Advertisment

Balanga Girl Burn Case: ରହସ୍ୟ ଖୋଲିବ ରୂପା ମୁଦି!

ବଳଙ୍ଗା ଘଟଣାକୁ ୩ ଦିନରୁ ଅଧିକ ସମୟ ବିତିଥିବାବେଳେ ସସପେନ୍ସ ଉପରୁ ହଟିନି ପରଦା। ଏପଟେ ଘଟଣାସ୍ଥଳରୁ ମିଳିଛି ଏକ ରୂପା ମୁଦି। ତେବେ ଏହି ମୁଦି କାହାର ? କେମିତି ଘଟଣାସ୍ଥଳକୁ ଆସିଲା, ସେ ଦିଗରେ ଚାଲିଛି ତଦନ୍ତ।

Representational Image

Representational Image

Advertisment

ବଳଙ୍ଗା ଘଟଣାରେ ବଢ଼ୁଛି ସସପେନ୍ସ। ୩ ଦିନରୁ ଅଧିକ ସମୟ ବିତିଲାଣି। ହେଲେ ଏଯାଏଁ ଜଣାପଡ଼ୁନି କିଏ ଜାଳିଦେଲା ୧୫ ବର୍ଷିୟା ନାବାଳିକାଙ୍କୁ। ଏସବୁ ଭିତରେ ଘଟଣାସ୍ଥଳରୁ ମିଳିଛି ଏକ ରୂପା ମୁଦି। ଏହି ମୁଦି କାହାର ? କେମିତି ଘଟଣାସ୍ଥଳକୁ ଆସିଲା ସେ ଦିଗରେ ଚାଲିଛି ତଦନ୍ତ।

Advertisment

ବଳଙ୍ଗା ପୀଡ଼ିତାଙ୍କ କହିବା ଅନୁସାରେ, ୩ ଯୁବକ ନିଆଁ ଲଗାଇ ଦେଇଥିଲେ। ହେଲେ କିଏ ସେହି ତିନି ଦୁର୍ବୃତ୍ତ ଏବଂ କାହିଁକି ନିଆଁ ଲଗାଇଲେ ସେନେଇ ଏଯାଏଁ ରହସ୍ୟ ଉପରୁ ହଟିପାରୁନି ପରଦା। ପୀଡ଼ିତାଙ୍କ ୮ ସଂପର୍କୀୟଙ୍କୁ ସ୍କାନରରେ ରଖି ପୋଲିସ ତଥ୍ୟ ଆଦାୟ କରୁଛି। ଫରେନସିକ୍ ଟିମ୍ ଗାଁରେ ପ୍ରମାଣ ଖୋଜୁଛି। ୩୬୦ ଡିଗ୍ରୀରେ ପୋଲିସ ତଦନ୍ତ କରୁଛି। ପୀଡ଼ିତାଙ୍କ ଘରେ ବ୍ୟବହୃତ କିରୋସିନ ବୋତଲ, ପୀଡ଼ିତାଙ୍କ ବାପାଙ୍କ ବଳଙ୍ଗାରେ ଥିବା ଗ୍ୟାରେଜ ଦୋକାନ ଚାବିକୁ ଜବତ କରି ତଦନ୍ତ ଚଳାଇଛି ପୋଲିସ୍।

ଏସବୁ ଭିତରେ ଘଟଣାସ୍ଥଳରୁ ମିଳିଛି ଏକ ରୂପା ମୁଦି। ତେବେ ଏହି ମୁଦି କାହାର ? କେମିତି ଘଟଣାସ୍ଥଳକୁ ଆସିଲା ? ସେ ଦିଗରେ ଚାଲିଛି ତଦନ୍ତ।  

Advertisment
Odisha News Minor Girl Set Ablaze Crime News OTV Khabar OTV News Balanga Police Station
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ