Advertisment

ସୋସିଆଲ୍ ମିଡିଆରେ ରିଲ୍ସ କରୁଥିବାରୁ ପତ୍ନୀଙ୍କୁ ହତ୍ୟା କଲା ସ୍ୱାମୀ

ପତ୍ନୀଙ୍କ ରିଲ୍ସ କରିବା ସ୍ୱାମୀଙ୍କୁ ଆସିଲା ନାହିଁ ପସନ୍ଦ। ବାରମ୍ବାର ମନାକଲେ। ନ ଶୁଣିବାରୁ ଝଗଡା ହେଲା। କ୍ରୋଧ ଚରମ ସୀମାରେ ପହଞ୍ଚିବାରୁ ଗଳା ଚିପି ପତ୍ନୀଙ୍କୁ ମାରିଦେଲେ।

Man kills wife for spending too much time making social media reels

Man kills wife for spending too much time making social media reels

Advertisment

ତାମିଲନାଡୁର ତିରୁପୁର ଜିଲ୍ଲାରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ପତ୍ନୀ ରିଲ୍‌ କରୁଥିବାରୁ କ୍ରୋଧିତ ହୋଇ ସ୍ୱାମୀ ହତ୍ୟା କରିଛନ୍ତି। ରବିବାର ରାତିରେ ଏହି ଘଟଣା ଘଟିଛି। ଜଣେ ୩୮ ବର୍ଷ ବୟସ୍କ ବ୍ୟକ୍ତି ଶାଲ୍‌ରେ ନିଜ ପତ୍ନୀଙ୍କ ଗଳା ଚିପି କାଟି ହତ୍ୟା କରିଛନ୍ତି। ଘଟଣା ପରେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

Advertisment

ପୋଲିସ ସୂଚନାନୁସାରେ, ପତ୍ନୀ ସୋସିଆଲ ମିଡିଆରେ ରିଲ୍‌ ତିଆରି କରିବାରେ ବହୁ ସମୟ ବିତାଉଥିଲେ। ପତ୍ନୀଙ୍କ ଏହି ଅଭ୍ୟାସରେ ସ୍ୱାମୀ ଅତ୍ୟନ୍ତ ବିରକ୍ତ ହୋଇଯାଇଥିଲେ।

ଏକ ରିପୋର୍ଟ ଅନୁଯାୟୀ, ଡିଣ୍ଡୁଗଲର ୩୮ ବର୍ଷୀୟ ଅମୃତଲିଙ୍ଗମ୍ ଚିତ୍ରାଙ୍କୁ ବିବାହ କରିଥିଲେ ଏବଂ ସେମାନେ ତିରୁପୁରର ସେଲେମ ନଗରରେ ରହୁଥିଲେ। ଅମୃତଲିଙ୍ଗମ୍ ତେନ୍ନାମ୍ ପଲାୟମ୍ ପରିବା ମଢିରେ ଦିନ ମଜୁରିଆ ଭାବେ କାମ କରୁଥିଲେ।

Advertisment

ସେହିପରି ଚିତ୍ରା ମଧ୍ୟ ଏକ ପୋଷାକ କାରଖାନାରେ କାମ କରୁଥିଲେ। ଏହା ସହିତ ଟିକ୍‌ଟକ୍ ଏବଂ ଇନ୍‌ଷ୍ଟାଗ୍ରାମ୍‌ରେ ରିଲ୍ ପୋଷ୍ଟ କରିବାରେ ତାଙ୍କର ଅଭ୍ୟାସ ଥିଲା। ପତ୍ନୀଙ୍କ ଏହି ଅଭ୍ୟାସକୁ ନେଇ ଅମୃତଲିଙ୍ଗମ୍ ଚିତ୍ରାଙ୍କ ସହ ଝଗଡା କରୁଥିଲେ। ଅମୃତଲିଙ୍ଗମ୍‌ଙ୍କ ଅଭିଯୋଗ ଅନୁସାରେ ଚିତ୍ରା ସୋସିଆଲ ମିଡିଆରେ ଅଧିକ ସମୟ ବିତାଉଥିଲେ।

ରିଲ୍ସ୍ ପୋଷ୍ଟ କରିବା କାରଣରୁ ଚିତ୍ରା ସୋସିଆଲ ମିଡିଆରେ ହଜାର ହଜାର ଫଲୋର୍ସ ପାଇଥିଲେ। ଏହା ପରେ ସେ ଅଭିନୟରେ ନିଜର କ୍ୟାରିୟର କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ଦୁଇ ମାସ ପୂର୍ବରୁ ଚେନ୍ନାଇ ଯାଇଥିଲେ। ଏହି ସମୟରେ, ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ୩୩.୩K ଫଲୋର୍ସ ଥିଲେ। ଗତ ସପ୍ତାହରେ ସେ ନିଜ ଝିଅର ବିବାହ ଉତ୍ସବରେ ଯୋଗଦେବାକୁ ଘରକୁ ଆସିଥିଲେ। ବିବାହ ପରେ ଚିତ୍ରା ଚେନ୍ନାଇ ଯିବାକୁ ପ୍ରସ୍ତୁତ ହେଉଥିଲେ, କିନ୍ତୁ ଅମୃତଲିଙ୍ଗମ୍ ଚାହୁଁ ନ ଥିଲେ ସେ ଘର ଛାଡି ଅଭିନୟ କରିବାକୁ ଯାଆନ୍ତୁ ବୋଲି।

Advertisment

ଚିତ୍ରାଙ୍କ ରିଲ୍ ଅପଲୋଡ୍ କରିବାର ଅଭ୍ୟାସ ଏବଂ ଚଳଚ୍ଚିତ୍ରରେ ଅଭିନୟ କରିବାର ଇଚ୍ଛାକୁ ନେଇ ରବିବାର ରାତିରେ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ଏତେ ମାତ୍ରାରେ ବଢିଗଲା ଯେ ଅମୃତଲିଙ୍ଗମ୍ ତାଙ୍କ ଶାଲରେ ଚିତ୍ରାଙ୍କ ଗଳା ଚାପି ହତ୍ୟା କରିଥିଲେ। ଏହା ପରେ ସେ ଘର ଛାଡି ପଳେଇଥିଲେ।

ଏହାପରେ ଏ ଘଟଣା ବିଷୟରେ ଅମୃତଲିଙ୍ଗମ୍ ତାଙ୍କ ଝିଅକୁ ସବୁ କହିଥିଲେ। ଏହି ଖବର ପାଇ ଚିତ୍ରାଙ୍କ ଝିଅ ଘଟଣା ସଂପର୍କରେ ଜାଣିବା ପାଇଁ ଘରକୁ ଯାଇଥିଲେ। ସେଠାରେ ସେ ଚିତ୍ରାଙ୍କ ମୃତଦେହ ପାଇଥିଲେ। ଏହାପରେ ସେ ପୋଲିସ୍‌କୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ପରେ ଅମୃତଲିଙ୍ଗମ୍‌ଙ୍କୁ ପେରୁମାନଲୁରରୁ ଗିରଫ କରିଛି।

Murder Case Social Media Reels Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ