Advertisment

Murder: ଡାକ୍ତର ଜ୍ୱାଇଁ ଶାଶୂଙ୍କୁ ୨୦ ଖଣ୍ଡ କଲା, ୫ କିଲୋମିଟର ମଧ୍ୟରେ ଶରୀରର ଅଂଶ ଏଣେତେଣେ ଫିଙ୍ଗିଦେଲା

ଜଣେ ଦାନ୍ତ ଡାକ୍ତର ଦୁଇ ଜଣ ସୁପାରୀ କିଲରଙ୍କ ସହ ମିଶି ନିଜ ଶାଶୂଙ୍କୁ ଖଣ୍ଡ ଖଣ୍ଡ କରି ମାରିଦେଲା । ଶରୀରର ବିଭିନ୍ନ ଅଂଶଗୁଡ଼ିକୁ ୫ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଫିଙ୍ଗିଦେଲା । ଭାବିଥିଲା ଏହି ଘଟଣାରେ ସେ ଧରାପଡିବନି ।

ଅଦ୍ୟତନ ହୋଇଛି
murder

murder

Advertisment

ଅଗଷ୍ଟ ୭ ତାରିଖରେ ଯେତେବେଳେ ପ୍ରଥମେ ଏକ ହାତ ମିଳିଲା, ପୋଲିସ ତଦନ୍ତ ଆରମ୍ଭ କଲା । ପୋଲିସ ପାଇଁ ଏହା ଏକ ବଡ଼ ଚାଲେଞ୍ଜ ଥିଲା । କିନ୍ତୁ ୭ ଦିନ ଭିତରେ ସତ୍ୟ ଉନ୍ମୋଚନ କଲା ପୋଲିସ । ଏହା ଏକ ଏଭଳି ମାମଲା ଥିଲା, ଯେଉଁଥିରେ ପ୍ରଥମେ ମୃତ ବ୍ୟକ୍ତିଙ୍କ ପରିଚୟ ଜାଣିବା କରିବା କଷ୍ଟକର ଥିଲା। ହତ୍ୟାକାରୀମାନେ ଶବକୁ ୨୦ଟି ଖଣ୍ଡ କରି ପ୍ରତ୍ୟେକ ଅଂଶକୁ ଅଲଗା ଅଲଗା ସ୍ଥାନରେ ଫିଙ୍ଗି ଦେଇଥିଲେ। ଯେଉଁଠାରେ ଘଟଣା ଘଟିଥିଲା, ସେଠାରେ ନା ସିସିଟିଭି କ୍ୟାମେରା ଥିଲା ନା କୌଣସି ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ଥିଲେ ।

Advertisment

କିନ୍ତୁ ପୋଲିସ ଏହି ଘଟଣାର ଖିଅ ଖୋଜି ଖୋଜି ଜାଣିବାକୁ ପାଇଥିଲା ଯେ ୪୨ ବର୍ଷୀୟ ବି. ଲକ୍ଷ୍ମୀଦେବୀ ଓରଫ ଲକ୍ଷ୍ମୀଦେବମ୍ମାଙ୍କୁ ହତ୍ୟା କରାଯାଇଛି । ବେଙ୍ଗାଲୁରୁଠାରୁ ପ୍ରାୟ ୧୧୦ କିଲୋମିଟର ଦୂରରେ କୋରାଟାଗେରେର ଚିମ୍ପୁଗନହଲ୍ଲୀରେ ଗତ ୭ ତାରିଖରେ ଗୋଟିଏ କୁକୁର ମଣିଷର ହାତକୁ ମୁହଁରେ ଧରି ବୁଲୁଥିବା ଦେଖାଯାଇଥିଲା। ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିବାରୁ ସେଠାରେ ଅନ୍ୟ କିଛି ମିଳିଲା ନାହିଁ। ତା’ପରେ ପୋଲିସ ସେହି ଅଞ୍ଚଳରେ ଅବଶିଷ୍ଟ ଶରୀରର ଅଂଶଗୁଡ଼ିକୁ ଖୋଜିବା ଆରମ୍ଭ କଲା। ବହୁ ତଦନ୍ତ ପରେ ୫ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ୧୯ଟି ଅଲଗା ଅଲଗା ସ୍ଥାନରେ ମଣିଷ ଶରୀରର ଖଣ୍ଡ ମିଳିଲା, କିନ୍ତୁ ମୁଣ୍ଡ ମିଳିଲା ନାହିଁ। ଏହି ଅବଶେଷଗୁଡ଼ିକୁ ଫୋରେନସିକ ତଦନ୍ତ ପାଇଁ ପଠାଯାଇଥିଲା, ଯେଉଁଥିରେ ଜଣାପଡ଼ିଲା ଯେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି। କିନ୍ତୁ ସେହି ମହିଳା କିଏ ଥିଲେ? ତାଙ୍କର ପରିଚୟ ଜାଣିବା କରିବା କଷ୍ଟକର ଥିଲା।

ପ୍ରାରମ୍ଭିକ ତଦନ୍ତରେ ପୋଲିସ ଆହୁରି ବ୍ୟଗ୍ର ହୋଇପଡିଲା, ଯେତେବେଳେ ଶବ ର ଅଂଶଗୁଡ଼ିକ ସହିତ ପିନ୍ଧାଯାଇଥିବା ଅଳଙ୍କାର ମିଳିଲା। ଏହାଦ୍ୱାରା ଏହା ନିଶ୍ଚିତ ହେଲା ଯେ ହତ୍ୟା ଲୁଟପାଟ ଉଦ୍ଦେଶ୍ୟରେ କରାଯାଇ ନଥିଲା। ତା’ପରେ ପୋଲିସ ଟିମ୍ ବିଭିନ୍ନ ଥାନାରୁ ନିଖୋଜ ମହିଳାମାନଙ୍କ ତାଲିକା ଖୋଜିବା ଆରମ୍ଭ କଲା। ତଦନ୍ତରେ ଜଣାପଡ଼ିଲା ଯେ ବେଲ୍ଲାଭେ ନିବାସୀ ୪୨ ବର୍ଷୀୟ ବି. ଲକ୍ଷ୍ମୀଦେବୀ ଓରଫ ଲକ୍ଷ୍ମୀଦେବମ୍ମା ୩ ଅଗଷ୍ଟରୁ ନିଖୋଜ ଅଛନ୍ତି। ତାଙ୍କ ସ୍ୱାମୀ ବସବରାଜ ଲକ୍ଷ୍ମୀଦେବୀଙ୍କ ନିଖୋଜ ହେବା ବିଷୟରେ ରିପୋର୍ଟ ଦାଖଲ କରିଥିଲେ। ପେସାରେ ବଢ଼େଇ କାମ କରୁଥିବା ବାସବରାଜ କହିଥିଲେ ଯେ ତାଙ୍କ ପତ୍ନୀ ଶେଷ ଥର ପାଇଁ ତାଙ୍କ ଝିଅ ତେଜସ୍ୱିନୀଙ୍କ ଘର ହନୁମନ୍ତପୁରାକୁ ଯାଇଥିଲେ। ଦୁଇ ଦିନ ପରେ କୋରାଟାଗେରେରେ ଏକ ନିର୍ଜନ ସ୍ଥାନରେ ମୁଣ୍ଡ ମିଳିଲା। ବାସବରାଜ ଏହାକୁ ତାଙ୍କ ପତ୍ନୀ ବୋଲି ଚିହ୍ନିଥିଲେ। କର୍ଣ୍ଣାଟକ ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ, ଅପରାଧ ସ୍ଥଳକୁ ଦେଖି ଏହା ଅନୁମାନ କରାଯାଇଥିଲା ଯେ ମହିଳାଙ୍କ ହତ୍ୟା ଯୋଜନାବଦ୍ଧ ଭାବେ କରାଯାଇଛି। ହତ୍ୟାକାରୀ ଜଣେ ପରିଚିତ ବ୍ୟକ୍ତି ହିଁ ହୋଇଥିବ।

Advertisment

ତୁମକୁରୁର ଏସପି ଅଶୋକ କେ.ଭି. ହତ୍ୟା ରହସ୍ୟ ଉନ୍ମୋଚନ ପାଇଁ ଅନେକ ଟିମ୍ ଗଠନ କରିଥିଲେ। ଗୋଟିଏ ଟିମ୍‌କୁ ଜଣାପଡ଼ିଲା ଯେ ୩ ଅଗଷ୍ଟ ଅପରାହ୍ନରେ ଏକ ଧଳା ରଙ୍ଗର ଏସୟୁଭି ହନୁମନ୍ତପୁରା ଦେଇ ଯାଇଥିଲା। ଏହି ଗାଡ଼ି କୋରାଟାଗେରେ ଆଡ଼କୁ ଯାଇଥିଲା। ତଦନ୍ତରେ ଜଣାପଡ଼ିଲା ଯେ ଗାଡ଼ିର ଆଗ ଓ ପଛରେ ଅଲଗା ଅଲଗା ନମ୍ବର ପ୍ଲେଟ ଲାଗିଥିଲା। ପ୍ରାରମ୍ଭିକ ତଦନ୍ତରେ ଏହା ପୋଲିସ ପାଇଁ ଏକ ବଡ଼ ସୂତ୍ର ଥିଲା। ଗୋଟିଏ ଗାଡ଼ିରେ ଦୁଇଟି ଅଲଗା ନମ୍ବର ପ୍ଲେଟ ଲାଗିବାର ଅର୍ଥ ଥିଲା ପୋଲିସକୁ ଭୁଆଁ ବୁଲାଇବା ପାଇଁ ଚେଷ୍ଟା କରାଯାଇଛି। ଏହି ଏସୟୁଭିର ବନେଟ୍‌କୁ ମଧ୍ୟ ବଦଳାଯାଇଥିଲା। ତା’ପରେ ପୋଲିସ ପ୍ରକୃତ ନମ୍ବର ଓ ଗାଡ଼ି ମାଲିକଙ୍କୁ ଖୋଜିବା ଆରମ୍ଭ କଲା। ତଦନ୍ତ ଟିମ୍‌କୁ ସନ୍ଦେହ ଥିଲା ଯେ ଏହି ହତ୍ୟାକାଣ୍ଡ ସହ ଧଳା ରଙ୍ଗର ଏସୟୁଭିର ସମ୍ପର୍କ ନିଶ୍ଚିତ ରହିଛି। ପୋଲିସ ସେହି ଅଞ୍ଚଳରେ ଫୁଟେଜ ଖୋଜି ଜାଣିବାକୁ ପାଇଲା ଯେ ଏସୟୁଭି ଉର୍ଡିଗେରେ ଗାଁର ସତୀଶ ନାମକ ଜଣେ କୃଷକର।

ତା’ପରେ ପୋଲିସ ସତୀଶର ଫୋନ ରେକର୍ଡ ଯାଞ୍ଚ କଲା, ଯେଉଁଥିରେ ଜଣାପଡ଼ିଲା ଯେ ୩ ଅଗଷ୍ଟ ଅପରାହ୍ନରୁ ତାଙ୍କ ଫୋନ ସ୍ୱିଚ୍ ଅଫ୍ ଥିଲା। ସେହି ଦିନ ଲକ୍ଷ୍ମୀଦେବମ୍ମା ମଧ୍ୟ ନିଖୋଜ ହୋଇଥିଲେ। ଏହି ସମୟରେ ସ୍ଥାନୀୟ ଲୋକେ କହିଥିଲେ ଯେ ସେମାନେ ୩ ଓ ୪ ଅଗଷ୍ଟରେ ସତୀଶର କ୍ଷେତରେ ଧଳା ରଙ୍ଗର ଏସୟୁଭି ଦେଖିଥିଲେ। ଏହା ସତୀଶଙ୍କୁ ଥାନାକୁ ଡକାଇବା ପାଇଁ ଯଥେଷ୍ଟ ଥିଲା, କିନ୍ତୁ ସେ ଚିକ୍କମଗଲୁରୁରେ ଥିଲା। ପୋଲିସର ଏକ ଟିମ୍ ବେସରକାରୀ ଗାଡ଼ିରେ ଯାଇ ତା ସାଙ୍ଗ କିରଣ ସହ ତାକୁ ଏକ ମନ୍ଦିରରେ ଧରିଥିଲେ। ଦୁହେଁ ନିଜକୁ ନିର୍ଦ୍ଦୋଷ କହି ପୋଲିସକୁ ଭୁଲାଇବାକୁ ଚେଷ୍ଟା କରୁଥିଲେ।

Advertisment

ଏହି ସମୟରେ ଏସୟୁଭି ମାଲିକଙ୍କ ବିଷୟରେ ତଥ୍ୟ ସଂଗ୍ରହ କରୁଥିବା ଅନ୍ୟ ଟିମ୍ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସହ ସାମ୍ନାକୁ ଆସିଥିଲା। ଯେଉଁ ଧଳା ରଙ୍ଗର ଏସୟୁଭି ସତୀଶଙ୍କ ନାମରେ ରେଜିଷ୍ଟର୍ଡ ଥିଲା, ତାହା ଛଅ ମାସ ପୂର୍ବେ ଡେଣ୍ଟିଷ୍ଟ ଡକ୍ଟର ରାମଚନ୍ଦ୍ରୟା ଏସ୍‌ କିଣିଥିଲେ। ଡେଣ୍ଟିଷ୍ଟ ରାମଚନ୍ଦ୍ରୟା ହତ୍ୟା ହୋଇଥିବା ଲକ୍ଷ୍ମୀଦେବମ୍ମାଙ୍କ ଜ୍ୱାଇଁ ଥିଲେ। ପୋଲିସକୁ ଅନୁମାନ ହେଲା ଯେ ଏହି ହତ୍ୟା ଦୀର୍ଘ ଯୋଜନାର ଫଳ। ଫୋରେନସିକ ତଦନ୍ତରେ ଆଉ ଏକ ସତ୍ୟ ସାମ୍ନାକୁ ଆସିଥିଲା ଯେ ମହିଳାଙ୍କ ଶରୀରର ଖଣ୍ଡଗୁଡ଼ିକ ପେସାଦାରୀ ଢଙ୍ଗରେ କରାଯାଇଥିଲା। ଜ୍ୱାଇଁ ରାମଚନ୍ଦ୍ରୟା ଉପରେ ସନ୍ଦେହ ବଢ଼ିଥିଲା ।

ପୋଲିସ ରାମଚନ୍ଦ୍ରୟାଙ୍କୁ ପଚରାଉଚରା ପାଇଁ ଥାନାକୁ ଡକାଇଥିଲା, ଯେଉଁଠାରେ ତାଙ୍କୁ ଆଶ୍ଚର୍ଯ୍ୟ କରାଇ ସତୀଶ ଓ କିରଣଙ୍କୁ ତାଙ୍କ ସାମ୍ନାରେ ବସାଇ ପ୍ରଶ୍ନ ପଚାରିବା ଆରମ୍ଭ କରିଥିଲେ। ସତୀଶ ସତ୍ୟ ଲୁଚାଇ ପାରିଲା ନାହିଁ ଏବଂ ସବୁ କଥା କହି ଦେଲା। ତା’ପରେ ରାମଚନ୍ଦ୍ରୟା ମଧ୍ୟ ସତ୍ କହିଲା। ସେ କହିଲା ଯେ ୩ ଅଗଷ୍ଟରେ ସେ ତା ଶାଶୂ ଲକ୍ଷ୍ମୀଦେବମ୍ମାଙ୍କୁ ଘରେ ଛାଡ଼ିବା ବାହାନାରେ ଏସୟୁଭିରେ ଲିଫ୍ଟ ଦେଇଥିଲେ। ଏହି ଗାଡ଼ିରେ ପୂର୍ବରୁ କିରଣ ଓ ସତୀଶ ବସିଥିଲେ। ରାମଚନ୍ଦ୍ରୟା ସେମାନଙ୍କୁ ୪ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲା ଏବଂ ଆଗୁଆ ୫୦ ହଜାର ଟଙ୍କା ଦେଇଥିଲା। ଗାଡ଼ିରେ ବସିବା ମାତ୍ରେ ସତୀଶ ଓ କିରଣ ଲକ୍ଷ୍ମୀଦେବମ୍ମାଙ୍କ ଗଳା ଚିପି ଦେଇଥିଲେ। ହତ୍ୟା ପରେ ଶବକୁ ସତୀଶର ଫାର୍ମହାଉସ କୋଲାଲାକୁ ନେଇ ଯାଇଥିଲେ। ୨୪ ଘଣ୍ଟା ପରେ ସେମାନେ ଶବକୁ ଖଣ୍ଡ କରି ଅଲଗା ଅଲଗା ସ୍ଥାନରେ ଫିଙ୍ଗି ଦେଇଥିଲେ।

ପୋଲିସ କହିଛି ଯେ ଡକ୍ଟର ରାମଚନ୍ଦ୍ରୟା ତା ଶାଶୂଙ୍କ ଉପରେ ବିରକ୍ତ ହେଉଥିଲା। ତାକୁ ସନ୍ଦେହ ଥିଲା ଯେ ଲକ୍ଷ୍ମୀଦେବମ୍ମା ତା ଘରେ ହସ୍ତକ୍ଷେପ କରୁଛନ୍ତି। ସେ ଅଭିଯୋଗ କରିଥିଲା ଯେ ସେ ତାଙ୍କ ଝିଅ ତେଜସ୍ୱିନୀଙ୍କୁ ଭୁଲ କାମ କରିବାକୁ ଚାପ ଦେଉଥିଲେ। ତେଜସ୍ୱିନୀ ଏହି ଡେଣ୍ଟିଷ୍ଟ ରାମଚନ୍ଦ୍ରୟାଙ୍କ ଦ୍ୱିତୀୟ ପତ୍ନୀ ଥିଲେ ଏବଂ ତା ଠାରୁ ବୟସରେ ପ୍ରାୟ ୨୦ ବର୍ଷ ସାନ ଥିଲେ। ସେମାନଙ୍କର ଏକ ତିନି ବର୍ଷର ପିଲା ମଧ୍ୟ ଅଛି। ଏହି ଡାକ୍ତରକୁ ଭୟ ଥିଲା ଯେ ଲକ୍ଷ୍ମୀଦେବମ୍ମା ତାଙ୍କ ପରିବାରକୁ ନଷ୍ଟ କରି ଦେବେ, ତେଣୁ ସେ ଛଅ ମାସ ପୂର୍ବେ ହତ୍ୟା ପାଇଁ ନିଷ୍ପତ୍ତି ନେଇ ଷଡ଼ଯନ୍ତ୍ର ରଚିଥିଲା। ଯୋଜନା ଅନୁଯାୟୀ ସେ ସତୀଶ ନାମରେ ଏକ ଧଳା ଏସୟୁଭି କିଣିଥିଲା ଯାହା ଦ୍ୱାରା କାହାରିକୁ ସନ୍ଦେହ ହେବନାହିଁ । ସେ ଷଡ଼ଯନ୍ତ୍ର ରଚିବା ପରେ ଅତି ଚତୁରତାର ସହ ହତ୍ୟା କରି ଲୁଚାଇଦେବାକୁ ଚେଷ୍ଟା କରିଥିଲା । କିନ୍ତୁ ଏବେ ସବୁ ଧରାପଡିଯାଇଛି ।

ଅଧିକ ପଢ଼ନ୍ତୁ: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୬ ସଦସ୍ୟ ଗିରଫ, ରାଜସ୍ଥାନରୁ ଧରାହେବା ପରେ ନିଆଗଲା ପଞ୍ଜାବ

Murder Karnataka Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ