murder
ଚିକେନ ଦୋକାନ ସାମନାରେ ଦୁଇ ଗ୍ରାହକଙ୍କ ମଧ୍ୟରେ ଯୁକ୍ତିତର୍କ ହେଲା । କେହି କାହାକୁ ଛାଡିବା ଅବସ୍ଥାରେ ନଥିଲେ । ଦୁଇଜଣ ଯାକ ଚିକେନ କିଣିଲେ । ଦୋକାନରୁ ବାହାରି ଘରକୁ ଗଲେ । ଚିକେନ ଦୋକାନ ଠାରୁ ଅଳ୍ପ ଦୂରରେ ଜଣେ ଜଣକୁ କାର୍ ଚଢ଼ାଇ ମାରିଦେଲା । ମାଆ ସାମନାରେ ପୁଅକୁ ମାରିଦେଲା ଦୁର୍ବୃତ୍ତ । ପୁଅକୁ ବଞ୍ଚାଅ ବଞ୍ଚାଅ କହି ମାଆ କେବଳ ଚିତ୍କାର କରୁଥିଲା । ସେତେବେଳକୁ ରାସ୍ତା ରକ୍ତରେ ଲାଲ୍ ହୋଇଯାଇଥିଲା ।
ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାରେ ଚିକେନ କିଣିବାକୁ ନେଇ ହୋଇଥିବା ବିବାଦ ଏକ ଦୁଃଖଦ ଘଟଣାରେ ପରିଣତ ହୋଇଛି । ଜଣେ ୩୨ ବର୍ଷୀୟ ଯୁବକଙ୍କୁ କାର ଚଢ଼ାଇ ହତ୍ୟା କରାଯାଇଛି। ଗତକାଲି ସନ୍ଧ୍ୟାରେ ଦାମୋହ ଜିଲ୍ଲାର ଅଜମେରୀ ଗାର୍ଡେନ ନିକଟରେ ଘଟିଛି।
ମତ୍ୟୁବରଣ କରିଥିବା ରାକେଶ ରାୟକୱାର ଏକ ଚିକେନ ଦୋକାନ ନିକଟରେ ଦୁଇଜଣଙ୍କର ବଚସା ହୋଇଥିଲା । ତା ପରେ ରାକେଶ ମାଆଙ୍କ ସହ ଚାଲି ଚାଲି ଘରକୁ ଯାଉଥିଲେ । ମାଆପୁଅ ଚାଲି ଚାଲି ଯିବା ବେଳେ ଅଭିଯୁକ୍ତ ଆକିଲ୍ ଏକ କାରରେ ଆସି ପ୍ରଥମେ ରାକେଶଙ୍କୁ ଧକ୍କା ଦେଇଥିଲା । ରାକେଶ ତଳେ ପଡିଯିବା ପରେ ପ୍ରଥମେ ଆଗ ଚକ ଓ ପରେ ପଛ ଚକ ଚଢ଼ାଇ ଦେଇଥିଲା ।
ରାକେଶଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହି ଘଟଣା ରାକେଶଙ୍କ ମାଆଙ୍କ ସାମ୍ନାରେ ହିଁ ଘଟିଥିଲା । ଦାମୋହ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଆକିଲଙ୍କୁ ଗିରଫ କରିଥିଲା।
ଘଟଣାରେ ବ୍ୟବହୃତ କାରକୁ ମଧ୍ୟ ଜବତ କରାଯାଇଛି। ପୋଲିସ ଏହି ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି । କାରଣ ଏକ ଛୋଟ ବିବାଦ ଏପରି ଦୁଃଖଦ ପରିଣାମରେ ଶେଷ ହେବ ବୋଲି କେହି ଆଶା କରି ନଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/murder_1752314861.jpg)