Advertisment

ଫାଣ୍ଡିରେ ନାବାଳକକୁ ଥାର୍ଡ ଡିଗ୍ରୀ ! ନିର୍ଯାତନା ସହ ପାଇପ୍‌ରେ ମାଡ଼ ମାରିଲା ପୋଲିସ୍‌

ଫାଣ୍ଡିରେ ଥାର୍ଡ ଡିଗ୍ରୀ, ତା ପୁଣି ଜଣେ ନାବାଳକକୁ। ଚୋରି ଅଭିଯୋଗରେ ଜଣେ ନାବାଳକକୁ ୩ ଦିନ ଫାଣ୍ଡିରେ ରଖି ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Minor Boy Torture In Outpost

Minor Boy Torture In Outpost

Advertisment

ଫାଣ୍ଡିରେ ଥାର୍ଡ ଡିଗ୍ରୀ, ତା ପୁଣି ଜଣେ ନାବାଳକକୁ। ଚୋରି ଅଭିଯୋଗରେ ଜଣେ ନାବାଳକକୁ ୩ ଦିନ ଫାଣ୍ଡିରେ ରଖି ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। କଟକ SCB ମେଡିକାଲ୍‌ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆସିଛି।  

Advertisment

ସୂଚନା ଅନୁସାରେ, ମୋବାଇଲ ଚୋରି ଅଭିଯୋଗରେ ୧୨ ବର୍ଷର ଅଣ ଓଡ଼ିଆ ନାବାଳକକୁ ମେଡିକାଲ ଫାଣ୍ଡି ପୋଲିସ ଗତ ଶୁକ୍ରବାର ଦିନ ଧରିଥିଲା।ନାବାଳକକୁ ଫାଣ୍ଡିକୁ ଆଣି ମାଡ଼ ମରାଯିବା ସହ ହାଜତ ଭିତରେ ରଖି ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। 

ଖବର ପାଇ ଚାଇଲ୍ଡ ଲାଇନ ସଦସ୍ୟ ଫାଣ୍ଡିକୁ ଯାଇଥିଲେ। ସେଠାରେ ନାବାଳକକୁ ହାଜତ ଭିତରେ ରଖାଯାଇଥିବା ଦେଖି ତାଗିଦ୍ କରିବାରୁ ପୋଲିସ ତାକୁ ହାଜତ ବାହାରକୁ ଆଣିଥିଲା। ପୋଲିସ ନାବାଳକକୁ ପାଇପ୍‌ରେ ମାଡ଼ ମାରିଥିବା ନିଜେ ନାବାଳକ ଜଣକ ଅଭିଯୋଗ କରିଛନ୍ତି। ପୋଲିସ ସମ୍ପୃକ୍ତ ନାବାଳକକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଛି। ଆଜି ତାକୁ CWCରେ ହାଜର କରାଯିବ।

Advertisment

ପିଲାଟି ଯଦି ମାଡ଼ ମରାଯାଇଥିବା ବୟାନ ଦିଏ, ତେବେ ପୋଲିସ ବିରୋଧରେ ଥାନାରେ ଏତଲା ହେବ ଏବଂ ଡାକ୍ତରୀ ପରୀକ୍ଷା କରାଯିବ ବୋଲି ଚାଇଲ୍ଡ ଲାଇନ ସଦସ୍ୟ କହିଛନ୍ତି। 

Advertisment
Minor Boy Torture
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ