Advertisment

୧୯ ବର୍ଷ ଧରି ସଜା କାଟୁଥିଲେ, ନିର୍ଦ୍ଦୋଷରେ ଖଲାସ କଲେ କୋର୍ଟ

ଟ୍ରିପଲ୍ ମର୍ଡର ମାମଲାରେ ପ୍ରାୟ ୧୯ ବର୍ଷ ଧରି ସଜା କାଟୁଥିବା ଜଣେ ବ୍ୟକ୍ତି ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ସମ୍ପୃକ୍ତ ବିରୋଧରେ କୌଣସି ତଥ୍ୟ, ପ୍ରମାଣ ମିଳିନାହିଁ।

ଅଦ୍ୟତନ ହୋଇଛି
Man Released From Jail

Man Released From Jail

Advertisment

ବାରିପଦା: ଟ୍ରିପଲ୍ ମର୍ଡର ମାମଲାରେ ପ୍ରାୟ ୧୯ ବର୍ଷ ଧରି ସଜା କାଟୁଥିବା ଜଣେ ବ୍ୟକ୍ତି ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ମୟୁରଭଞ୍ଜ ଜିଲ୍ଲା ଜଶିପୁର ଥାନା ଅନ୍ତର୍ଗତ ବଳରାମପୁର ଗାଁର ହାବିଲ୍‌ ସିନ୍ଧୁଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି ମୟୂରଭଞ୍ଜ ଜିଲ୍ଲା କୋର୍ଟ। ୧୧ ଜଣ ସାକ୍ଷୀ, ୩୨ଟି ତଦନ୍ତ ରିପୋର୍ଟକୁ ଅନୁଧ୍ୟାନ କରିବା ପରେ କୋର୍ଟ ଏହି ରାୟ ଶୁଣାଇଛନ୍ତି। 

Advertisment

ହାବିଲ୍‌ ସିନ୍ଧୁଙ୍କ ବିରୋଧରେ କୌଣସି ତଥ୍ୟ, ପ୍ରମାଣ ମିଳିନି। ଖାଲି ସେତିକି ନୁହେଁ, ୧୯ ବର୍ଷ ଧରି ଜେଲ୍‌ରେ ତାଙ୍କୁ ରଖା ଯାଇଥିବାରୁ ତଦନ୍ତକାରୀ ଅଧିକାରୀଙ୍କୁ କୋର୍ଟ ଭତ୍ସନା କରିଛନ୍ତି। ସୂଚନା ଅନୁସାରେ, ୨୦୦୩ ମସିହା ଜାନୁଆରୀ ୩ରେ ଦୁଇ ଜଣ ବ୍ୟକ୍ତି ଓ ଜଣେ ଶିଶୁକୁ ହତ୍ୟା କରାଯାଇଥିଲା। ଏହା ପଛରେ ଗୁଣି ଗାରେଡ଼ି ସନ୍ଦେହ କରି ମାମଲାର ତଦନ୍ତ ହୋଇଥିଲା।

ଏହି ମାମଲାରେ ହାବିଲ୍‌ଙ୍କୁ ଗିରଫ କରିବା ପରେ ୨୦୦୫ରେ ଆଜୀବନ ଦଣ୍ଡାଦେଶ ଶୁଣାଇଥିଲେ ଜିଲ୍ଲା ଓ ଦୌରା ଜଜ୍‌। ଏହି ରାୟକୁ ବିରୋଧ କରି ହାବିଲ୍ ହାଇକୋର୍ଟଙ୍କୁ ଯାଇଥିଲେ। ମାମଲାର ଗଭୀରତାକୁ ଅନୁଭବ କରି ହାଇକୋର୍ଟ ଆମିକ୍ୟୁସ୍‌ କ୍ୟୁରୀ ନିଯୁକ୍ତ କରିଥିଲେ। ଏହାର ତଦନ୍ତ ଜିଲ୍ଲା ଦୌରା ଜଜ୍‌ଙ୍କୁ ହସ୍ତାନ୍ତର କରାଯାଇଥିଲା। ତେବେ ହାବିଲ୍‌ ସିନ୍ଧୁଙ୍କ ବିରୋଧରେ କୌଣସି ତଥ୍ୟ, ପ୍ରମାଣ ମିଳିନଥିଲା। ଶେଷରେ ୧୯ ବର୍ଷ ଧରି ସଜା କାଟୁଥିବା ହାବିଲ୍‌  ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। 

Advertisment
Man Released From Jail
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ