ୍ୟରେ ତାଙ୍କୁ ଉଦ୍ଧାର କରିଥିଲେ ।

Advertisment

ଉଦ୍ଧାର ପରେ ସ୍ୱାମୀ କିଛି ସମୟ ବ୍ରିଜ ଉପରେ ବିଶ୍ରାମ ନେଇଥିଲେ । ପତ୍ନୀ ତାଙ୍କୁ ନଦୀକୁ ଠେଲି ଦେଇଥିବାର ସେ ଅଭିଯୋଗ କରିଥିଲେ । ଦୁଇ ଜଣଙ୍କ ମଧ୍ୟରେ କିଛି ସମୟ ପାଇଁ ଯୁକ୍ତିତର୍କ ଲାଗିଥିଲା । ପତ୍ନୀ ଠେଲି ନାହାନ୍ତି ବୋଲି ବାରମ୍ୱାର ସଫେଇ ଦେଇଥିଲେ । ଏହା ପରେ ଦୁଇ ଜଣଯାକ ବାଇକରେ ଚାଲି ଯାଇଥିଲେ ।

ତେବେ ସ୍ୱାମୀ ଏ ସଂପର୍କରେ ପୋଲିସ ନିକଟରେ କିଛି ଅଭିଯୋଗ କରିନାହାନ୍ତି । କିନ୍ତୁ ଭାଇରାଲ୍ ହେଉଥିବା ଭିଡିଓ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ପତ୍ନୀଙ୍କୁ ମଧ୍ୟ ଏହି ଘଟଣାରେ ପଚରାଉଚରା କରାଯାଇଛି ।

Advertisment

ପୋଲିସ ଏହା ମଧ୍ୟ ତଦନ୍ତ କରୁଛି ଯେ ଏହି ଘଟଣା ପଛରେ ପାରିବାରିକ ବିବାଦ, ବୈବାହିକ ଅସନ୍ତୋଷ କିମ୍ବା ଅନ୍ୟ କୌଣସି କାରଣ କହିଛି କି ନାହିଁ ।

ସାମାଜିକ ଗଣମାଧ୍ୟମରେ ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ଘଟଣାର ଭିଡିଓ X ସମେତ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଭାଇରାଲ ହୋଇଛି। ଅନେକ ଲୋକ ଏହି ଘଟଣାକୁ ନେଇ ଆଶ୍ଚର୍ଯ୍ୟ ଓ କ୍ଷୋଭ ପ୍ରକାଶ କରିଛନ୍ତି। କେହି ଏହାକୁ “ହାଇଡ୍ରାମା” ଭାବେ ବର୍ଣ୍ଣନା କରିଛନ୍ତି, ଆଉ କେହି ଏହାକୁ ଗମ୍ଭୀର ଅପରାଧ ଭାବେ ଦେଖୁଛନ୍ତି। ଏହା ସହ ବୈବାହିକ ସମ୍ପର୍କରେ ବିଶ୍ୱାସ ଓ ନିରାପତ୍ତା ଉପରେ କେହି କେହି ପ୍ରଶ୍ନ ଉଠାଇଛନ୍ତି। ଜଣେ ନବବିବାହିତା ମହିଳାଙ୍କ ଏଭଳି କାର୍ଯ୍ୟକୁ ଅଧିକାଂଶ ଲୋକ ନାପସନ୍ଦ କରିଛନ୍ତି ।

ଅଧିକ ପଢ଼ନ୍ତୁ: ସ୍ୱାମୀର ଫୋନ୍ ଚୋରି କରିବା ପାଇଁ ସ୍ତ୍ରୀ ରଚିଲା ଡ୍ରାମା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ 

Couple Karnataka Attempt To Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ