Advertisment

ଲୁଟି ନେଇଥିଲେ ୨୫ କୋଟିର ଗହଣା; ୫ ହଜାର ନମ୍ବରରୁ କେମିତି ଧରିଲା ପୋଲିସ ? ଜାଣନ୍ତୁ

ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାକୁ ପ୍ରାୟ ୫ହଜାର ମୋବାଇଲ୍‌ ନମ୍ବରରୁ ସେମାନଙ୍କ ନମ୍ବର ଖୋଜିଥିଲା । ତା’ପରେ ସେମାନଙ୍କ ନମ୍ବର ଖୋଜିବା ସହ ତା’କୁ ଟ୍ରାକ୍‌ କରି ସେମାନଙ୍କ ନିକଟରେ ପହଞ୍ଚିଥିଲା ।

undefined

Delhi bhogal umrao singh jewelers showroom theft of rs 25 crore mastermind lokesh shriwas crime horo

Advertisment

ରାଜଧାନୀ ନୂଆଦିଲ୍ଲୀର ଏକ ଗହଣା ଦୋକାନରୁ ଚୋରି ହେବା ଖବର ବର୍ତ୍ତମାନ ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଛି । ଲୁଟରାମାନେ ବହୁ ଚତୁରତାର ସହ ୨୫ କୋଟି ଟଙ୍କାର ଗହଣା ଲୁଟିବା ପରେ ଜୋରଦାର ତନାଘନା କରି ଅଭିଯକ୍ତମାନଙ୍କୁ ଗିରଫ କରିଛି ପୋଲିସ । ହେଲେ ଏବେ ଅଭିଯୁକ୍ତମାନଙ୍କୁ ପୋଲିସ ଧରିବା ପାଇଁ ଯେଉଁ ପନ୍ଥା ଆପଣାଇଥିଲା ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

Advertisment

କାରଣ ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାକୁ ପ୍ରାୟ ୫ହଜାର ମୋବାଇଲ୍‌ ନମ୍ବରରୁ ସେମାନଙ୍କ ନମ୍ବର ଖୋଜିଥିଲା । ତା’ପରେ ସେମାନଙ୍କ ନମ୍ବର ଖୋଜିବା ସହ ତା’କୁ ଟ୍ରାକ୍‌ କରି ସେମାନଙ୍କ ନିକଟରେ ପହଞ୍ଚିଥିଲା । ତେବେ କିଭଳି ପୋଲିସ ଏହା କରିଥିଲା ଆସନ୍ତୁ ଜାଣିବା ।

ପୋଲିସର ସୂଚନା ଅନୁସାରେ ଏକ ସଫ୍ଟୱେୟାର ବ୍ୟବହାର କରି ତଥ୍ୟ ସଂଗ୍ରହକରିବାକୁ ଲାଗିପଡ଼ିଥିଲା । ପ୍ରଥମେ ଅଜୟ ଭରୱେଙ୍କ ନାମରେ ୯୬୬୯୧୭୯୨-- ନମ୍ବର ଦିଲ୍ଲୀ ବାହାରେ ପଞ୍ଜୀକୃତ ହୋଇଥିବା ଜାଣିବାକୁ ପାଇଥିଲା । ସେହି ନମ୍ବରକୁ ଆଧାରକରି ତଦନ୍ତ ଚଳାଇବା ସହ ଆହୁରି ଅନ୍ୟ ଦୁଇଟି ସନ୍ଦେହଜନକ ନମ୍ବରକୁ ଚିହ୍ନଟ କରିଥିଲା ।

Advertisment

ଚିହ୍ନଟ ହୋଇଥିବା ଦୁଇଟି ନମ୍ବର ମଧ୍ୟରୁ ୭୭୪୮୮୭୮୫—ନମ୍ବର ଆକ୍ଟିଭ୍‌ ଥିବା ଜଣାପଡ଼ିଥିଲା । ଯାହାକୁ ନେଇ ପୋଲିସ ଆରମ୍ଭ କରିଥିଲା ତଦନ୍ତ । ଆଉ ଜାଣିବାକୁ ପାଇଥିଲେ ଅଭିଯୁକ୍ତ ସେମାନେ ସେପ୍ଟେମ୍ବର ୧୦ ଏବଂ ୧୭ରେ ଆକ୍ଟିଭ୍‌ ରହିଥିଲେ । ପରେ ପରେ ପରେ ସେହି ନମ୍ବରକୁ ଟ୍ରାକ୍‌ କରାଯାଇଥିଲା ।

ଅନୁସନ୍ଧାନରୁ ଜଣାପଡ଼ିଥିଲା ଯେ, କାଶ୍ମୀର ଫାଟକରେ ଗୋଟିଏ ନମ୍ବରକୁ ପ୍ରଥମେ ସୁଇଚ୍ ଅନ୍‌ କରାଯାଇଥିଲା । ପରେ ସେଠାରୁ ମଧ୍ୟପ୍ରଦେଶରକୁ ଚାଲିଯାଇଥିଲା । ଏହାପରେ ଛତିଶଗଡକୁ ଚାଲିଯାଇଥିଲେ ଅଭିଯୁକ୍ତ । ଯାହାକୁ ଜାଣିବା ପରେ ଅହୁରି ସକ୍ରିୟ ହୋଇଥିଲେ କ୍ରାଇମ୍‌ବ୍ରାଞ୍ଚ ଓ ପୋଲିସ ଟିମ୍‌ । କ୍ରାଇମବ୍ରାଞ୍ଚର ତିନିଟି ଟିମ୍ ଏବଂ ସ୍ଥାନୀୟ ପୋଲିସର ଚାରିଟି ଟିମ୍ ଚୋରମାନଙ୍କ ପିଛା କରିଥିଲେ । ଏହି ତଦନ୍ତ ଅଭିଯାନରେ ପୋଲିସ କମିଶନର ସଞ୍ଜୟ ଆରୋରା, ସ୍ୱତନ୍ତ୍ର କମିଶନର ରବୀନ୍ଦ୍ର ଯାଦବ ଏବଂ ଡିସିପି ରାଜେଶ ଦେଓ ଏବଂ ସଞ୍ଜୟ ଭାଟିଆ ତୀକ୍ଷ୍ଣ ନଜର ରଖିଥିଲେ । ପରେ ପରେ ଅଭିଯୁକ୍ତମାନଙ୍କୁ ଧରିବାକୁ ସଫଳ ହୋଇଥିଲା ପୋଲିସ ଓ କ୍ରାଇମ୍‌ବ୍ରାଞ୍ଚ ।

Advertisment

ଘଟଣାକୁ ନେଇ ଜଣେ ବରିଷ୍ଠ ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ତଦନ୍ତ ବେଳର ସମସ୍ତ କଥା କହିବା ସହ ଭୋଗଲ ବଜାରରୁ ଫୁଟେଜରେ ଦେଖାଯାଇଥିବା ଅଭିଯୁକ୍ତଙ୍କ ବିଷୟରେ ଟିକିନିଖି ବର୍ଣ୍ଣନା କରିଛନ୍ତି । ତାହାଛଡ଼ା ଏହି ତଦନ୍ତରେ ସହଯୋଗ କରିଥିବା ଛତିଶଗଡ଼ ପୋଲିସକୁ ପ୍ରଶଂସା ମଧ୍ୟ ସେ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ