ରାଜଧାନୀରେ ଚାଞ୍ଚଲ୍ୟ; ସ୍ତ୍ରୀକୁ ହାଣି ହତ୍ୟା ପରେ ୬ ବର୍ଷର ଝିଅର ତଣ୍ଟିକାଟିଲା ବାପା

ଭୁବନେଶ୍ୱର ଘାଟିକିଆରେ ସ୍ତ୍ରୀ ଓ ନିଜ ପିଲାଙ୍କୁ ହତ୍ୟା କଲା ସ୍ୱାମୀ...

Man kills wife over a family feud in Bhubaneswar Ghatikia area

ରାଜଧାନୀରେ ଚାଞ୍ଚଲ୍ୟ । ପାରିବାରିକ କଳହରୁ  ସ୍ତ୍ରୀକୁ ହାଣି ହତ୍ୟା କରିବା ପରେ ୬ ବର୍ଷର ଝିଅର ତଣ୍ଟି କାଟିଲା ବାପା। ମୃତକ ଜଣକ ସରସ୍ୱତୀ ଦାସ ଓ ତାଙ୍କର ଝିଅ ହୋଇଥିବା ଜଣାପଡିଛି । 

ସୂଚନା ଅନୁସାରେ, ଗତକାଲି ଘାଟିକିଆ ଅଂଚଳରେ ରହୁଥିବା ସଂଜିତ ଦାସ ତାଙ୍କ ସ୍ତ୍ରୀ ସରସ୍ୱତୀ ଦାସଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣରେ ସରସ୍ୱତୀଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ବର୍ଷର ଝିଅ ଗୁରୁତର ଆହତ ହୋଇଛି । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

ସେପଟେ ଭୁବନେଶ୍ୱର ଡିସିପି ଘଟଣାସ୍ଥଳକୁ ଯାଇ ହତ୍ୟାର କାରଣ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ମୃତ ସରସ୍ୱତୀ ନର୍ସ ଭାବେ କାମ କରୁଥିବା ବେଳେ ଅଭିଯୁକ୍ତ ସ୍ୱାମୀ ସଂଜିତ ଦାସଙ୍କ ନିୟମିତ ନିଶା ଅଭ୍ୟାସ ଥିବା ଡିସିପି ସୂଚନା ଦେଇଛନ୍ତି ।

ମୃତ ସରସ୍ୱତୀଙ୍କ ଏକ ୪ ଦିନର ଝିଅଟିଏ ମଧ୍ୟ ଅଛି  । ତେବେ କେଉଁ କାରଣ ପାଇଁ ହତ୍ୟାକାଣ୍ଡ ହୋଇଛି ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରି ନାହିଁ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି ।