ଚଳନ୍ତା ଅଟୋରେ ପ୍ରେମିକାର ତଣ୍ଟି କାଟିଦେଲା ପ୍ରେମିକ

ଚଳନ୍ତା ଅଟୋରେ ପ୍ରେମିକାର ତଣ୍ଟି କାଟିଦେଲା ପ୍ରେମିକ। ପ୍ରେମିକ। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବାପରେ ଏଥିରେ ଉତ୍‌କ୍ଷିପ୍ତ ହୋଇ ଯୁବକ ଜଣକ ପ୍ରେମିକାର ତଣ୍ଟି କାଟି ଦେଇଥିବା ଜଣାପଡ଼ିଛି।

ପ୍ରେମିକାର ତଣ୍ଟି କାଟିଦେଲା ପ୍ରେମିକ

ଚଳନ୍ତା ଅଟୋରେ ପ୍ରେମିକାର ତଣ୍ଟି କାଟିଦେଲା ପ୍ରେମିକ। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବାପରେ ଏଥିରେ ଉତ୍‌କ୍ଷିପ୍ତ ହୋଇ ଯୁବକ ଜଣକ ପ୍ରେମିକାର ତଣ୍ଟି କାଟି ଦେଇଥିବା ଜଣାପଡ଼ିଛି। ମୁମ୍ବାଇ ସାକିନାକା ଅଞ୍ଚଳର ଖଇରାନି ରୋଡ୍‌ରେ ଏହି ଘଟଣା ଘଟିଛି। ଏନେଇ ଗତକାଲି ପୋଲିସ୍‌ ସୂଚନା ଦେଇଛି। ମୃତକ ହେଲେ ସଂଘର୍ଷ ନଗର ଚାନ୍ଦିୱାଲି ଅଞ୍ଚଳର ପଞ୍ଚଶିଳା ଅଶୋକ ଜାମଦାର(୩୦)। ଅଭିଯୁକ୍ତର ନାଁ ଦୀପକ ବୋର୍‌ସ।

ସୂଚନା ଅନୁସାରେ, ଅଟୋରା ଯାତ୍ରା କରୁଥିବା ବେଳେ ପଞ୍ଚଶିଳା ଓ ଦୀପକଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। କଥା ଏତେବାଟ ଯାଇଥିଲା ଯେ, ଧାରୁଆ ଅସ୍ତ୍ରରେ ଦୀପକ ପଞ୍ଚଶିଳାଙ୍କ ତଣ୍ଟି କାଟି ଦେଇଥିଲା। ଏହାପରେ ଘଟଣାସ୍ଥଳରୁ ଫେରାର ମାରିଥିଲା। ପ୍ରେମିକର ଆକ୍ରମଣ ଶିକାର ହୋଇଥିବା ପଞ୍ଚଶିଳାଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। 

ପୋଲିସ୍‌ ଭୟରେ ଦୀପକ ଖସି ଯିବାକୁ ଚେଷ୍ଟା କରିଥିଲା। ଏପରିକି ସେ ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଥିଲା। ହେଲେ ପୋଲିସ୍‌ ତାକୁ କାବୁ କରି ହେପାଜତକୁ ନେଇଥିଲା। ଅନ୍ୟପକ୍ଷେ, ଘଟଣାକୁ ନେଇ ସାକିନାକା ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।