Advertisment

୪ ଛୁଆଙ୍କୁ ଲୁହା ଡ୍ରମ୍‌ରେ ଭର୍ତ୍ତି କରି ଜୀବନ ନେଲେ, ପରେ ଫାଶୀ ଲଗାଇ ନିଜେ ଆତ୍ମହତ୍ୟା କଲେ...

୪ ଛୁଆଙ୍କୁ ମାରି ଫାଶୀ ଲଗାଇ ନିଜେ ଆତ୍ମହତ୍ୟା କଲେ ମହିଳା। ସମ୍ପୃକ୍ତ ମହିଳା ନିଜର ୪ ଛୁଆଙ୍କୁ ଲୁହା ଡ୍ରମ୍‌ ଭର୍ତ୍ତି କରି ସେମାନଙ୍କର ଜୀବନ ନେଇଥିଲେ। ଏହାପରେ ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ।

mother hanged after killing four children in rajastha

mother hanged after killing four children in rajastha

Advertisment

୪ ଛୁଆଙ୍କୁ ମାରି ଫାଶୀ ଲଗାଇ ନିଜେ ଆତ୍ମହତ୍ୟା କଲେ ମହିଳା। ସମ୍ପୃକ୍ତ ମହିଳା ନିଜର ୪ ଛୁଆଙ୍କୁ ଲୁହା ଡ୍ରମ୍‌ ଭର୍ତ୍ତି କରି ସେମାନଙ୍କର ଜୀବନ ନେଇଥିଲେ। ଏହାପରେ ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ରାଜସ୍ଥାନର ବାଡମେର୍‌ରେ ଏହି ଅଭାବନୀୟ ଘଟଣା ଘଟିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ୫ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି।

Advertisment

ମିଳିଥିବା ସୂଚନା ଅନୁସାରେ, ବାଡମେର୍‌ ଜିଲ୍ଲା ମଣ୍ଡଳି ଥାନା ଅନ୍ତର୍ଗତ ବାନିଆୱାସ୍‌ ଗାଁର ଜେଠରାମ୍‌ଙ୍କ ପତ୍ନୀ ଉର୍ମିଳା ୪ ଛୁଆଙ୍କ ସହ ଘରେ ଏକାକୀ ଥିଲେ। ଜେଠରାମ୍‌ କାମ କରିବା ପାଇଁ ଯୋଧପୁର ଯାଇଥିଲେ। ତେବେ ଶନିବାର ଅପରାହ୍ଣରେ ଉର୍ମିଳା ୩ ଝିଅ ଓ ପୁଅଙ୍କୁ ଏକ ଲୁହା ଡ୍ରମ୍‌ ଭିତରେ ଭର୍ତ୍ତି କରି ଏହାକୁ ବନ୍ଦ କରି ଦେଇଥିଲେ। ଫଳରେ ୪ ଛୁଆଙ୍କ ମୃତ୍ୟୁ ହୋଇଥିଲା। ମୃତକ ହେଲେ- ଉର୍ମିଳାଙ୍କ ୮ ବର୍ଷୀୟା ଝିଅ ଭାବନା, ୫ ବର୍ଷୀୟ ପୁଅ ବିକ୍ରମ, ୩ ବର୍ଷୀୟା ଝିଅ ବିମଳା ଓ ୨ ବର୍ଷୀୟା ଝିଅ ମନୀଷା। ଶ୍ୱାସରୁଦ୍ଧ ଯୋଗୁ ଏମାନଙ୍କର ମୃତ୍ୟୁ ହୋଇଛି। 

୪ ଛୁଆଙ୍କ ଜୀବନ ନେବା ପରେ ଉର୍ମିଳା ଚାଳ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ପଡ଼ୋଶୀମାନେ ଉର୍ମିଳା ଦେଖିବାକୁ ନପାଇବାରୁ ତାଙ୍କ ଘରେ ଯାଇ ପହଞ୍ଚିଥିଲେ। ସେଠାରେ ପହଞ୍ଚି ଝୁଲନ୍ତା ଅବସ୍ଥାରେ ତାଙ୍କୁ ଦେଖିବାକୁ ପାଇଥିଲେ। ଅନ୍ୟପକ୍ଷେ, ୪ ଛୁଆଙ୍କ ମୃତଦେହ ଡ୍ରମ୍‌ ଭିତରୁ ମିଳିଥିଲା। ପୋଲିସ୍‌ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। 

Advertisment

କେଉଁ କାରଣ ପାଇଁ ମହିଳା ଜଣକ ଏପରି କାଣ୍ଡ ଘଟାଇଲେ, ତାହା ଜଣାପଡ଼ିନି। ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି। 

Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ