Advertisment

ଆଶ୍ରମ ଭିତରେ ରହୁଥିଲେ ସାଧୁ, ହେଲେ ଚାଲିଥିଲା ଅସାଧୁ କାମ...

ଆଶ୍ରମ ଭିତରେ ନାବାଳିକାକୁ ଯୌନ ନିର୍ଯାତନା ଓ ଦୁଷ୍କର୍ମ ! ଆଶ୍ରମରୁ ନିଖୋଜ ଥିବା ଜଣେ ନାବାଳିକା ପୋଲିସ୍‌ ନିକଟରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି।

ଅଦ୍ୟତନ ହୋଇଛି
Minor Girl Allegedly Rape Inside Ashram In Andhra Pradesh

Minor Girl Allegedly Rape Inside Ashram In Andhra Pradesh

Advertisment

ଆଶ୍ରମ ଭିତରେ ନାବାଳିକାକୁ ଯୌନ ନିର୍ଯାତନା ଓ ଦୁଷ୍କର୍ମ ! ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରେ ଏଭଳି ଲଜ୍ଜାକର ଘଟଣା ଘଟିଛି। ଆଶ୍ରମରୁ ନିଖୋଜ ଥିବା ଜଣେ ନାବାଳିକା ଦିଶା ପୋଲିସ୍‌ ନିକଟରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। ଲଗାତାର ଭାବେ ଆଶ୍ରମରେ ସାଧୁ ସ୍ୱାମୀ ପୂର୍ଣ୍ଣାନନ୍ଦ ଯୌନ ନିର୍ଯାତନା ଦେବା ସହ ଦୁଷ୍କର୍ମ କରୁଥିଲେ ବୋଲି ନାବାଳିକା ଜଣକ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ସାଧୁଙ୍କୁ ପୋଲିସ୍‌ ହେପାଜତକୁ ନେଇଛି।

Advertisment

କୁହାଯାଉଛି ଯେ, ୨୦୧୬ ମସିହାରୁ ସମ୍ପୃକ୍ତ ନାବାଳିକା ଆଶ୍ରମରେ ରହି ଆସୁଥିଲେ। ତେବେ ଜୁନ୍‌ ୧୩ରେ ସେ ନିଖୋଜ ହୋଇଯାଇଥିଲେ। ଜୁନ୍‌ ୧୫ରେ ସିସିଟିଭି ଫୁଟେଜ ଆଧାରରେ ପୋଲିସ୍‌ ମାମଲା ରୁଜୁ କରିଥିଲା। ସୂଚନା ଅନୁସାରେ, ୨୦୧୨ରେ ସ୍ୱାମୀ ପୂର୍ଣ୍ଣାନନ୍ଦଙ୍କ ବିରୋଧରେ ଅନ୍ୟ ଜଣେ ନାବାଳିକା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଦୁଷ୍କର୍ମ ମାମଲାର ବିଚାର ଚାଲିଥିବା ବେଳେ କିଭଳି ଭାବେ ଆଶ୍ରମରେ ଶିଶୁମାନେ ରହୁଥିଲେ, ସେନେଇ ସ୍ପଷ୍ଟ ହୋଇନାହିଁ। ଆଶ୍ରମରେ ୧୨ ଜଣ ଶିଶୁ ରହୁଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ଝିଅ। 

ସୂଚନାଥାଉ କି, ୬୪ ବର୍ଷୀୟ ଅବିବାହିତ ସାଧୁ ସ୍ୱାମୀ ପୂର୍ଣ୍ଣାନନ୍ଦ ଉଚ୍ଚ ଶିକ୍ଷିତ। ସେ ଡବଲ୍‌ ମାଷ୍ଟର ଡିଗ୍ରୀ କରିଛନ୍ତି। ବି.ଇଡି. ଓ ଲ’ରେ ପୂର୍ଣ୍ଣାନନ୍ଦ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ହେଲେ ତାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଅନେକ ଥର ଆସିଛି। ଖାଲି ଏତିକି ନୁହେଁ, ସ୍ୱାମୀ ପୂର୍ଣ୍ଣାନନ୍ଦଙ୍କ ବିରୋଧରେ ଜମି ବିବାଦ ମାମଲା ମଧ୍ୟ ରହିଛି। 

Advertisment
Minor Girl Raped
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ