Advertisment

ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇଲେ, ତା’ପରେ ଗଣଦୁଷ୍କର୍ମ...

ଭିଡିଓ ଦେଖିଲେ ହୃଦୟ ଥରି ଉଠିବ । ଏ ଲୋକ ଏତେ ଭୟଙ୍କର କିପରି ହୋଇପାରେ.. । ସମ୍ବେଦନଶୀଳ ହୋଇଥିବାରୁ ଭିଡିଓକୁ ଲେଖାରେ ସଂଯୋଗ କରିବା ଠିକ୍ ମନେ କରାଯାଉ ନାହିଁ ।

ଅଦ୍ୟତନ ହୋଇଛି
Manipur Horror

Manipur Horror

Advertisment

ମହିଳାଙ୍କ ସହ ବର୍ବରତା .. ମଣିଷ ସତରେ ଏମିତି ହିଂସ୍ର ପଶୁ ଠାରୁ ବି ହୀନ ହୋଇଯାଇପାରେ... ହିଂସାଗ୍ରସ୍ତ ମଣିପୁରରେ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ଚଲାଇ ଚଲାଇ ନେଲେ ଲୋକେ । ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦୁଇ ଜଣ ମହିଳାଙ୍କୁ କେତେକ ଲୋକ ଉଲଗ୍ନ ଅବସ୍ଥାରେ ରାସ୍ତାରେ ଚଲାଇ ଚଲାଇ ନେବା ସହ ଅଭଦ୍ର ଆଚରଣ କରୁଥିବା ଦେଖିବାକୁ ମିଳୁଛି ।

Advertisment

ତେବେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଛି । ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମଣିପୁର ପୋଲିସ ଘଟଣାକୁ ଗୁରୁତର ସହ ନେଇଛି । ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂ ମାମଲାର ପ୍ରାଥମିକତା ଭିତ୍ତିରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ମେ ମାସ ୪ ତାରିଖରେ ମଣିପୁର କାଙ୍ଗପୋକପି ଜିଲ୍ଲାରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେଇଥିଲେ । ଏପରିକି ଦୁଇ ମହିଳାଙ୍କୁ ପରେ ଗଣଦୁଷ୍କର୍ମ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ସେପଟେ ମଣିପୁର ଭିଡିଓ ଭାଇରାଲକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟ୍ୱିଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ଏହି ଭିଡିଓ ଭାଇରାଲ ହେବା ଦ୍ୱାରା ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଥିଲା ।

Advertisment

ITLF ପକ୍ଷରୁ ଜାରି ହେଲା ବିବୃତ୍ତି

ଆଦିବାସୀ ସଂଗଠନ ଇଣ୍ଡିଜିନସ୍‌ ଟ୍ରାଇବାଲ ଲିଡର ଫୋରମ୍ (ଆଇଟିଏଲଏଫ୍) ର ଏକ ବିବୃତ୍ତି ଅନୁଯାୟୀ, ଏହି ଘଟଣା ମେ ’୪ ରେ ରାଜ୍ୟ ରାଜଧାନୀ ଇମ୍ଫାଲଠାରୁ ପ୍ରାୟ ୩୪ କିଲୋମିଟର ଦୂରରେ ଥିବା କାଙ୍ଗପୋକପି ଜିଲ୍ଲାରେ ଘଟିଥିଲା । ଏହି ଘଟଣାର ଗୋଟିଏ ଦିନ ପୂର୍ବରୁ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା । ପୀଡ଼ିତ ମହିଳା ଦୁଇ ଜଣ କୁକି ଜନଜାତିର ହୋଇଥିବା ବେଳେ ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ବ୍ୟକ୍ତି ମେଇତି ସଂପ୍ରଦାୟର ବୋଲି ଜଣାଯାଇଛି ।

ତେବେ ପୀଡ଼ିତ ମହିଳାମାନେ ଛାଡ଼ିଦେବା ପାଇଁ କାନ୍ଦି କାନ୍ଦି ଗୁହାରି କରୁଥିଲେ । ହେଲେ ସମସ୍ତେ ଯେପରି ଦୃଶ୍ୟକୁ ଉପଭୋଗ କରୁଥିଲେ । ଦୁଇ ମହିଳାଙ୍କୁ କେହି ସାହାଯ୍ୟ କରିବାକୁ ଆଗେଇ ଆସୁ ନଥିଲେ। କିଛି ଲୋକ କ୍ରମାଗତ ଭାବରେ ଏହି ମହିଳାମାନଙ୍କୁ ଅସଦାଚରଣ କରୁଥିବା ଦେଖାଯାଉଛି ।  

Advertisment

ମଣିପୁରରେ ସଂରକ୍ଷଣକୁ ନେଇ ଦୁଇ ସମ୍ପ୍ରଦାୟ କୁକି ଓ ମେଇତି ମଧ୍ୟରେ ବିବାଦ ଉଗ୍ରରୂପ ନେଇଥିଲା । ଏଥିଯୋଗୁଁ ବ୍ୟାପକ ହିଂସା ହୋଇ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ..

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ