ବିବାହ ପ୍ରତିଶ୍ରୁତି ଦେଇ ଠକିଦେଲା ପ୍ରେମିକ, ସୋସିଆଲ ମିଡିଆରୁ ହୋଇଥିଲା ପ୍ରେମ 

ରାଜଧାନୀ ଭୁବନେଶ୍ୱରରେ ପୁଣି ଲଭ୍, ସେକ୍ସ ଓ ଧୋକା ଅଭିଯୋଗ । ବିବାହର ପ୍ରତିଶ୍ରୁତି ଦେଇ ଠକିଦେଲା ପ୍ରେମିକ ।

Man Sexually Assaults Woman

ରାଜଧାନୀ ଭୁବନେଶ୍ୱରରେ ପୁଣି ଲଭ୍, ସେକ୍ସ ଓ ଧୋକା ଅଭିଯୋଗ । ବିବାହର ପ୍ରତିଶ୍ରୁତି ଦେଇ ଠକିଦେଲା ପ୍ରେମିକ । ପ୍ରଥମେ ପ୍ରେମ ଓ ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ । କେବଳ ସେତିକି ନୁହେଁ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଦେଖାଇ ପ୍ରେମିକ ବ୍ଲାକମେଲ କରୁଥିବା ଅଭିଯୋଗ କରିଛନ୍ତି ଜଣେ ଯୁବତୀ । ମହିଳା ଥାନାରେ ଜଣେ ଯୁବତୀ ଏପରି ଅଭିଯୋଗ କରିଛନ୍ତି ।

ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ପ୍ରଥମେ ସୋସିଆଲ ମିଡିଆରୁ ପରିଚୟ ପରେ ଏହା ପ୍ରେମରେ ପରିଣତ ହୋଇଥିଲା । ପରେ ଦେଖା କରିବା ବାହାନାରେ ଓ ବିବାହ ନେଇ କଥା ହେବାକୁ ଘରକୁ ଡାକିଥିଲେ ଯୁବକ । ଯୁବକ ଜଣକ ଘରକୁ ଡାକି ଶାରୀରିକ ସଂପର୍କ ମଧ୍ୟ ରଖିଥିଲେ । ଆଉ ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟକୁ ମୋବାଇଲ କ୍ୟାମେରାରେ ସୁଟିଂ କରିନେଇଥିଲେ । ଆଉ ଏବେ ସେହି ଭିଡିଓ ଦ୍ୱାରା ପ୍ରେମିକ ବ୍ଲାକମେଲ କରୁଥିବା ଅଭିଯୋଗ କରିଛନ୍ତି ଯୁବତୀ । ଏନେଇ ମହିଳା ଥାନାରେ ଅଭିଯୋଗ କରିଥିବା କହିଛନ୍ତି ଯୁବତୀ ଜଣଙ୍କ ।

ପୂର୍ବରୁ ମଧ୍ୟ ରାଜଧାନୀରେ ଲଭ୍, ସେକ୍ସ, ଧୋକାର ଏକାଧିକ କାହାଣୀ ସାମ୍ନାକୁ ଆସିଛି । ପ୍ରେମିକକୁ ବିଶ୍ୱାସ କରି ପରେ ପ୍ରତାରଣାର ଶିକାର ହେବାପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଯୁବତୀ ।