Advertisment

ରାମ୍ ରାମ୍... ଏମିତି ନକଲି କାରବାର, ସାଂସଦଙ୍କୁ ବି ଛାଡ଼ିଲେନି

ନକଲି ହୋଇଛି ସାଂସଦଙ୍କ ଲେଟରପ୍ୟାଡ..ନକଲି ଚିଠିରେ ହୋଇଛି ଅସଲି ଆଡମିସନ

ଅଦ୍ୟତନ ହୋଇଛି
BJD MP’s letter pad ‘forged’ to seek admission

BJD MP’s letter pad ‘forged’ to seek admission

Advertisment

ବଲାଙ୍ଗିରେ ପୁଣି ଚର୍ଚ୍ଚାରେ ନକଲି କାରବାର। ତେବେ ନକଲି ସାର୍ଟିଫିକେଟ କି ନକଲି ଜିନ୍ସପ୍ୟାଣ୍ଟ ନୁହେଁ, ଏଥର ନକଲି ହେଉଛି ସାଂସଦଙ୍କ ଲେଟରପ୍ୟାଡ। ଅସଲି କାମ ଲାଗି ବ୍ୟବହାର ହୋଇଛି ନକଲି ଲେଟରପ୍ୟାଡ। ନକଲି ଚିଠିରେ ହୋଇଛି ଅସଲି ଆଡମିସନ। ହେଲେ ଜିଲ୍ଳା ଶିକ୍ଷା ଅଧିକାରୀ ଏହା ଜାଣିପାରିଲେନି କେମିତି, ତାକୁ ନେଇ ଉଠିଛି ପ୍ରଶ୍ନ। ସେପଟେ ସାଂସଦ କହିଛନ୍ତି ତଦନ୍ତ କରି କଡା କାର୍ଯ୍ୟାନୁଷ୍ଠାନ ଲାଗି ସୁପାରିଶ କରିବେ। ....

Advertisment

ବଲାଙ୍ଗିର ବିଜେଡି ରାଜ୍ୟସଭା ସାଂସଦ ନିରଂଜନ ବିଶିଙ୍କ ଲେଟରପ୍ୟାଡରେ ହୋଇଛି ନକଲି କାରବାର୍। ନକଲି ଲେଖାରେ ଅସଲି ଫାଇଦା ପାଇଛନ୍ତି ହିତାଧିକାରୀ । ଓଡିଶା ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇବା ଲାଗି MPଙ୍କୁ ଅନୁରୋଧ କରିଥିଲେ ବିପିନ କୁଶଲିଆ ନାମକ ଜଣେ ବ୍ୟକ୍ତି ନିଜ ଝିଅ ଶ୍ୟାମା କୁଶଲିଆଙ୍କ ଲାଗି । ହେଲେ ଶେଷରେ ତାଙ୍କ ବଦଳରେ ନାମ ଲେଖାଇବାକୁ ସୁଯୋଗ ମିଳିଥିଲା ପାଟନାଗଡ଼ର ରୋନକ କୁମାର ପାତ୍ରଙ୍କୁ । ଏଥିରେ ସନ୍ଦେହ କରି RTIରେ ତଥ୍ୟ ମଗାଇଥିଲେ ବିପିନ।

ଆଉ ଜଣାପଡିଥିଲା MPଙ୍କ ଲେଟରପ୍ୟାଡକୁ ନକଲି କରି ରୋନକ ପାତ୍ରଙ୍କ ନାଁରେ ଚିଠି କରାଯାଇଛି। ହେଲେ ଚିଠିରେ ନା MPଙ୍କ ସିଗନେଚର୍ ଅଛି ନା ପଡିଛି ତାରିଖ। ପ୍ରଶ୍ନ ଉଠୁଛି ଜିଲ୍ଳା ଶିକ୍ଷା ଅଧିକାରୀ ଏହା ଜାଣିପାରିଲେନି କେମିତି। ଏନେଇ ଜିଲ୍ଳା ଶିକ୍ଷା ଅଧିକାରୀ ଧ୍ରୁବଚରଣ ବେହେରାଙ୍କୁ ପଚାରିବାରୁ ଦେଖନ୍ତୁ ସେ କିଭଳି ମୁହଁ ମୋଡି ପଳାଉଛନ୍ତି।

Advertisment

ଜିଲ୍ଳା ଶିକ୍ଷା ଅଧିକାରୀଙ୍କ ଚିଠିରେ ରୋନକ କୁମାର ପାତ୍ର ଏବଂ ଶ୍ୟାମା କୁଶଲିଆଙ୍କ ସମେତ ୮ ଜଣଙ୍କ ନାଁ ରହିଛି। ଏଥିରୁ ଜିଲ୍ଳା ଶିକ୍ଷା ଅଧିକାରୀ ଜଣଙ୍କ ନାଁ ସୁପାରିଶ ଲାଗି ଚିଠି ଦେଇଥିଲେ। ଆଉ ଚିଠିର ଉତ୍ତରରେ ସାଂସଦ ଶ୍ୟାମା କୁଶଲିଆଙ୍କ ନାଁ ସୁପାରିଶ କରିଥିଲେ। ହେଲେ ସାଂସଦଙ୍କ ପ୍ୟାଡକୁ ଫଟୋକପି କରି ରୋନକ ପାତ୍ରଙ୍କ ନାଁକୁ ସୁପାରିଶ କରାଯାଇଥିବା ଅଭିଯୋଗ ହୋଇଛି।

ଏନେଇ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାକୁ ସଂଗୀନ ଅପରାଧ ବୋଲି କହି ତଦନ୍ତ କରି କଡା କାର୍ଯ୍ୟାନୁଷ୍ଠାନ ଲାଗି ସୁପାରିଶ କରବେ ବୋଲି କହିଛନ୍ତି ସାଂସଦ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ