Advertisment

ଭିନ୍ନ ଜାତି କହି ବାହାଘର ପାଇଁ ମନା କଲେ ଘର ଲୋକ, ଜହ୍ଲାଦ ପ୍ରେମିକ କଲା ଏମିତି କାଣ୍ଡ...

କିଛି ଦିନ ପରେ ଆରମ୍ଭ ହେଲା ପ୍ରେମ, ତା’ପରେ କଥା ଗଲା ବିବାହ ଆଡ଼କୁ। କିନ୍ତୁ ପରିବାର ଲୋକ କହିଲେ ଭିନ୍ନ ଜାତିରେ ଆମେ ଝିଅକୁ ବାହା ଦେବୁ ନାହିଁ। ବାସ୍, ଏତିକି କଥା ଶୁଣିବା ପରେ ପ୍ରେମିକ ମୁଣ୍ଡ ଗରମ ହେଇଗଲା।

ଅଦ୍ୟତନ ହୋଇଛି
Man kills girlfriend for rejecting marriage proposal

Man kills girlfriend for rejecting marriage proposal

Advertisment

ଉଭୟ ଫାର୍ମା କଂପାନୀରେ କାମ କରୁଥିଲେ। କିଛି ଦିନ ପରେ ଆରମ୍ଭ ହେଲା ପ୍ରେମ, ତା’ପରେ କଥା ଗଲା ବିବାହ ଆଡ଼କୁ। କିନ୍ତୁ ପରିବାର ଲୋକ କହିଲେ ଭିନ୍ନ ଜାତିରେ ଆମେ ଝିଅକୁ ବାହା ଦେବୁ ନାହିଁ। ବାସ୍, ଏତିକି କଥା ଶୁଣିବା ପରେ ପ୍ରେମିକ ମୁଣ୍ଡ ଗରମ ହେଇଗଲା। ବିଚ୍ ରାସ୍ତା ଉପରେ ପ୍ରେମିକାକୁ ଏକ ଧାରୁଆ ଛୁରୀରେ ବାରମ୍ବାର ଭୁସିବାକୁ ଲାଗିଲା। ଥରେ କି ଦୁଇଥର ନୁହେଁ, ଲାଗ୍ ଲାଗ୍ ୧୬ ଥର ଭୁସିଲା।  ଏମିତି ଏକ ଘଟଣା ଘଟିଛି ବେଙ୍ଗାଲୁରୁର ମୁର୍ଗେସପଲ୍ଲୀ ଅଞ୍ଚଳରେ।

Advertisment

ଦିନାକର ଓ ଲୀଲା। ଉଭୟ ଫାର୍ମା କଂପାନୀରେ କାମ କରନ୍ତି। ଲୀଲା ବେଙ୍ଗାଲୁରୁରେ କାମ କରୁଥିବା ବେଳେ ଦିନାକର ଆନ୍ଧ୍ରପ୍ରଦେଶର ଏକ ଫାର୍ମା କଂପାନୀରେ କାମ କରୁଥିଲେ। ତେବେ କଂପାନୀ କାମରେ ଉଭୟ ମଝିରେ ମଝିରେ ଏକାଠି ହେଉଥିବା ବେଳେ ସେମାନଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଥିଲା। ସଂପର୍କ ଏତେ ନିବିଡ଼ ହେଇଗଲା ଯେ, ସେମାନେ ପ୍ରତି ମୁହୂର୍ତ୍ତରେ ସୋସିଆଲ୍ ମିଡିଆରେ ଯୋଡ଼ି ହେଇ ରହିଲେ। ପୁଅ ଘର ଲୋକ ଏକଥା ଜାଣି ପାରି ବିବାହ ପାଇଁ ପ୍ରସ୍ତାବ ଦେବା ପରେ ଘଟଣା ଭିନ୍ନ ମୋଡ଼ ନେଲା।

ହେଲେ ଝିଅ ଘର ଲୋକ ସିଧା ସିଧା ମନା କରିଦେଲେ, ଆମେ ଭିନ୍ନ ଜାତିରେ ଝିଅକୁ ବାହା ଦେବୁ ନାହିଁ। ଏକଥା ଶୁଣିବା ପରେ ଲୀଲା ପ୍ରେମିକ ଦିନାକରକୁ ଜଣେଇବା ପରେ ସେ ନଛୋଡ଼ବନ୍ଧା ରହିଲା। ତା’ର ଏକା ଜିଦ୍ ସେ ଯେମିତି ହେଲେ ଲୀଲାକୁ ବାହା ହେବ। କିନ୍ତୁ ଝିଅଘର ଲୋକ କୌଣସି ପରିସ୍ଥିତିରେ ବି ରାଜି ହେଉନଥିବା ଦେଖି ଦିନାକର ହଠାତ୍ ଦିନେ ଲୀଲାର ଅଫିସ୍‌ରେ ପହଞ୍ଚି ତାକୁ ବାହାରକୁ ଡାକିଲା। ଲୀଲା ଆସିବା ପରେ ଉଭୟ ରାସ୍ତା କଡ଼ରେ ଛିଡ଼ା ହୋଇ କଥା ହେବା ପରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ। 

Advertisment

ଲୀଲା ଘର ଲୋକଙ୍କ ସମର୍ଥନ ନେଇ ଯୁକ୍ତି କରିବାରୁ ଦିନାକର ପୂର୍ବରୁ ଆଣିଥିବା ଏକ ଧାରୁଆ ଛୁରୀରେ ଲୀଲାକୁ ବାରମ୍ବାର ଚୋଟ ମାରିବାକୁ ଲାଗିଲା। ଲାଗ୍ ଲାଗ୍ ୧୬ ଥର ଚୋଟ ମାରିବା ପରେ ଘଟଣାସ୍ଥଳରେ ଲୀଲାର ମୃତ୍ୟୁ ଘଟିଥିଲା। ହଠାତ୍ ଏଭଳି ଭୟଙ୍କର ଦୃଶ୍ୟ ଘଟିଥିବାରୁ କେହି କିଛି ବୁଝିପାରିନଥିଲେ। ଖବର ପାଇ ଭୀମନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।   

Murder Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ