murder in capital
ଭୁବନେଶ୍ବର : ରାଜଧାନୀରେ ବିଭତ୍ସ ହତ୍ୟା। ପ୍ରଥମେ ଅପହରଣ ପରେ ହତ୍ୟା। ଚନ୍ଦକା-ବାରଙ୍ଗ ରାସ୍ତା କଡ଼ରୁ ମୃତଦେହ ଉଦ୍ଧାର ପରେ ସମସ୍ତଙ୍କ ମନରେ ନାନା ପ୍ରଶ୍ନ। ମୃତକ ହେଉଛନ୍ତି ଟ୍ୟାକ୍ସି ଡ୍ରାଇଭର୍ ବିଦ୍ୟାଧର ସାହୁ। ଘଟଣାସ୍ଥଳରେ ରାସ୍ତାକଡରେ ଥୁଆ ହୋଇଛି ଟ୍ୟାକ୍ସି । ଗତ ୧୫ ତାରିଖରୁ ନିଖୋଜ ଥିଲେ ବିଦ୍ୟାଧର। ଏହାପରେ ୧୯ ତାରିଖରେ ବଡ଼ଗଡ଼ ଥାନାରେ ନିଖୋଜ ଅଭିଯୋଗ କରିଥିଲେ ପରିବାର। ଏହାରି ଭିତରେ ଅପହରଣକାରୀ ୨ କୋଟି ଟଙ୍କା ମାଗୁଥିବା ନେଇ ପୋଲିସକୁ ସୂଚନା ଦେଇଥିଲେ ପରିବାର ଲୋକ। ତେବେ ପୂରା ଘଟଣାରେ ସନ୍ଦେହର ପରିସରକୁ ଆସିଛନ୍ତି ଜଣେ ମହିଳା। ବିଦ୍ୟାଧରଙ୍କ ସମ୍ପର୍କୀୟଙ୍କ କହିବାନୁସାରେ, ଜଣେ ମହିଳାଙ୍କ ପାଖରେ ମାସିକିଆ ଗାଡି ଲଗାଇଥିଲେ ବିଦ୍ୟାଧର। ଯଦିଓ ସେ ଓଲା ଉବରରେ ଗାଡି ଲଗାଉଥିଲେ ତେବେ ବାକି ସମୟରେ ସେହି ମ୍ୟାଡାମଙ୍କ ପାଖରେ ଗାଡି ଭଡା ଲଗାଇଥିଲେ, ତେଣୁ ତାଙ୍କୁ ତଦନ୍ତ ପରିସର କରିବାକୁ ଦାବି କରିଛନ୍ତି ସମ୍ପର୍କୀୟ।
ବିଦ୍ୟାଧର ପ୍ରାୟ ୨ ବର୍ଷ ହେବ ଟ୍ୟାକ୍ସି ଡ୍ରାଇଭର ଭାବରେ କାମ କରୁଥିଲେ। ତେବେ ହଠାତ ଗାଡିଟି ରାସ୍ତା ଉପରେ ଛିଡା ହୋଇଥିବା ବେଳେ ସେହି ବାଟ ଦେଇ ଯାଉଥିବା ତାଙ୍କର ଜଣେ ସମ୍ପର୍କୀୟ ହଠାତ ଅଟକି ଯାଇଥିଲେ। ପରେ ଗାଡି ପାଖକୁ ଯାଇ ଖୋଜାଖୋଜି କରିଥିଲେ। ତେବେ ଗାଡି ଥିଲେ ମଧ୍ୟ ମୃତ ବିଦ୍ୟାଧର ନଥିଲେ। ପରେ ଏହାର କିଛି ଦୂରରେ ତାଙ୍କର ମୃତଦେହ ପଡିଥିବା ଦେଖିବାକୁ ସେ ପାଇଥିଲେ । ଏହାପରେ ଘର ଲୋକ ଓ ପିସିଆରକୁ ସେ ଯୋଗଯୋଗ କରିଥିଲେ।
ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ବଡଗଡ ଥାନା ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1758352342.jpg)