ନୂଆପଡାରେ ପୁଣି ମାତିଲେ ମାଓବାଦୀ । ପୋଲିସ ଇନଫରମର ସନ୍ଦେହରେ ଯୁବକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀ । ନୂଆପଡା ଜିଲ୍ଲା କୋମନା ଥାନା ସୁନାବେଡା ଅଭୟାରଣ୍ୟର ଢେକୁନପାନି ଗାଁରେ ଏହି ନୃଶଂସ କାଣ୍ଡ ଘଟାଇଛନ୍ତି ଲାଲ୍ବାହିନୀ । ଗତକାଲି ଗାଁର ଅନନ୍ତରାମ ରାଉତଙ୍କୁ ଘରୁ ଡାକି ନେଇ ହତ୍ୟା କରିଛନ୍ତି ମାଓବାଦୀ । ଏଥିସହ ଘଟଣାସ୍ଥଳରେ ମାଓ ପୋଷ୍ଟର ଛାଡିଛନ୍ତି । ସେହି ପୋଷ୍ଟରରେ ଏସ୍ଡିକେ ଏରିଆ କମିଟି ଲେଖାଯାଇଥିବାର ଦେଖିବାକୁ ମିଳିଛି ।
Also Read
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଏହାସହ ଘଟଣାର ତଦନ୍ତ କରୁଛି। ପୁଲିସ ଇନଫର୍ମର ସନ୍ଦେହରେ ନକ୍ସଲମାନେ ଯୁବକଙ୍କୁ ହତ୍ୟା କରିଥିବା ଜଣାଯାଇଛି।