Advertisment

ପୁଅକୁ ହତ୍ୟା କଲେ, ଶେଷରେ ବେକରେ ଦଉଡ଼ି ଦେଇ ନିଜେ ଝୁଲି ପଡ଼ିଲେ

ନିଜ ପୁଅକୁ ନିଜ ହାତରେ ହତ୍ୟା କଲା ବାପା। ଶେଷରେ ପଶ୍ଚାତାପ କରି ନିଜେ ଆତ୍ମହତ୍ୟା କରି ଜୀବନ ହାରିଛନ୍ତି। ପୁଅ ଅନ୍ୟ ଜାତିରେ ବିବାହ କରିବାରୁ ଘରେ ବିବାଦ ଲାଗି ରହିଥିଲା।

Man Hangs Self After Killing Son In Nuapada

Man Hangs Self After Killing Son In Nuapada

Advertisment

ପୁଅକୁ ହତ୍ୟା ପରେ ବାପାର ଆତ୍ମହତ୍ୟା। ନିଜ ପୁଅକୁ ନିଜ ହାତରେ ହତ୍ୟା କଲା ବାପା। ଶେଷରେ ପଶ୍ଚାତାପ କରି ନିଜେ ଆତ୍ମହତ୍ୟା କରି ଜୀବନ ହାରିଛନ୍ତି।ନୂଆପଡା ଜିଲ୍ଲା ଧରମବନ୍ଧା ଥାନା ଅନ୍ତର୍ଗତ ଫୋକଟପଡା ଗାଁରେ ଗତକାଲି ରାତିରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି। ମୃତକ ହେଲେ ଶୋଭିତ ଓ ତାଙ୍କ ବାପା ନକୁଲ।

Advertisment

ସୂଚନା ଅନୁସାରେ, ୧୪ ବର୍ଷ ପୂର୍ବେ ଶୋଭିତ ଅନ୍ୟ ଜାତିରେ ବିବାହ କରିବାରୁ ଘରେ ବିବାଦ ଲାଗି ରହିଥିଲା। ନକୁଲ ଏହାକୁ ବିରୋଧ କରୁଥିଲେ। ଏହି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ଶେଷରେ ନିଜର ହିତାହିତ ଜ୍ଞାନ ଭୁଲି ନକୁଲ ପୁଅ ଶୋଭିତକୁ ହତ୍ୟା କରିଥିଲେ। ପୁଅକୁ ଟାଙ୍ଗିଆରେ ହାଣି ସେ ହତ୍ୟା କରିଥିବା ଜଣାପଡ଼ିଛି। 

ପୁଅକୁ ହତ୍ୟା କରିବା ପରେ ନକୁଲ ପଶ୍ଚାତାପ କରିଥିଲେ। ଆଉ ନିଜେ ବେକରେ ଦଉଡ଼ି ଦେଇ ଜୀବନ ହାରିଥିଲେ। ଖବର ପାଇ ଧରମବନ୍ଧା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ବାପା-ପୁଅଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। 

Advertisment
Murder Woman Kills Son
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ