Advertisment

ଜନ୍ମକଲା ବାପା ହେଲା ପର, ସ୍ୱେଚ୍ଛାସେବୀ ସଂଗଠନ କଲା ଶବସତ୍କାର

ବାପା ହେଲା ପର, ସ୍ୱେଚ୍ଛାସେବୀ ସଂଗଠନ ହେଲେ ନିଜର। ଝିଅର ଜୀବନ ଚାଲିଯିବା ପରେ ବାପା ସିନା ଜଙ୍ଗଲରେ ଫୋପାଡି ଦେଲା। ହେଲେ ସ୍ୱେଚ୍ଛାସେବୀ ସଂଗଠନ ଝିଅର ଶବକୁ ଉଦ୍ଧାର କରିଛନ୍ତି। ଖାଲି ଉଦ୍ଧାର କରିନାହାନ୍ତି ବରଂ ଆତ୍ମୀୟ ସ୍ୱଜନଙ୍କ ପରି ଶବ ସତ୍କାର ବି କରିଛନ୍ତି। ଯାହାକୁ ନେଇ ପୂରା ଅଂଚଳରେ ଏବେ ଚର୍ଚ୍ଚା ଲାଗି ରହିଛି।

ଅଦ୍ୟତନ ହୋଇଛି
Father Daughter

Father Daughter

Advertisment

ଅନ୍ଧ ବିଶ୍ୱାସର କରୁଣ ପରିଣତି । ସାହି ପଡିଶାର ବାସନ୍ଦ ଧମକକୁ ଡରି ନିଷ୍ଠୁର ହେଲା ବାପା । ଯେଉଁ ଝିଅକୁ କୋଳେଇ କାଖେଇ ବଡ଼ କରିଥିଲେ, ତା’ର ମୃତ ଦେହକୁ ନେଇ ଜଙ୍ଗଲ ଭିତରେ ଫିଙ୍ଗିଦେଲା...ଏମିତି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ସୋନପୁର ତରଭା ଅଂଚଳରୁ।

Advertisment

ବାପା ହେଲା ପର, ସ୍ୱେଚ୍ଛାସେବୀ ସଂଗଠନ ହେଲେ ନିଜର।  ଝିଅର ଜୀବନ ଚାଲିଯିବା ପରେ ବାପା ସିନା ଜଙ୍ଗଲରେ ଫୋପାଡି ଦେଲା। ହେଲେ ସ୍ୱେଚ୍ଛାସେବୀ ସଂଗଠନ ଝିଅର ଶବକୁ ଉଦ୍ଧାର କରିଛନ୍ତି। ଖାଲି ଉଦ୍ଧାର କରିନାହାନ୍ତି ବରଂ ଆତ୍ମୀୟ ସ୍ୱଜନଙ୍କ ପରି ଶବ ସତ୍କାର ବି କରିଛନ୍ତି। ଯାହାକୁ ନେଇ ପୂରା ଅଂଚଳରେ ଏବେ ଚର୍ଚ୍ଚା ଲାଗି ରହିଛି।

ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ବଡ଼ଜୋର ଗାଁର ରାଜେନ୍ଦ୍ର ଦୁଆରିଙ୍କ ଝିଅ ସଂଯୁକ୍ତା । ବୟସ ପ୍ରାୟ ୨୯ ହେବ । ହଠାତ୍‌ ସଂଯୁକ୍ତାଙ୍କ ପାଟିରେ ଘା’ ହୋଇଥିଲା। ଘା’ କଥା ପରିବାର ଲୋକ ଜାଣିବା ପରେ ମେଡିକାଲରେ ତାଙ୍କର ଚିକିତ୍ସା ବି କରାଇଲେ। ହେଲେ ରୋଗ ଭଲ ହେଲା ନାହିଁ ବରଂ ବଢିବାକୁ ଲାଗିଲା। ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ବଲାଙ୍ଗିରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ବି ସେ ଭଲ ହେଲେ ନାହିଁ?

Advertisment

ଘରୋଇ ଚିକିତ୍ସାଳୟ ହୋଇଥିବାରୁ ଅଧିକ ଟଙ୍କା ବି ଖର୍ଚ୍ଚ ହେଉଥିଲା। ତେଣୁ ଝିଅକୁ ଘରକୁ ଆଣି ଡାକ୍ତରୀ ଚିକିତ୍ସା ବଦଳରେ ଗୁଣିଗାରେଡିର ସାହାରା ନେଇଥିଲେ ପରିବାର ଲୋକ। କିନ୍ତୁ ସ୍ଥିତି ଯଥା ପୂର୍ବଂ ତଥା ପରଂ ରହିଲା। ଝିଅର କଷ୍ଟ ଦେଖି ସହିପାରୁନଥିଲେ ବାପା। ଶେଷରେ ଟଙ୍କା ଉଧାର କରି କଟକ ବଡମେଡିକାଲରେ ଚିକିତ୍ସା ପାଇଁ ବ୍ୟବସ୍ଥା କରୁଥିଲେ। ହେଲେ ଅସହ୍ୟ ଯନ୍ତ୍ରଣାରେ ଆଖି ବୁଜିଦେଲେ ସଂଯୁକ୍ତା। ଆଉ ଗାଁରେ ଅପପ୍ରଚାର ହୋଇଗଲା ସଂଯୁକ୍ତାଙ୍କ ଜୀବନ ଯାଇଛି ବସନ୍ତ ରୋଗରେ।

ଶବ ସତ୍କାର ପାଇଁ ଯେତେ ନେହୁରା ହେଲେ ବି ଗାଁ, ସାହି, ଭାଇ କେହି ଆସିଲେ ନାହିଁ। ତେଣୁ ବାଧ୍ୟ ହୋଇ ଗାଁ ଲୋକଙ୍କ କଥାରେ ଜଙ୍ଗଲରେ ଝିଅର ଶବକୁ ଫିଙ୍ଗିଦେଲେ ବାପା। ଖାଲି ଫିଙ୍ଗିଥିଲେ ତାହା ନୁହେଁ ବରଂ ଶବ ଉପରେ କାଠିକୁଟା ପକାଇ ଦେଇ ଆସିଥିଲେ। କିନ୍ତୁ ଏନେଇ ସ୍ୱେଚ୍ଛାସେବୀ ସଂଗଠନ ଖବର ପାଇଥିଲା। ଖାଲି ଖବର ପାଇଲା ତାହା ନୁହେଁ ବରଂ ଜଙ୍ଗଲରୁ ଯାଇ ଶବ ଉଦ୍ଧାର କରିବା ସହିତ ସତ୍କାର ବି କଲା। ଦର୍ଶକବନ୍ଧୁ ଯେଉଁଠି ଜନ୍ମକଲା ବାପ ପର କରିଦେଲା ସେଇଠି ଆପଣାର ହୋଇ ଶବସତ୍କାର କଲେ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ। ସତରେ ବିଚିତ୍ର ଏ ଦୁନିଆ...ମଙ୍ଗଳ ଗ୍ରହରେ ଘର କରିବାକୁ ଚେଷ୍ଟା କଲେଣି ଲୋକେ। ହେଲେ ଏଇଠି ଗୁଣିଗାରେଡିକୁ ବିଶ୍ୱାସ କରି ଶବ ଛୁଉଁନାହାନ୍ତି ଗାଁ ଲୋକ।

Advertisment

(ସୋନପୁରରୁ ରବୀନ୍ଦ୍ର ହୋତାଙ୍କ ରିପୋର୍ଟ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ