Naba Das Murder Case: Crime Branch Seize Goapl's Dairy
ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସର ଡାଏରୀ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। ଗତକାଲି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ୍ ଗୋପାଳର ସରକାରୀ କ୍ୱାର୍ଟର୍ସ ଯାଞ୍ଚ କରିଥିଲା। ଏହି ସମୟରେ ବହୁ କାଗଜପତ୍ର ଓ ଗୋପାଳର ଡାଏରୀ ପାଇଥିଲା କ୍ରାଇମବ୍ରାଞ୍ଚ । ସେହିସବୁ କାଗଜପତ୍ର ଓ ଡାଏରୀକୁ କ୍ରାଇମବ୍ରାଞ୍ଚ ଅଧିକାରୀ ତଦନ୍ତ କରୁଛନ୍ତି ।
ନବ ଦାସ ହତ୍ୟାକାଣ୍ଡର ତଦନ୍ତର ଅଗ୍ରଗତି ନେଇ କ୍ରାଇମବ୍ରାଞ୍ଚ ତଥ୍ୟ ଦେବା ସମୟରେ ଗୋପାଳର ଡାଏରୀ କଥା ଉଲ୍ଲେଖ କରାଯାଇଛି। ଏହି ଡାଏରୀରୁ ହତ୍ୟାକାଣ୍ଡର କିଛି ସୁରାଗ ମିଳିପାରେ ବୋଲି କ୍ରାଇମବ୍ରାଞ୍ଚ ଆଶା କରୁଛି। ଅନ୍ୟପକ୍ଷେ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଶିଳ୍ପାଞ୍ଚଳ ସ୍ଥିତ ଗୋପାଳ ଘରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଗୋପାଳର ପତ୍ନୀ ଓ ପୁତୁରାଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ପଚରାଉଚରା କରିଛନ୍ତି।
ସେପଟେ ହତ୍ୟାକାଣ୍ଡର ତଦନ୍ତ ପାଇଁ ସେଣ୍ଟ୍ରାଲ ଫୋରେନ୍ସିକ ଟିମ୍କୁ ଡକାଯାଇଥିଲା। ଦିଲ୍ଲୀରୁ ଆସିଥିବା ଏହି ୬ ଜଣିଆ ଟିମ୍ ଗତକାଲି ଅପରାହ୍ନରେ ଝାରସୁଗୁଡ଼ାରେ ପହଞ୍ଚିଥିଲେ। ଏହି ଟିମ୍ ଓଡ଼ିଶାର କ୍ରାଇମବ୍ରାଞ୍ଚକୁ କେମିତି ସହଯୋଗ କରିବ, ତାହା ସ୍ପଷ୍ଟ ହୋଇପାରିନାହିଁ। ଗୋପାଳର ପରିବାରକୁ ଆହୁରି ଜେରା କରାଯିବ ବୋଲି କ୍ରାଇମବ୍ରାଞ୍ଚ ଡିଏସ୍ପି ସୂଚନା ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1675479497.jpg)