Advertisment

କୁନି ଝିଅ ମୁହଁରେ ମା’ ହତ୍ୟାର କାହାଣୀ- ‘ମୁଁ ସବୁ ଦେଖିଛି, ମୋ ବାପା ହିଁ ମା’କୁ ତଣ୍ଟି ଚିପି ମାରିଛି’

କିଏ ତା’ ମାଆକୁ ମାରିଛି, କେମତି ମାରିଛି ପୋଲିସ ଆଗରେ ଗୋଟି ଗୋଟି କରି ପ୍ରତି ମୂହୁର୍ତ୍ତର ଘଟଣା କହିଛି ଅଢେଇ ବର୍ଷର ଝିଅ।

Man Kills His Wife

Man Kills His Wife

Advertisment

କୁନି ଝିଅ ମୁହଁରେ ମା’ ହତ୍ୟାର କାହାଣୀ। ମୃତ୍ୟୁର ଅର୍ଥ କ’ଣ ବୁଝିନି, ହେଲେ ସେ ଯାହା ଦେଖିଛି ସବୁ କିଛି ବଖାଣୁଛି।  କିଏ ତା’ ମାଆକୁ ମାରିଛି, କେମତି ମାରିଛି ପୋଲିସ ଆଗରେ ଗୋଟି ଗୋଟି କରି ପ୍ରତି ମୂହୁର୍ତ୍ତର ଘଟଣା କହିଛି ଅଢେଇ ବର୍ଷର ଝିଅ। ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳ କାରାଗାଁରେ ଏହି ଘଟଣା ଘଟିଛି। ମୃତ ମହିଳା ହେଲେ କାରାଗାଁରେ ରହୁଥିବା ଲିପିକା ମଣ୍ଡଳ।

Advertisment

ସୂଚନା ଅନୁସାରେ, ଲିପିକାଙ୍କ ମୃତ୍ୟୁ ପରେ ତାଙ୍କର ଅଢେଇ ବର୍ଷର ଝିଅ ମା’ ହତ୍ୟାର କାହାଣୀ ପୋଲିସ୍‌ ଆଗରେ ବଖାଣିଛନ୍ତି। କେମିତି ତା’ର ମା’କୁ ତଣ୍ଟି ଚିପି ବାପା ମାରିଛି, କାନକୁ ମାରିବା ପରେ କେମିତି ଗଳାକୁ ଦବାଇ ହତ୍ୟା କରିଥିଲା ସବୁକିଛି କୁନି ଝିଅଟି ପୋଲିସ୍‌ ଆଗରେ ବଖାଣି ଥିଲା। ବାପା ହିଁ ମୋ ମା’ ଗଳାକୁ ଚିପି ହତ୍ୟା କରିଥିବା ଆନ୍ଧ୍ର ପୋଲିସ ଆଗରେ କୁନି ଝିଅ କହିଛି। 

ଲିପିକା ଓ ତାଙ୍କର ସ୍ୱାମୀ ମାଣିକ ଘୋଷ ରୋଜଗାର ଅଭାବରୁ ଆନ୍ଧ୍ରପ୍ରଦେଶର କାକିନାଡାରେ କାମ କରୁଥିଲେ। ୭ ବର୍ଷ ପୂର୍ବେ ଲିପିକା, ମାଣିକଙ୍କୁ ବିବାହ କରିଥିଲେ। ଉଭୟଙ୍କ ମଧ୍ୟରେ ପାରିବାରିକ ସମସ୍ୟାକୁ ନେଇ ଅନେକ ସମୟରେ କଳହ ଲାଗି ରହୁଥିଲା। ଏନେଇ ଉମରକୋଟ ଥାନାରେ ଏତଲା ମଧ୍ୟ ହୋଇଛି।  ଗତ ମେ’ ମାସରେ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ଏହାପରେ ଲିପିକା ବାପ ଘରକୁ ଚାଲିଯାଇଥିଲେ।

Advertisment

ଆପୋଷ ଆଲୋଚନା ପରେ ଲିପିକାଙ୍କୁ ସ୍ୱାମୀଙ୍କ ଘରେ ପରିବାର ଲୋକେ ନେଇ ଛାଡିଥିଲେ। ଏହାପରେ ଉଭୟ କାକିନାଡା ଚାଲିଯାଇଥିଲେ। ସେଠାରେ ମାଣିକ ପତ୍ନୀ ଲିପିକାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ଯାହାର ସାକ୍ଷୀ ପାଲଟିଛି ସେମାନଙ୍କର ଅଢେଇ ବର୍ଷର ଝିଅ। କୁନି ଝିଅର ବୟାନକୁ ନେଇ ଅଭିଯୁକ୍ତ ସ୍ୱାମୀ ମାଣିକ ଘୋଷକୁ ଗିରଫ କରିଛି। ତଦନ୍ତବେଳେ ମାଣିକ ସ୍ତ୍ରୀ ଲିପିକାଙ୍କୁ ହତ୍ୟା କରିଥିବା ପୋଲିସ ନିକଟରେ ସ୍ୱୀକାର କରିଥିବା ଜଣାପଡ଼ିଛି। ମୃତ ଲିପିକାଙ୍କ ମୃତଦେହକୁ କାକିନାଡାରୁ ନିଜ ଗାଁକୁ ପରିବାର ଲୋକେ ଆଣିଥିବା ଜଣାପଡ଼ିଛି।

Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ