Manas Swain Murder case, Sharmista Rout arrested
କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ୱେବ୍ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇ ମଧ୍ୟ ଗିରଫ ହୋଇଛନ୍ତି। ଉଭୟଙ୍କୁ ଭଦ୍ରକ ଜିଲ୍ଲା ନଳାଙ୍ଗରୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଶର୍ମିଷ୍ଠା ଓ ଝୁନାଙ୍କୁ ଆଜି ଚାନ୍ଦବାଲି JMFC କୋର୍ଟରେ ହାଜର କରାଯିବା ସହ ଉଭୟଙ୍କୁ ୧୦ ଦିନ ରିମାଣ୍ଡରେ ନେବାକୁ ଆବେଦନ ହେବ। ଅନ୍ୟ ୫ ଅଭିଯୁକ୍ତଙ୍କ ସହ ୧୦ ଦିନ ରିମାଣ୍ଡ ପାଇଁ ଆବେଦନ ହେବ ବୋଲି ଜଣାପଡ଼ିଛି। ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ ଥିବା ପୂରା ଘଟଣା।
ମାନସ ହତ୍ୟାର ଟାଇମ୍ଲାଇନ୍...
- ଫେବୃଆରୀ ୫: ଭୁବନେଶ୍ୱର ଦେଇ ଚାନ୍ଦବାଲି ଯାଇଥିଲେ ମାନସ
- ଫେବୃଆରୀ ୬: ଚାନ୍ଦବାଲିରେ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମାନସ
- ଫେବୃଆରୀ ୭: ଭୋର୍ ସମୟରେ ମାନସଙ୍କୁ ଅପହରଣ କରାଯାଇଥିଲା
- ଶର୍ମିଷ୍ଠାଙ୍କ ସହ ୫ ଜଣ ମାନସଙ୍କୁ ଅପହରଣ କରିଥିଲେ
- ଅପହରଣ ପରେ ମାନସଙ୍କୁ ଭୁବନେଶ୍ୱର ଦୟାଲ ଆଶ୍ରମକୁ ଅଣାଯାଇଥିଲା
- ମାନସଙ୍କୁ ମାଡ଼ ମାରି ହତ୍ୟା କରାଯାଇଥିଲା
- ଫେବୃଆରୀ ୮: ନୟାଗଡ଼ ରଣପୁରରେ ମୃତଦେହ ପୋତିଥିଲେ
- ମାର୍ଚ୍ଚ ୧୨: ମାନସଙ୍କ ମୃତଦେହ ନୟାଗଡ଼ ରଣପୁର ଗୋଡ଼ିପୋଖରୀରୁ ମିଳିଥିଲା
- ମାର୍ଚ୍ଚ ୧୪: ମାନସଙ୍କ ପରିବାର ପକ୍ଷରୁ ଦିଆଯାଇଥିଲା ଏତଲା
- ମାର୍ଚ୍ଚ ୧୮: ରହସ୍ୟଜନକ ମେମୋରି ଚିପ୍କୁ ନେଇ ପୋଲିସ ତଦନ୍ତର ଗତିବିଧି।
- ମାର୍ଚ୍ଚ ୨୦: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୁହାରୀ କଲେ ମାଆ ଯମୁନା ସ୍ୱାଇଁ। ଏକମାତ୍ର ରୋଜଗାରିଆ ପୁଅ ଯିବା ପରେ ଆମେ ବଞ୍ଚିବୁ କେମିତି ? ଆମେ ଆପଣଙ୍କୁ ଭୋଟ୍ ଦେଇଛୁ, ଆପଣ ଆମକୁ ନ୍ୟାୟ ଦିଅନ୍ତୁ ବୋଲି କହିଲେ।
- ମାର୍ଚ୍ଚ ୨୧: ହତ୍ୟାକାଣ୍ଡ ପଛରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଲା। ଗିରଫ କରାଗଲା।
- ମାର୍ଚ୍ଚ ୨୨: ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଭାଇ ପରମେଶ୍ୱରଙ୍କୁ ଧରିଲା ପୋଲିସ
- ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କ ଏହି ହତ୍ୟା ମାମଲାରେ ସଂପୃକ୍ତି ରହିଥିବା ଖବର ଆସିଲା
- ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ଖାରଜ
- ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଭୁବନେଶ୍ୱର ଘରେ ରେଡ୍ ହେଲା । ଏୟାରଫିଲ୍ଡ ଥାନା ଅଞ୍ଚଳ ସ୍କାଏ ଟାୱାର ଆପାର୍ଟମେଣ୍ଟରେ ରେଡ୍ ହେଲା।
- ମାର୍ଚ୍ଚ ୨୩: ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍କାଏ ଟାୱାର ଆପାର୍ଟମେଣ୍ଟ ଗ୍ୟାରେଜରୁ ମିଳିଲା ଶର୍ମିଷ୍ଠାଙ୍କ କାର୍।
- ନିଜ କାର୍ରେ ନିଜେ ଡ୍ରାଇଭ୍ କରି ମାନସଙ୍କ ଶବ ନେଇଥିଲେ ଶର୍ମିଷ୍ଠା
- ମାର୍ଚ୍ଚ ୨୫ : ସାମ୍ନାକୁ ଆସିଲା ଘଟଣାକୁ ଶର୍ମିଷ୍ଠାଙ୍କ ମାଆଙ୍କ ପ୍ରତିକ୍ରିୟା। କହିଲେ ସେଇ ନିରଞ୍ଜନ ବୁଢା ସବୁ ନାଟର ଗୋବର୍ଦ୍ଧନ।
- ମାର୍ଚ୍ଚ ୨୮: ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ୱେବ୍ ଚ୍ୟାନେଲ୍ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ କ୍ରାଇମବ୍ରାଞ୍ଚ୍ ଓ ପୋଲିସ୍ର ମିଳିତ ଟିମ୍ ଗିରଫ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648460050.jpg)