Advertisment

ଚକୋଲେଟ୍‌, ଖେଳନା ପାଇଁ ଜିଦ୍‌ କରୁଥିଲା ଝିଅ...ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେଲା ବାପା

ଚକୋଲେଟ୍‌, ଖେଳନା ପାଇଁ  ଜିଦ୍‌ କରୁଥିଲା ଝିଅ। ସବୁବେଳେ ଝିଅର ଏଭଳି ଡିମାଣ୍ଡ୍‌କୁ ନେଇ ବିରକ୍ତ ହୋଇଯାଇଥିଲା ବାପା। ପରିସ୍ଥିତି ଏମିତି ହୋଇଥିଲା ଯେ, ୩୭ ବର୍ଷୀୟ ବ୍ୟକ୍ତି ଜଣକ ଝିଅର ଜୀବନ ନେବାକୁ ମଧ୍ୟ ପଛାଇଲେ ନାହିଁ।

man kills his minor daughter over her demands for chocolates and toys

man kills his minor daughter over her demands for chocolates and toys

Advertisment

ଚକୋଲେଟ୍‌, ଖେଳନା ପାଇଁ  ଜିଦ୍‌ କରୁଥିଲା ଝିଅ। ସବୁବେଳେ ଝିଅର ଏଭଳି ଡିମାଣ୍ଡ୍‌କୁ ନେଇ ବିରକ୍ତ ହୋଇଯାଇଥିଲା ବାପା। ପରିସ୍ଥିତି ଏମିତି ହୋଇଥିଲା ଯେ, ୩୭ ବର୍ଷୀୟ ବ୍ୟକ୍ତି ଜଣକ ଝିଅର ଜୀବନ ନେବାକୁ ମଧ୍ୟ ପଛାଇଲେ ନାହିଁ। ମଧ୍ୟପ୍ରଦେଶର ଇନ୍ଦୋରରେ ଏହି ହତ୍ୟାକାଣ୍ଡ ଘଟିଛି। ଜେରା ବେଳେ ବ୍ୟକ୍ତି ଜଣକ ନିଜ ଅପରାଧ ସ୍ୱୀକାର କରିଛନ୍ତି। ଘଟଣାକୁ ନେଇ ପୋଲିସ୍‌ କହିଛି, ସମ୍ପୃକ୍ତ ବ୍ୟକ୍ତି ନିଶା ସେବନ କରନ୍ତି। ହୁଏତ ନିଶାରେ ସେ ଏଭଳି କରିଥାଇପାରେ।

Advertisment

ଜେରା ବେଳେ, ଗିରଫ ଅଭିଯୁକ୍ତ ପୋଲିସ୍‌କୁ କହିଛି ଯେ, ଆର୍ଥିକ ଅବସ୍ଥା ଠିକ୍‌ ନଥିଲା। ଏଭଳି ସ୍ଥିତିରେ ସେ ଝିଅର ଚକୋଲେଟ୍‌ ଓ ଖେଳନା ଡିମାଣ୍ଡକୁ ପୂରଣ କରିବାରେ ଅସମର୍ଥ ଥିଲେ। ଫଳରେ ସେ ବିରକ୍ତ ହୋଇଯାଇଥିଲେ। ଅଭିଯୁକ୍ତ ଜଣକ ପୋଲିସ୍‌କୁ ଆହୁରି କହିଛି ଯେ, ଶନିବାର ରାତିରେ ସେ ଝିଅକୁ ହତ୍ୟା କରିଥିଲା। ସବୁଦିନ ପାଇଁ ଏଥିରୁ ମୁକ୍ତି ପାଇବା ପାଇଁ ସେ ଏଭଳି କରିଥିଲା। 

ଯୋଜନା ମୁତାବକ ସମ୍ପୃକ୍ତ ବ୍ୟକ୍ତି ଏକ ନିର୍ମାଣାଧୀନ ବିଲ୍‌ଡିଂରେ ଏହି ହତ୍ୟାକାଣ୍ଡ ଘଟାଇଥିଲା। ଝିଅକୁ ହତ୍ୟା କରିବା ପାଇଁ ସେ ବଡ଼ ବଡ଼ ପଥର ଓ ଟାଇଲ୍‌ ବ୍ୟବହାର କରିଥିଲା। ସୂଚନାଥାଉ କି, ଯୁବତୀଙ୍କ ମା’ ୩ ବର୍ଷ ପୂର୍ବେ ପରିବାର ଛାଡ଼ି ପଳାଇଥିଲେ। ଯିଏକି ଭିକ୍ଷାବୃତ୍ତି କରନ୍ତି। ଅନ୍ୟପକ୍ଷେ, ହତ୍ୟାକାଣ୍ଡକୁ ନେଇ ପୋଲିସ୍‌ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି। 

Advertisment
Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ