Advertisment

‘ତାଜ୍‌ ହୋଟେଲ ଉଡ଼ାଇଦେବେ ୨ ପାକିସ୍ତାନୀ’...ପୋଲିସ୍‌ ପାଖକୁ ଆସିଲା ଧମକପୂର୍ଣ୍ଣ କଲ୍‌

ମୁମ୍ବାଇ ସହର ଭିତରେ ପଶି ୨ ଜଣ ପାକିସ୍ତାନ ନାଗରିକ ସହରର ଲ୍ୟାଣ୍ଡ୍‌ମାର୍କ ହୋଟେଲ କୁହାଯାଉଥିବା ତାଜ୍‌ ହୋଟେଲ ଉଡ଼ାଇ ଦେବେ। ଏଭଳି ଏକ ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସିବା ପରେ ପୋଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଛି।

ଅଦ୍ୟତନ ହୋଇଛି
Mumbai police receives threat call

Mumbai police receives threat call that Two Pakistanis will blow up Taj Hotel

Advertisment

ମୁମ୍ବାଇ ସହର ଭିତରେ ପଶି ୨ ଜଣ ପାକିସ୍ତାନ ନାଗରିକ ସହରର ଲ୍ୟାଣ୍ଡ୍‌ମାର୍କ ହୋଟେଲ କୁହାଯାଉଥିବା ତାଜ୍‌ ହୋଟେଲ ଉଡ଼ାଇ ଦେବେ। ଗୁରୁବାର ଦିନ ମୁମ୍ବାଇ ପୋଲିସ୍‌କୁ ଏଭଳି ଏକ ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସିବା ପରେ ଛାନ୍‌ଭିନ୍‌ ଆରମ୍ଭ ହୋଇଛି। 

Advertisment

ମୁମ୍ବାଇ ପୋଲିସ୍‌ର ମୁଖ୍ୟ କଣ୍ଟ୍ରୋଲ ରୁମ୍‌କୁ ଏହି ଅଜଣା କଲ୍‌ ଆସିଥିଲା। ଅପର ପାର୍ଶ୍ୱ କଲ୍‌ରେ ଥିବା ବ୍ୟକ୍ତି ଜଣକ ଦାବି କରିଥିଲେ ଯେ, ସମୁଦ୍ର ଦେଇ ପାକିସ୍ତାନର ୨ ଜଣ ବ୍ୟକ୍ତି ଭାରତକୁ ପ୍ରବେଶ କରି ତାଜ୍‌ ହୋଟେଲ ଉଡ଼ାଇ ଦେବେ। ପୋଲିସ୍‌ ସୂଚନା ଅନୁସାରେ, ସମ୍ପୃକ୍ତ ବ୍ୟକ୍ତି ତାଙ୍କ ନାଁ ମୁକେଶ ସିଂ ବୋଲି କହିଥିଲେ।

ତେବେ ତଦନ୍ତରୁ ଜଣାପଡ଼ିଥିଲା, ଉକ୍ତ ବ୍ୟକ୍ତିଙ୍କ ପ୍ରକୃତ ନାଁ ଜଗଦମ୍ବା ପ୍ରସାଦ ସିଂ(୩୫)। ଉତ୍ତରପ୍ରଦେଶର ଗୋଣ୍ଡାରେ ତାଙ୍କ ଘର ହୋଇଥିବା ବେଳେ ସେ ସାନ୍ତାକ୍ରଜ୍‌ରେ ରହୁଛନ୍ତି। ଏହି ଫୋନ୍‌ କଲ୍‌ ପରେ ପୋଲିସ୍‌ ଖୋଳତାଡ଼ ଆରମ୍ଭ କରିଛି। 

Advertisment

ସୂଚନାଥାଉ କି, ୨୦୦୮ ମସିହାରେ ତାଜ୍‌ ହୋଟେଲ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଘଟଣା ଦେଶବାସୀଙ୍କ ମନରୁ ଲିଭୁ ନ ଥିବା ବେଳେ ବାରମ୍ବାର ଆସୁଥିବା ଏପରି କଲ୍‌ ପୋଲିସ୍‌ ପାଇଁ ଚିନ୍ତା ବଢ଼ାଇଛି।

Threat Call
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ